ଦୀପାବଳି ରାତିରେ ଯଦି ପେଚା ଦେଖାଯାଏ ତ ଜାଣିନିଅନ୍ତୁ ଘରକୁ ଆସିଛନ୍ତି ମା’ ଲକ୍ଷ୍ମୀ, ଏହି ୩ ଟି ଜୀବଙ୍କୁ ଦେଖିବା ବି ହୋଇଥାଏ ଶୁଭ

କିଛି ଦିନ ପରେ ହିଁ ଦୀପାବଳି ଆସିବାର ଅଛି । ଦୀପାବଳି ପାଇଁ ସମସ୍ତେ ନିଜ ଘରକୁ ପରିଷ୍କାର ପରିଚ୍ଛନ୍ନ କରୁଛନ୍ତି । କାରଣ ହିନ୍ଦୁ ମାନ୍ୟତା ଅନୁସାରେ ମାତା ଲକ୍ଷ୍ମୀ ସେହି ସ୍ଥାନକୁ ହିଁ ଯାଇଥାନ୍ତି ଯେଉଁ ସ୍ଥାନ ପରିଷ୍କାର ରହିଥାଏ । ଏହା ଛଡା ଜ୍ୟୋତିଷ ଶାସ୍ତ୍ରରେ ଏମିତି କିଛି ସଂକେତ ବିଷୟରେ କୁହାଯାଇଛି ଯେଉଁଥିରେ ଜଣା ପଡିଯିବ କି ମାତା ଲକ୍ଷ୍ମୀଙ୍କର ଆଗମନ ଘରେ ହୋଇଛି ନା ନାହିଁ ।

ତେବେ ଆସନ୍ତୁ ଜାଣିବା ଦୀପାବଳି ରାତିରେ ଏମିତି କେଉଁ ୪ଟି ଜୀବ ଅଛନ୍ତି, ଯାହାଙ୍କୁ ଦେଖିଲେ ଜାଣିବେ କି ଘରେ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଛି ।

ପେଚା ଦେଖିବା :

ଦୀପାବଳି ରାତିରେ ପେଚା ଦେଖିବା ବହୁତ ଶୁଭ ହୋଇଥାଏ । ଦୀପାବଳି ରାତିରେ ମାତା ଲକ୍ଷ୍ମୀଙ୍କର ବାହନ ପେଚା କେଉଁଠି ବି ଆପଣଙ୍କୁ ଦେଖାଗଲେ ଆପଣ ଏହା ବୁଝି ନେବେ କି ମାତା ଲକ୍ଷ୍ମୀଙ୍କର ବିଶେଷ କୃପାଦୃଷ୍ଟି ଆପଣଙ୍କ ଉପରେ ଅଛି । ଏହାର ଅର୍ଥ ଆସନ୍ତା ଦିନ ଗୁଡିକରେ ଧନବର୍ଷା ହେବାର ଅଛି ।

ଝିଟିପିଟିକୁ ଦେଖିବା :

ଘରର କାନ୍ଥରେ ପ୍ରାୟତଃ ଝିଟିପିଟି ଦେଖିବାକୁ ମିଳିଥାଏ । କିନ୍ତୁ ଦୀପାବଳି ରାତିରେ ଯଦି ଝିଟିପିଟି ଦେଖା ଦେଇଥାଏ ତେବେ ଏହା ଶୁଭ ସଂକେତ ହୋଇଥାଏ, କୁହାଯାଏ କି ଝିଟିପିଟି ଘରେ ଆସିବା ମାତା ଲକ୍ଷ୍ମୀଙ୍କର ଆସିବାର ସଂକେତ ହୋଇଥାଏ ।

ମୂଷା ଦେଖିବା :

କହିବାକୁ ଗଲେ ମୂଷା ପ୍ରାୟତଃ ଘରର  ଜିନିଷକୁ ନଷ୍ଟ ଭ୍ରଷ୍ଟ କରିଥାଏ । କିନ୍ତୁ ଦୀପାବଳି ରାତିରେ ଯଦି ଘରେ ମୂଷା ଦେଖିବେ ତେବେ ବୁଝି ଯିବେ କି ଏହା ମାତା ଲକ୍ଷ୍ମୀଙ୍କର ରୂପ ନେଇ ଆସିଛି । ମୂଷା ଦେଖିବାର ଅର୍ଥ ଆପଣଙ୍କ ଘରେ ପୁରା ବର୍ଷ ସୁଖ – ଶାନ୍ତି ଓ ସମୃଦ୍ଧି ରହିବ । ଆସନ୍ତା ସମୟରେ ଧନର ସମସ୍ୟା ଦୂର ହୋଇଯିବ ।

ଚୁଚୁନ୍ଦ୍ରାକୁ ଦେଖିବା :

ଚୁଚୁନ୍ଦ୍ରା ମୂଷା ଭଳି ହିଁ ହୋଇଥାଏ । ଦୀପାବଳି ରାତିରେ ଯଦି ଚୁଚୁନ୍ଦ୍ରା ଦେଖାଯାଏ ତେବେ ଏହା ଆପଣଙ୍କ ଭାଗ୍ୟ ଉଦୟର ସଂକେତ ହୋଇଥାଏ । ଏହାକୁ ଦେଖିବା ପରେ ବୁଝି ଯିବେ କି ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ଓ ଆପଣଙ୍କର ଧନ ସମ୍ବନ୍ଧିତ ସମସ୍ୟା ବି ଶେଷ ହୋଇଯିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।