ଦୁବଘାସକୁ ସାଧାରଣ ଘାସ ଭାବନ୍ତୁ ନାହିଁ ! 10 ରୁ ଉର୍ଦ୍ଧ୍ଵ ଗମ୍ଭୀର ରୋଗ ପାଇଁ ମହୌଷଧି ହୋଇଥାଏ ଏହି ଘାସ, ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁ ପୂଜା କାର୍ଯ୍ୟରେ ଦୁବଘାସକୁ ସାଧାରଣତଃ ବ୍ୟବହାର କରାଯାଇଥାଏ । ତେବେ ଖାଲି ଧାର୍ମିକ କାର୍ଯ୍ୟ କାହିଁକି ଏହି ଦୂବଘାସର ବହୁ ଗୁଡିଏ ସ୍ଵାସ୍ଥଗତ ଉପକାରୀତା ମଧ୍ୟ ରହିଅଛି । ଚାଲନ୍ତୁ ଦୂବଘାସର କିଛି ଆମ ଶରୀର ପାଇଁ ରହିଥିବା ସ୍ଵାସ୍ଥଗତ ଉପକାରୀତା ମଧ୍ୟ ଜାଣିନେବା । ତେବେ ଦୂବଘାସର ଶରୀର ଅନେକ ଉପକାରୀତା ମଧ୍ୟରୁ ଗୋଟିଏ ହେଉଛି ଆଖିର ଜ୍ଯୋତି ବଢାଇବା । ତେବେ ସକାଳୁ ସକାଳୁ ଯଦି ଖାଲି ପାଦରେ ଘାସ ଉପରେ ଚାଳିବେ ।

ତେବେ ଆଖିର ନେତ୍ର ଜ୍ଯୋତି ବଢିବା ସହ ସ୍ନାୟୁ ଶକ୍ତି ମଧ୍ୟ ପ୍ରଖର ହୋଇଥାଏ । ଯଦି ଆପଣଙ୍କର ଆଖି ନାଲି ପଡିଛି । ବା ଆଖି ବିନ୍ଧୁଅଛି । ତେବେ ପରିଷ୍କାର ପରିଚ୍ଛନ ଜାଗାରୁ କିଛି ଦୂବଘାସ ତୋଳି ଆଣି ତାହାକୁ ଭଲ ପାଣିରେ ଧୋଇ ସଫା କରି ଦିଅନ୍ତୁ । ସେହି ଧୁଆ ଦୂବଘାସକୁ ଛେଚି ବ ବାଟି ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ତାପରେ ସେହି ପେଷ୍ଟର ଛୋଟ ଗୂଳା ବନାଇ ତୁଳାରେ ନେଇ ତାହାକୁ ଆଖି ଉପରେ ରଖନ୍ତୁ ।

ତାପରେ ଆଖିରେ ପଟି ବାନ୍ଧି ଦିଅନ୍ତୁ । ଏହା ଆପଣଙ୍କ ଆଖି ଉପରେ ଚମତ୍କାରୀ ପ୍ରଭାବ ନିହାତି ଭାବେ ପକାଇବ । ଯଦି ଆପଣଙ୍କ ମନ ସବୁବେଳେ ଅସ୍ତିର ରହୁଛି । ଆପଣ କିଛି ନା କିଛି କଥା ପାଇଁ ବହୁ ଚିନ୍ତାରେ ରହୁଛନ୍ତି । ତେବେ ଦୁବଘାସର ପେଷ୍ଟ ପ୍ରସ୍ତୁତ କରନ୍ତୁ । ତାପରେ ଏହି ପେଷ୍ଟକୁ ନେଇ ନିଜ ପାଦରେ ଭଲ ଭାବରେ କିଛି ଦିନ ପର୍ଯ୍ୟନ୍ତ ଲଗାନ୍ତୁ । ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କ ଷ୍ଟ୍ରେସ ଲେବଲ ବହୁ ପରିମାଣରେ କମିଯିବ ।

ଯଦି ଆପଣଙ୍କ ମୁଣ୍ଡବ୍ୟଥା ଭଳି ସମସ୍ଯା ସବୁଦିନ ପାଇଁ ଲାଗି ରହୁଛି । ପ୍ରଥମେ ଦୁବଘାସର ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେହି ଦୁବଘାସର ପେଷ୍ଟରେ ସାମାନ୍ଯ ଚୂନ ମିଶାଇ ତାହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ତାପରେ ଏହାକୁ ନେଇ ନିଜ କପାଳରେ ଲଗାଇ ଦିଅନ୍ତୁ । କିଛି ସମୟ ମଧ୍ୟରେ ଆପଣଙ୍କ ମୁଣ୍ଡବ୍ୟଥାରୁ ଆପଣଙ୍କୁ ଟ୍ରାହୀ ମିଳିପାରେ । ଯଦି ଆପଣଙ୍କ ନାକରୁ ବେଳେବେଳେ କିଛି କିଛି ରକ୍ତ ପଡୁଥାଏ । ତେବେ ଆପଣ ଦୂବଘାସକୁ ଭଲ ଭାବରେ ଧୋଇ ତାହାକୁ ବାଟି ସେଥିରୁ ଦୂବ ରସ ବାହାର କରନ୍ତୁ ।

ତାପରେ ଆପଣ ସେହି ଦୁବଘାସର ରସକୁ ନେଇ ୨ ନାକରେ ଚାରି ଚାରି ବୁନ୍ଦା ପକାନ୍ତୁ । ଯଦି ନାକରୁ ବ୍ଲିଡିଙ୍ଗ ହେଉଅଛି । ତେବେ ବ୍ଲିଡିଙ୍ଗ ହେବ କମିଯିବ । ଛୋଟ ବଡ ସବୁ ଲୋକ ଏହି ଉପଚାରକୁ ଆପଣାଇ ଦେଖନ୍ତୁ । ଷଷ୍ଠରେ ଯଦି ଆପଣଙ୍କର ଏସିଡିଟି ଭଳି ସମସ୍ଯା ମାନ ରହୁଅଛି । ତେବେ ଦୁବଘାସର ରସରୁ ୩ ରୁ ୪ ଚାମଚ ନେଇ ଖାଲି ପାଣିରେ ମିଶାଇ ତାହାକୁ ପ୍ରତିଦିନ ଖାଲି ପେଟରେ ସେବନ କରନ୍ତୁ ।

ଯେଉଁ ମହିଳା ମାନଙ୍କର ଓଭର ବ୍ଲିଡିଙ୍ଗ ଭଳି ସମସ୍ଯା ରହୁଥାଏ । ସେମାନେ ୩ ରୁ ୪ ଚାମଚ ଦୁବଘାସର ରସ ପ୍ରତିଦିନ ଖାଲି ପେଟରେ ସେବନ କରନ୍ତୁ । ଯେଉଁ ମହିଳା ମାନଙ୍କର ଗର୍ଭପାତ ଭଳି ସମସ୍ଯା ରହୁଥାଏ । ସେମାନେ ୩ ରୁ ୪ ଚାମଚ ଦୂବଘାସର ରସ ସେବନ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ