ଦୀପାବଳରେ ଏହି ସବୁ ସଂକେତ ଦେଖାଦେଲେ ବୁଝି ଯାଆନ୍ତୁ କି ମାତା ଲକ୍ଷ୍ମୀ ଅଛନ୍ତି ଆପଣଙ୍କ ସହିତ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଆଜି ସବୁ ଭାରତୀୟ ଦୀପାବଳିର ପର୍ବ ପାଳନ କରୁଛନ୍ତି । ଏମିତିରେ ଆମର ସମସ୍ତଙ୍କୁ ଦୀପାବଳି ଓ କାଲୀ ପୂଜା ଉପଲକ୍ଷେ ହାର୍ଦିକ ଶୁଭକାମନା । ସମସ୍ତ ଚାହାନ୍ତି କି ଆଜି ତାଙ୍କ ଘରକୁ ମାତା ଲକ୍ଷ୍ମୀ ଆଗମନ କରନ୍ତୁ କାରଣ ଏହା ଦ୍ଵାରା ବ୍ୟକ୍ତିର ଭାଗ୍ୟ ପୂରାପୂରି ବଦଳିଯାଏ । କିନ୍ତୁ ଏହା ମଧ୍ୟ କୁହାଯାଏ କି ମାତା ଲକ୍ଷ୍ମୀ କୌଣସି ବ୍ୟକ୍ତିଙ୍କ ପାଖରେ ଅଧିକ ଦିନ ପର୍ଯ୍ୟନ୍ତ ରୁହନ୍ତି ନାହିଁ । ଏମିତିରେ ସବୁବେଳେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ନିଜ ପାଖରେ ରଖିବା ଉଚିତ ।

ଏହା ସହିତ କେବେ ବି ମାତା ଲକ୍ଷ୍ମୀଙ୍କ ପୂଜାରେ ଭୁଲ ରଖନ୍ତୁ ନାହିଁ । ନଚେତ ଏହାର ଫଳ ଭୟଙ୍କର ହୋଇପାରେ । ଆଜି ଆମେ ଆପଣଙ୍କୁ କହିବୁ କି ଯଦି ଦୀପାବଳି ଦିନ ଏହିଭଳି ସଂକେତ ଦେଖାଯାଉଛି ତେବେ ବୁଝି ଯାଆନ୍ତୁ କି ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ଓ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିସାରିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ସମସ୍ତ ଶୁଭ ସଂକେତ ବିଷୟରେ ।

ହଳଦିଆ ଜିନିଷ

ଯଦି ଆପଣ ଦୀପାବଳି ଦିନ ଅଜଣତାରେ ଅଚାନକ କୌଣସି ହଳଦିଆ ରଙ୍ଗର ଜିନିଷ ଦେଖୁଛନ୍ତି ତେବେ ବୁଝି ଯାଆନ୍ତୁ କି ଆପଣଙ୍କୁ ମାତା ଲକ୍ଷ୍ମୀଙ୍କର କୃପା ମିଳିସାରିଛି । ଏହା ସହିତ ଆପଣଙ୍କୁ ସେହି ଦିନ ଠାରୁ ସବୁ କାମରେ ଜଲ୍ଦି ସଫଳତା ମିଳିବାକୁ ଲାଗିବ । କାରଣ ହଳଦୀଆ ରଙ୍ଗ ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ଅଟେ ।

ଝାଡୁ

ଦୀପାବଳି ଦିନ ଯଦି ଆପଣ ସକାଳୁ ସକାଳୁ କାହାକୁ ଝାଡୁ ମାରୁଥିବାର କୌଣସି ବ୍ୟକ୍ତିକୁ ଦେଖୁଛନ୍ତି ତେବେ ଶୀଘ୍ର ଧନବାନ ହେବାର ସମ୍ଭାବନା ଅଛି । ଏଥି ସହିତ ଦୀପାବଳି ଦିନ ଘରେ ଝାଡୁ ଆଣିବା ବି ବହୁତ ଶୁଭ ହୋଇଥାଏ । ଝାଡୁ ଘରକୁ ଆଣିବା ମାତା ଲକ୍ଷ୍ମୀଙ୍କୁ ଘରକୁ ଆଣିବା ସହ ସମାନ ହୋଇଥାଏ ।

ଶଙ୍ଖର ଧ୍ୱନି

ଦୀପାବଳି ଦିନ ଅଚାନକ ଶଙ୍ଖର ଧ୍ୱନି ଶୁଣାଯାଏ ତେବେ ବୁଝି ଯାଆନ୍ତୁ କି ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିବ । ଏହା ସହିତ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆଗମନ ବି କରିବେ ।

ପେଚା

ପେଚା ମାତା ଲକ୍ଷ୍ମୀଙ୍କର ବାହାନ ଅଟେ । ସାଧାରଣତଃ ଦୀପାବଳି ଦିନ ଯଦି ଆପଣଙ୍କ ଧଳା ରଙ୍ଗର ପେଚା ଦେଖକୁହନ୍ତି ତେବେ ବୁଝି ଯାଆନ୍ତୁ କି ଆପଣଙ୍କ ଘରେ ମାତା ଲକ୍ଷ୍ମୀ ପ୍ରବେଶ କରିବେ ।

ପିମ୍ପୁଡି ଧାଡି ହୋଇ ଚାଲିବା

ଦୀପାବଳି ଦିନ ଯଦି ଆପଣ କଳା ପିମ୍ପୁଡି ଦେଖୁଛନ୍ତି ତେବେ ବୁଝି ଯାଆନ୍ତୁ କି ଏହା ଆପଣଙ୍କ ପାଇଁ ଏକ ଶୁଭ ସଂକେତ ଅଟେ । ଏହା ସହିତ ବୁଝି ଯାଆନ୍ତୁ କି ଆପଣଙ୍କୁ ବହୁତ ବଡ ଖୁସି ଖବର ମିଳିବାକୁ ଯାଉଛି ଓ ଆପଣଙ୍କୁ ଧନ ପ୍ରାପ୍ତିର ଯୋଗ ଅଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।