ବନ୍ଧୁଗଣ ଆଲୋକର ପର୍ବ ହେଉଛି ଦୀପାବଳୀ ପର୍ବ । ଯେଉଁ ଦିନ ମାତା ଲକ୍ଷ୍ମୀଙ୍କର ପୂଜା ଆରାଧନା କରାଯାଇ ଘରର ସୁଖ, ସମୃଦ୍ଧି କାମନା କରାଯାଇଥାଏ । ଦୀପାବଳିର ୨ ଦିନ ପୂର୍ବରୁ ଧନତେରସ ପଡେ । ଏହିଦିନ ଠାରୁ ହିଁ ଦୀପାବଳିର ଆରମ୍ଭ ହୋଇଯାଇଥାଏ । ମାନ୍ୟତା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଧନତେରସ ଦିନ ଭଗବାନ ଧନ୍ବନ୍ତରୀ ନିଜ ସହ ଅମୃତର କଳସ ଓ ଆୟୁର୍ବେଦ ନେଇ ଆସିଥିଲେ । ସେଥିପାଇଁ ଧନତେରସ ଦିନ କିଛି କିଣାକିଣି କଲେ ଶୁଭ ହେଇଥାଏ । ଆଜି ଆମେ ଏମିତି କିଛି ଜିନିଷ ସବୁ ବିଷୟରେ କହିବାକୁ ଯାଉଛୁ ଯାହାକୁ ଏହି ଦିନ କିଣିଲେ ଆପଣଙ୍କ ଘରକୁ ଖୁସିର ଲହଡି ମାଡିଆସିବ ।
1- ମାନ୍ୟତା ଅନୁଯାଇ ଯେତେବେଳେ ଭଗବାନ ଧନ୍ଵନ୍ତରୀ ପ୍ରକଟ ହେଇଥିଲେ । ସେ ଏକ ପାତ୍ରରେ ଅମୃତ ନେଇ ଆସିଥିଲେ । ତେଣୁ ଧନତେରସ ଦିନ ପିତଳର ପାତ୍ର କିଣିବା ଶୁଭ ଅଟେ ।
2- ଚାନ୍ଦି ଚନ୍ଦ୍ରମାଙ୍କ ଧାତୁ ହେଇଥିବାରୁ ଧନତେରସ ଦିନ ରୂପାର କିଛି ବସ୍ତୁ ଘରକୁ ଅଣାଯାଏ । ଏହି ଦିନ ରୂପା କିଣିଲେ ଘରେ ଯଶ, କୀର୍ତ୍ତି ଓ ସମ୍ପତ୍ତିର ବୃଦ୍ଧି ହେଇଥାଏ ।
3- ସମୁଦ୍ର ମନ୍ଥନ ସମୟରେ ମା’ ଲକ୍ଷ୍ମୀଙ୍କ ସହ କଉଡି ବି ପ୍ରକଟ ହୋଇଥିଲେ । ଧନତେରସ ଦିନ କଉଡି କ୍ରୟ କରି ଆପଣ ତାକୁ ଦୀପାବଳି ଦିନ ପୂଜା କରନ୍ତୁ ଏବଂ ତାକୁ ନିଜର ସିନ୍ଧୁକରେ ରଖନ୍ତୁ, ଯାହାଦ୍ୱାରା ଆପଣଙ୍କ ଧନ ହାନି ହେବନାହିଁ ।
4- ଧନତେରସ ଦିନ ଧନିଆର ବୀଜ କ୍ରୟ କରି ତାକୁ ଦୀପାବଳି ଦିନ ରୋପଣ କଲେ ଧନ ହାନି ହୁଏ ନାହିଁ ।
5- ଧନତେରସ ଦିନ ଦୀପାବଳି ସମ୍ବଦ୍ଧିତ ସାମଗ୍ରୀ ଯଥା ଲକ୍ଷ୍ମୀ-ଗଣେଶଙ୍କ ମୂର୍ତ୍ତି, ମାଟି ଦୀପ ଇତ୍ୟାଦି କ୍ରୟ କରିବା ଉଚିତ ।
ଯଦି ଆପଣ ବି ଧନ ସମ୍ବନ୍ଧିତ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି । ତେବେ ଏହି ବର୍ଷ ଧନତେରସ ଦିନ ଆପଣ ଏହି ସବୁ ଜିନିଷ କିଣି ନିଜ ଘରକୁ ଆଣନ୍ତୁ । ଦେଖିବେ ଆପଣଙ୍କର କେବେବି ଧନ ସମ୍ବଦ୍ଧିତ କୌଣସି ସମସ୍ୟା ଦେଖା ଦେବ ନାହିଁ । ଯଦି ଆପଣ ଦୀପାବଳୀ ଦିନ ନିଷ୍ଠାର ସହ ମାତା ଲକ୍ଷ୍ମୀଙ୍କର ପୂଜା ଆରାଧନା କରନ୍ତି । ତେବେ ଆପଣ ଉପରେ ମାତା ଲକ୍ଷ୍ମୀଙ୍କର ସଦା ସର୍ବଦା ଆଶ୍ରୀବାଦ ବଜାୟ ରହିବ ।
ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ