ନାରୀଙ୍କ ଏହି ଅଙ୍ଗରୁ ଜଣା ପଡିଥାଏ ସେ କେତେ କେମିତିକା ??କେଉଁ ଅଙ୍ଗ ଶୁଭ ଅଶୁଭ ।

ନାରୀ ର ଅଗଂ ଠାରୁ ହିଁ ଜଣା ପଡିଥାଏ ଯେ ସେ କେମିତିକା । ଏବଂ କେଉଁ ଅଗଂ ଶୁଭାଶୁଭ ହୋଇଥାଏ। ଯେଉଁ ନାରୀ ର କର ତଳରେ ଓ ପାଦ ରେ ଉର୍ଦ୍ଧ୍ବରେଖା ଥାଏ ସେମାନେ ଅତ୍ୟନ୍ତ ଭାଗ୍ୟବତି ହୋଇଥାନ୍ତି। ଯେଉଁ ନାରୀ ସ୍ୱାମୀ କାର୍ଯ୍ୟ ରେ ମନ୍ତ୍ରୀପଦ୍, କର୍ମ ରେ ଶଖା ସଦୃଶ , ସ୍ନେହ ରେ ମାଆ ଭଳି ଓ ସୟନ ରେ ବେଶ୍ୟା ସ୍ୱଭାବ ର ବ୍ୟବହାର କରନ୍ତି ସେମାନେ ନିଶ୍ଚିତ ପତିବ୍ରତା ଓ ସୁଲକ୍ଷଣୀ ହୋଇଥାନ୍ତି । ଯେଉଁ ମହିଳା ଦୟାଶୀଳା, ସରଳ , କୋକିଳ ବା ହଂସ ଶ୍ୱର ସେ କାମିନି ଅତ୍ୟନ୍ତ ସୁଖଭୋଗିନୀ ହୁଅନ୍ତି।

ଯେଉଁ ନାରୀ ର ଶରୀର ଲାବନ୍ୟ ସ୍ୱର୍ଣ୍ଣ ଭଳି , ଯାହା ର ପାପୁଲି ଲୋହିତ ବର୍ଣ୍ଣ ସେହି ନାରୀ ଶ୍ରେଷ୍ଠ ପତିବ୍ରତା ଅଟନ୍ତି। ଯେଉଁ ର ଅଧର ରକ୍ତ ବର୍ଣ୍ଣ ମୁଖ ମଣ୍ଡଳାକାର ଏବଂ ମାଂସାଳ ଓ କଣ୍ଠଶ୍ୱର କୋକିଳ ଭଳି ସେମାନେ ସୁଲକ୍ଷଣୀ ଅଟନ୍ତି। ଯେଉଁ ନାରୀ ର ନଖ ଗୁଡିକ ଉନ୍ନତ ଓ ତାମ୍ର ବର୍ଣ , ଗୋଡ଼ର ଆଗୁଂଠି ପରସ୍ପର ଲଗାଲଗି ହୋଇଥାଏ, ଏହି ନାରୀ କୁ ଯିଏ ବିବାହ କରନ୍ତି ସେ ବିପୁଳ ଧନର ଅଧିକାରୀ ହୋଇଥାନ୍ତି। ଯେଉଁ ନାରୀ ର କଗଂ କୋମଳ, ମୃଗନୟନ ସେମାନେ ଅତ୍ୟନ୍ତ ସୈ।ଭାଗ୍ୟଶାଳୀ ଅଟନ୍ତି।

ଯେଉଁ ନାରୀ ଅତି ସ୍ଥୁଳ ନୁହେଁ ଦିର୍ଘାକାର ନୁହେଁ ସୁମଧ୍ୟମା ଓ ଶୁଖ୍ମକେଶ ବିଶିଷ୍ଟ ଏମାନେ ସୁଖଭୋଗିନି ଅଟନ୍ତି । ଯେଉଁ ନାରୀ ର କାଖ ଦ୍ୱୟ ଓ ସ୍ଥନ୍ୟ ଦ୍ୱୟ ଲୋମଶ ଓ ଅଧରଷ୍ଟ ଉନ୍ନତ ସେ ନାରୀ ର ସ୍ୱାମୀ ଶିଘ୍ର ମୁକ୍ତି ମୁଖରେ ପତିତ ହୁଅନ୍ତି। ଯେଉଁ ନାରୀ ର ବର୍ଣ୍ଣ କୃଷ୍ଣ କେଶ କହରା, ଚିଲ ଆଖି ,ସର୍ବଦା ଅତି ଚଣ୍ଚଳ ସେହି ନାରୀ ଠାରୁ ଦୂରରେ ରହିବା ଉଚିତ।

ଯେଉଁ ନାରୀ ର ପୃଥଳ ସ୍ଥନ ମୃଗନୟନୀ ସେମାନେ ଅତ୍ୟନ୍ତ ସୁଖମୟିନି ହୋଇଥାନ୍ତି। ଯେଉଁ ନାରୀ ର ଗତି ରାଜହଂସୀନି ଭଳି ମନ୍ଥନ ସେମାନେ ସୈ୍ଭାଗ୍ୟବତୀ ଅଟନ୍ତି। ଯେଉଁ ନାରୀ ର ପାଦ ସ୍ନିଗ୍ଧ ଓ ସମାନ ସେମାନେ ରାଜରାଣୀ ହୋଇଥାନ୍ତି। ଯେଉଁ ସ୍ତ୍ରୀ ର କଣ୍ଠଶ୍ୱର ହଂସ ଭଳି, ଦେହ ର ବର୍ଣ୍ଣ ମେଘ ବର୍ଣ୍ଣ ପରି ସେ ନାରୀ ପୁତ୍ରବତୀ ହୁଏ। ଯେଉଁ ନାରୀ ର ଦେହ କଳା ଚୁଟି ମଧ୍ୟ କଳା ସେମାନେ ଅତ୍ୟନ୍ତ ଭାଗ୍ୟଶାଳି। ଯେଉଁ ନାରୀ ର ପାଦ ତଳେ ଚକ୍ର ଚିହ୍ନ ଥାଏ ସେ ଅତ୍ୟନ୍ତ ଭାଗ୍ୟଶାଳି ଅଟନ୍ତି।