ରାକ୍ଷୀ ପୁର୍ଣିମାରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ। 

ରାକ୍ଷୀ ପୁର୍ଣିମାରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ।

ରକ୍ଷା ବନ୍ଧନ ଭାଇ ଓ ଭଉଣୀ ଙ୍କ ପ୍ରେମ ର ପ୍ରତୀକ ଅଟେ। ଏହି ଦିନ ଭଉଣୀ ତା ନିଜ ହାତରେ ତା ଭାଇ କୁ ରାକ୍ଷି ବାନ୍ଧି ଥାଏ, ଓ ଭାଇ ର ସୁଖ, ସମ୍ରୃଧି ପାଇଁ ଭଗବାନ ଙ୍କୁ ପ୍ରାର୍ଥନା କରିଥାଏ। ରାକ୍ଷି ବାନ୍ଧିବା ସମୟରେ କିଛି ବାସ୍ତୁ କଥା କୁ ଧ୍ୟାନ ଦେବା ଉଚିତ।

ରକ୍ଷା ବନ୍ଧନ ରେ ବଜାର ରେ ବିଭିନ୍ନ ପ୍ରକାର ରାକ୍ଷି ମିଳିଥାଏ । ରାକ୍ଷି କୁ ଆକର୍ଷିତ ବନେଇବା ପାଇଁ ଆର୍ଟିଫିସିଆଲ୍ ର ବ୍ୟବହାର କରାଯାଏ କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ରାକ୍ଷି କୁ ବାନ୍ଧିବା ଭଲ ନୁହେଁ। ତେଣୁ ଆପଣ ନାଚୁରାଲ୍ ଜିନିଷ ରେ ତିଆରି ରାକ୍ଷି କଙ ଭାଇ ଙ୍କ ହାତରେ ବାନ୍ଧନ୍ତୁ।

ବଜାର ରେ ବିଭିନ୍ନ ପ୍ରକାର ର ରାକ୍ଷି ମିଳେ ତେଣୁ କିଣିବା ସମୟରେ ଧ୍ୟାନ ରଖି କିଣନ୍ତୁ କାରଣ କଳା ରାକ୍ଷି ଅଶୁଭ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ହାତରେ ଲାଲ୍, ହଳଦିଆ, ନାରଗୀଂ ରଗଂ ର ରାକ୍ଷି ବାନ୍ଧିଲେ ଶୁଭ ହୋଇଥାଏ।

ବାସ୍ତୁ ଶାସ୍ତ୍ରରେ ଦୀଗ ର ବହୁତ ମହତ୍ତ୍ୱ ରହିଛି। ରାକ୍ଷି ବାନ୍ଧିବା ସମୟରେ ଉତ୍ତର ପୂର୍ବ କିମ୍ବା ପୂର୍ବ ଦିଗରେ ବସି ରାକ୍ଷି ବାନ୍ଧନ୍ତୁ, ଏହା ସକରାତ୍ମକ ଅଟେ। ଦକ୍ଷିଣ ପଶ୍ଚିମ ଦିଗରେ ବାନ୍ଧିବା ଅଶୁଭ ଅଟେ। ରାକ୍ଷି ବାନ୍ଧିବା ସମୟରେ ଝରକା, କବାଟ ସବୁ ଖୋଲା ରଖନ୍ତୁ , କାରଣ ବାସ୍ତୁ ଅନୁସାରେ ଘରକୁ ସକରାତ୍ମକ ଉର୍ଜା ର ପ୍ରବେଶ ହୋଇଥାଏ।