Diwali special; – ଦୀପାବଳୀ ଦିନ କଉଡିର ଏକ ଚମତ୍କାର ଉପାୟ ଘରେ କରି ଦେଖନ୍ତୁ, ଟଙ୍କାର ବର୍ଷା ହେବ…

ବନ୍ଧୁଗଣ ଘରେ ଯଦି ଆର୍ଥିକ ସ୍ଥିତି ଭଲ ରହୁନଥାଏ । ଆର୍ଥିକ ଅଭାବ ଅନାଟନ ପାଇଁ ପରିବାର ସଦସ୍ୟ ସବୁବେଳେ ଚିନ୍ତିତ ରହୁଥାନ୍ତି । ତେବେ ଦୀପାବଳୀ ଅମାବାସ୍ୟା ଦିନ କଉଡିରେ ଏକ ପୂଜା ଆପଣଙ୍କୁ କରିବାକୁ ପଡିବ । ତେବେ ଏଥିପାଇଁ ଆପଣଙ୍କୁ କଣ ସବୁ କରିବାକୁ ପଡିବ ଆସନ୍ତୁ ସେ ସମ୍ପର୍କରେ ଆଲୋଚନା କରିବା । କେବଳ ଦୀପାବଳି ଦିନ ହିଁ ୭ ଟି କଉଡି କିଣି ଆଣିବେ । ତାପରେ କିଛି କେସର, କର୍ପୁର ଓ ହଳଦୀ ସାତ ଗଣ୍ଠି ଆଣିବେ ।

ହଳଦୀଆ କପଡା ଖଣ୍ଡେ, କିଛି ହଳଦିଆ ଫୁଲ ଏବଂ ୧ ଟଙ୍କିଆ କଏନ ସାତଟି ଆଣିବେ, ଯଦି ଘରେ ଟିକେ ସୁନା କିମ୍ବା ରୂପା ଅଛି ଆପଣ ତାହାକୁ ମଧ୍ୟ ଆଣିପାରିବେ । ତାପରେ ଦୀପ ଧୂପ ଚନ୍ଦନରେ ପୂଜା ଥାଳି ସଜାଡିବେ । ଏହିସବୁ ସାମଗ୍ରୀ ଆପଣ ଦୀପାବଳି ଦିନ କିଣିକି ଆଣିବେ । ପ୍ରଥମେ ସାତଟି କଉଡିକି ହଳଦୀ ପାଣିରେ ଧୋଇଦେବେ । ତାପରେ ସେଥିରେ ସାମାନ୍ଯ କେସର ପକାଇବେ । ଏହାକୁ ରାତି ବାରଟା ପୂର୍ବରୁ କରିବେ, ରାତ୍ରି ୧୨ ଟା ପରେ କରିବେ ନାହିଁ ।

କାରଣ ରାତ୍ରି ୧୨ ଟା ପରେ ମା’ କାଳୀଙ୍କ ପୂଜା ହୋଇଥାଏ, ଯେଉଁଟା ତାନ୍ତ୍ରିକ ମାନେ କରିଥାନ୍ତି । ଯେଉଁ ମାନେ ଲକ୍ଷ୍ମୀଙ୍କ ପୂଜା କରିଥାନ୍ତି ସେମାନେ ରାତି ୧୨ ଟା ପୂର୍ବରୁ କରିଥାନ୍ତି । ଏହି ପୂଜାକୁ ଗୁପ୍ତା ଭାବରେ କରିବେ ଏହାକୁ ଆପଣଙ୍କ ପରିବାର ଛଡା ଆଉ କେହି ଯେମିତି ଜାଣିବେ ନାହିଁ । ପୂଜା କରୁଥିବା ସମୟରେ ବାହାର ବ୍ୟକ୍ତିକୁ ଘରକୁ ପ୍ରବେଶ କରାଇବେ ନାହିଁ । ଏହା ପରେ ଆପଣ ଗୋଟେ କାଠ ଆସନ ନେବେ ଓ ସେଥିରେ ହଳଦିଆ ବସ୍ତ୍ର ରଖିବେ  ଓ କପଡା ଉପରେ ସାତଟି କଉଡି, କେସର, ସାତ ଘଣ୍ଟି ହଳଦୀ ଦେବେ ତାପରେ ହଳଦିଆ ଫୁଲ ଦେବେ ।

୧ ଟଙ୍କିଆ କଏନ ରଖିବେ, ସେଠାରେ କିଛି ସୁନା କିମ୍ବା ରୂପା ଦେବେ । ସେ ସବୁ ରଖୀ  ସେଥିରେ ମାତ୍ର ସାତଟି ଗଣ୍ଠି ମାରିବେ । ତାପରେ ଯେମିତି ଆପଣ ଲକ୍ଷ୍ମୀଙ୍କୁ ପୂଜା କରନ୍ତି ସେମିତି ଭାବରେ ଆପଣ ଧୂପ ଦୀପ ଯାହା ଆପଣଙ୍କ ଇଛା ଥିବ ତାହା ଦେଇକି ନୈବେଦ୍ୟ ଅର୍ପଣ କରି ପୂଜା କରିବେ । ଏହା କେବଳ ପୂଜା ବିଧି ମାଧ୍ୟମରେ ଏହା ସାଧିତ ହୋଇଥାଏ । ତେବେ ଏଠି କିଛି ମନ୍ତ୍ର ତନ୍ତ୍ରର ଆବଶ୍ୟକ ପଡିନଥାଏ ।

ଏହିପରି ଭାବରେ ଯଦି ପୂଜା କରିବେ ଦେଖିବେ ଆପଣଙ୍କ ଘରେ ନିଶ୍ଚତ ଭାବେ ଚମତ୍କାର ଦେଖାଦେବ । ତା’ ପରଦିନ ସ୍ନାନ କରି ଯେଉଁଠି ଆପଣ ପୂଜା କରନ୍ତି ସେଠି ରଖିଦେବେ । ଏହାକୁ ପୂଜା ସ୍ଥାନରେ ନହେଲେ ଯେଉଁଠି ଟଙ୍କା ପଇସା ରଖୁଥିବେ ସେଠି ରଖିପାରିବେ କିନ୍ତୁ ଧ୍ୟାନ ରଖିବେ ଯେମିତି କିଛି ଛୁଆଁ ଛୁଇଁ ହୋଇବ ନାହିଁ, ଅର୍ଥାତ ମହିଳା ମାନଙ୍କର ମାସିକ ଧର୍ମ ହେଲେ ତାକୁ ଛୁଇଁବେ ନାହିଁ ।

ଏହି ବିଧିକୁ ବିଶ୍ବାସର ସହ କରନ୍ତୁ । ଦେଖିବେ ଆପଣଙ୍କ ଘରର ଆର୍ଥିକ ଅବସ୍ଥାରେ ଧୀରେ ଧୀରେ ସୁଧାର ଆସିବାକୁ ଲାଗିବ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ