ସବୁଦିନ ଗାଧୋଇବା ସମାୟରେ କରନ୍ତୁ କେବଳ ଏହି ଗୋଟେ କାମ, ଖରାପ ନଜର ଓ ଦୁର୍ଭାଗ୍ୟ ରହିବ ଆପଣଙ୍କ ଠାରୁ କୋଶେ ଦୂରରେ

ଗାଧୋଇବା ସବୁ ମଣିଷ ଜୀବନର ପ୍ରଥମ କାମ ହେବା ଦରକାର । ସକାଳେ ନିତ୍ୟ କାମ ସାରିବା ପରେ ସବୁ ବ୍ୟକ୍ତି ପ୍ରଥମେ ସ୍ନାନ କରିଥାନ୍ତି । ସ୍ନାନ କରିବା ଦ୍ଵାରା ପୁରା ଶରୀରର ସଫା ହୋଇଥାଏ ଏବଂ ପୁରା ଦିନ ମନ ପ୍ରସନ୍ନ ରହି ଥାଏ । ଏହି କାରଣରୁ ବ୍ୟକ୍ତି ର ସବୁ କାମରେ ମନ ଲାଗିଥାଏ ।

ହିନ୍ଦୁ ଧର୍ମରେ ଶାସ୍ତ୍ର ରେ ସବୁ ଜରୁରୀ କାମ ପାଇଁ କିଛି ନା କିଛି ମନ୍ତ୍ର କୁହା ଯାଇଛି । ମନ୍ତ୍ର ର ଉଚାରଣ କରି ସ୍ନାନ କରିବା ଦ୍ଵାରା ଭଗବାନଙ୍କ କୃପା ଲାଭ ହୋଇଥାଏ । ଏହା କରିବା ଦ୍ଵାରା ଆପଣ ଖରାପ ନଜର ଏବଂ ଦୁର୍ଭାଗ୍ୟ ଠାରୁ ଦୂରେଇ ରହିବେ ।

ଆପଣ ସ୍ନାନ କରିବା ସମୟରେ ପବିତ୍ର ନଦୀ ଯେମିତି ଗଙ୍ଗା, ଯମୁନା, ଏବଂ ସରସ୍ବତୀଙ୍କର ନାମ ଜାପ କରିବା ଦ୍ଵାରା ଆପଣ ଘରେ ବସି ପବିତ୍ର ନଦୀ ଗୁଡିକରେ ସ୍ନାନ କରିବାର ପୂଣ୍ୟ ମିଳିଯାଏ । ଏହି ମନ୍ତ୍ର ଗୁଡିକର କହିବା ଦ୍ଵାରା ନକାରତମକ ଶକ୍ତି ରୁ ବଞ୍ଚି ପାରିବେ । ସେଥିପାଇଁ ସବୁ ବ୍ୟକ୍ତି ସ୍ନାନ କରିବା ସମୟରେ ଏହି ମନ୍ତ୍ର ର ଜାପ ଅବଶ୍ୟ କରନ୍ତୁ ।

କେଉଁ ସ୍ନାନ ସବୁଠୁ ଭଲ :

ହିନ୍ଦୁ ଧର୍ମ ଶାସ୍ତ୍ର ରେ ବହୁତ ପ୍ରକାର ସ୍ନାନ ର ବିଷୟରେ କୁହାଯାଇଛି । ଗରୁଡ ପୁରାଣ ଅନୁସାରେ ସମୟ ର ହିସାବରେ ୪ ପ୍ରକାରର ସ୍ନାନ ବିଷୟରେ କୁହା ଯାଇଛି । ଏହା ବ୍ରହ୍ମ ସ୍ନାନ, ଦେବ ସ୍ନାନ, ଋଷି ସ୍ନାନ ଏବଂ ଦାନବ ସ୍ନାନ ଅଟେ । ଏହି ସମସ୍ତଙ୍କ ମଧ୍ୟରେ ବ୍ରହ୍ମ ସ୍ନାନ ସବୁଠୁ ପବିତ୍ର ଅଟେ ।

ବ୍ରହ୍ମ ସ୍ନାନ :

ସକାଳୁ ସକାଳୁ ବ୍ରହ୍ମା ମୁହୂର୍ତ ରେ ଯିଏ ସ୍ନାନ ଭଗବାନଙ୍କୁ ଧ୍ୟାନ କରି କରେ, ତାହା ବ୍ରହ୍ମ ସ୍ନାନ କୁହାଯାଏ । ଏହାର ସମୟ ସକାଳ ୪-୫ ଟା ଆଖ ପାଖ ରେ ହୋଇଥାଏ । ଏମତି ସ୍ନାନ କରିବା ଦ୍ଵାରା ଭଗବାନଙ୍କ ବିଶେଷ କୃପା ମିଳିଥାଏ ।

ଦେବ ସ୍ନାନ :

ଯେଉଁ ଲୋକମାନେ ସୂର୍ଯ୍ୟ ଉଦୟ ପରେ ସ୍ନାନ କରନ୍ତି ତାହାକୁ ଦେବ ସ୍ନାନ କୁହାଯାଏ । ଏହି ସ୍ନାନ କରିବା ଦ୍ଵାରା ବ୍ୟକ୍ତି ର ଜୀବନ ଦୁଖରୁ ଦୂର ରହିଥାଏ ।

ଋଷି ସ୍ନାନ :

ଯେଉଁ ସମୟରେ ଆକାଶରେ ତାରା ଦେଖା ଯାଇଥାଏ, ସେହି ସମୟରେ ଯେଉଁ ସ୍ନାନ କରାଯାଏ, ତାହାକୁ ଋଷି ସ୍ନାନ କୁହାଯାଏ । ପ୍ରାଚୀନ ଏବଂ ଆଜି କା ସାମୀରେ ଋଷି ମହାତ୍ମା ମାନେ ଏହି ସମୟରେ ହିଁ ସ୍ନାନ କରିଥାନ୍ତି ।

ଦାନବ ସ୍ନାନ :

ଆଜିକାଲି କା ସମୟରେ ପ୍ରାୟତଃ ଲୋକମାନେ ସୂର୍ଯ୍ୟ ଉଦୟ ପରେ ଚା – ଟିଫିନ କରିବା ପରେ ଆରାମରେ ଗାଧାନ୍ତି । କେତେକ ଲୋକ ଖିଇବା ପରେ ସ୍ନାନ କରିଥାନ୍ତି । ଏହାକୁ ଦାନବ ସ୍ନାନ କୁହାଯାଏ । ଏହା ସ୍ବାସ୍ଥ୍ୟ ପାଇଁ ହାନିକାରକ ଅଟେ ।