ଆଜି ଦୀପାବଳିରେ ଘରର ମୁଖ୍ୟ ଦ୍ଵାରରେ ଲଗାଇ ଦିଅନ୍ତୁ ଏହି ୫ଟି ଶୁଭ ଜିନିଷ, ମା ଲକ୍ଷ୍ମୀ ପ୍ରଥମେ ଆସିବେ ଆପଣଙ୍କ ଘରକୁ

ଆମର ହିନ୍ଦୁ ଧର୍ମରେ ବର୍ଷକୁ ବିଭିନ୍ନ ପ୍ରକାରର ପର୍ବପର୍ବାଣି ପାଳନ କରାଯାଏ । ଏଥି ମଧ୍ୟରେ ଦୀପାବଳିର ପର୍ବ ସମସ୍ତଙ୍କ ପାଇଁ ଅଧିକ ମହତ୍ଵ ରଖିଥାଏ । କହିବାକୁ ଗଲେ ଦୀପାବଳିରେ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଓ ଘରେ ବାସ କରିବା ପାଇଁ ଦୀପବାଲି ପୂର୍ବରୁ ସମସ୍ତେ ନିଜ ଘରକୁ ପରିଷ୍କାର କରିଥାନ୍ତି । ଏହା ସହିତ ମାତା ଲକ୍ଷ୍ମୀଙ୍କୁ ସ୍ଵାଗତ କରିବା ପାଇଁ ମାତା ଲକ୍ଷ୍ମୀଙ୍କୁ ବିଶେଷ ରୂପରେ ପୂଜା ମଧ୍ୟ କରାଯାଏ । କିନ୍ତୁ ମାତା ଲକ୍ଷ୍ମୀ ସେହି ଘରକୁ ଯାଇଥାନ୍ତି ଯେଉ ଘରର ମୁଖ୍ୟ ଦ୍ଵାରା ନିର୍ମଲ ଓ ପରିଷ୍କାର ରହିଥାଏ ।

ଏମିତିରେ ମାତା ଲକ୍ଷ୍ମୀଙ୍କୁ ଆକର୍ଷିତ କରୁଥିବା କିଛି ଶୁଭ ଜିନିଷ ମଧ୍ୟ ଅଛି । ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି ୫ଟି ଶୁଭ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦୀପାବଳି ଦିନ ଘରର ମୁଖ୍ୟ ଦ୍ଵାରାରେ ନିଶ୍ଚିତ ରୂପରେ ଲଗାଇବା ଉଚିତ । ଏହା ଦ୍ଵାରା ମାତା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି ଓ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିଥାନ୍ତି ।

ମୁଖ୍ୟ ଦ୍ଵାରରେ ଲଗାନ୍ତୁ ମାଲା

ଦୀପାବଳି ଦିନ ଘରର ମୁଖ୍ୟ ଦ୍ଵାରାରେ ଆମ୍ବ ପାତ୍ର କିମ୍ବା ଅଶୋକ ପତ୍ରରେ ମାଲା ତିଆରି କରି ଲଗାଇବା ଉଚିତ । କହିବାକୁ ଗଲେ ଏହା ଶୁଭ ହୋଇଥାଏ ଓ ଏହିଭଳି କରିବା ଦ୍ଵାରା ଆପଣଙ୍କ ଘରକୁ ଦେବୀ ଦେବତାଙ୍କ ପ୍ରବେଶ କରିଥାନ୍ତି ।

ଶ୍ଵାସତିକ ଚିହ୍ନ

ହିନ୍ଦୁ ଧର୍ମରେ ଶ୍ଵାସତିକ ଚିହ୍ନକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । କାରଣ ଏଥିରେ ସକାରାତ୍ମକ ଶକ୍ତି ଥାଏ । କୁହାଯାଏ କି ଯେଉଁ ସ୍ଥାନରେ ଏହି ଚିହ୍ନ ଦେଖାଯାଏ ସେଠି ଥିବା ସମସ୍ତ ନକାରାତ୍ମକ ଶକ୍ତି ବାହାରକୁ ବାହାରିଯାଏ । ସେଥିପାଇଁ ଦୀପାବଳି ଦିନ ଶ୍ଵାସତିକ ଚିହ୍ନ ଘରର ମୁଖ୍ୟ ଦ୍ଵାରାରେ ଲଗାଇବା ଉଚିତ । ଏହିଭଳି କରିବା ଦ୍ଵାରା ମାତା ଲକ୍ଷ୍ମୀ ବି ଆପଣଙ୍କ ଘରକୁ ପ୍ରବେଶ କରିବେ ।

ଓଁ ଚିହ୍ନ

ଓଁ ହିନ୍ଦୁ ଧର୍ମର ପ୍ରତୀକ ଅଟେ । ଏହାକୁ ବହୁତ ଶକ୍ତିଶାଳୀ କୁହଯାଏ । କୁହାଯାଏ କି ଓଁ ଚିହ୍ନରେ ସମସ୍ତ ଦେବୀ ଦେବତାଙ୍କ ଶକ୍ତି ଲୁଚି ରହିଥାଏ । ଯାହା ଆପଣଙ୍କ ଘରକୁ ଓ ପରିବାରକୁ ସୁରକ୍ଷା ଦେଇଥାଏ । ଓଁ ରେ ଥିବା ସକାରାତ୍ମକ ଶକ୍ତି ଦେବୀ ଦେବତାଙ୍କୁ ଆପଣଙ୍କ ଆଡକୁ ଆକର୍ଷିତ କରିଥାଏ । ସେଥିପାଇଁ ଦୀପବାଲି ଦିନ ଓଁ ଚିହ୍ନ ମୁଖ୍ୟ ଦ୍ଵାରା ନିଶ୍ଚିତ ଲଗାନ୍ତୁ ।

ଶୁଭ ଲାଭ ଚିହ୍ନ

ଶୁଭ ଲାଭ ଘରର ମୁଖ୍ୟ ଦ୍ଵାରର ଉଭୟ ପାର୍ଶ୍ଵରେ ଲେଖା ଯିବା ଉଚିତ । କାରଣ ଏହିଭଳି କରିବା ଦ୍ଵାରା ଘରେ ଶୁଭ ଓ ସମୃଦ୍ଧି ଆସିଥାଏ । ଘରେ ସୁଖମୟ ବାତାବରଣ ସୃଷ୍ଟି ହୋଇଥାଏ । ତେଣୁ ଆପଣ ଦୀପାବଳି ଦିନ ଘରର ଉଭୟ ମୁଖ ଦ୍ଵାରା ଏହି ଚିହ୍ନ ଅବଶ୍ୟ ଲଗାନ୍ତୁ ।

ତ୍ରିଶୂଳ ଚିହ୍ନ

ଆପଣ ଘରର ମୁଖ୍ୟ ଦ୍ଵାରାରେ ତ୍ରିଶୂଳ ମଧ୍ୟ ଲଗାଇ ପାରିବେ ଏହାକୁ ଶୁଭ ବୋଲି କୁହାଯାଏ । ପ୍ରାୟତଃ ଲୋକମାନେ ତ୍ରିଶୂଳକୁ ଘରର ମୁଖ୍ୟ ଦ୍ଵାରାରେ ଲଗାଇଥାନ୍ତି ।  ଏମିତିରେ ଆପଣ ଉପୋରକ୍ତ ସବୁ ଚିହ୍ନକୁ ନିଜ ଘରର ମୁଖ୍ୟ ଦ୍ଵାରାରେ ଲଗାଇ ମାତା ଲକ୍ଷ୍ମୀଙ୍କୁ ନିଜ ଘରକୁ ସ୍ଵାଗତ କରି ପାରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।