ଦିନେ ଥିଲେ ପୋଲିସ କନେଷ୍ଟବଳ କିନ୍ତୁ ଆଜି 12 ବର୍ଷର ପରିଶ୍ରମ କରିବା ପରେ ବଡ ସଫଳତା ପାଇଁ IPS ଅଧିକାରୀ ହୋଇଛନ୍ତି

ନମସ୍କାର ବନ୍ଧୁଗଣ । ଦିନ ଥିଲା ଅଫିସରଙ୍କୁ ସାଲ୍ଯୁଟ କରୁଥିଲେ । ଏବେ ନିଜେ ବନିଗଲେ IAS ଅଧିକାରୀ । ଆମେ କହୁଛୁ 2022 UPSC ପରୀକ୍ଷା ରେ 667 ସ୍ଥାନ ଅଧିକାର କରିଥିବା ରାମଭଜନ ଙ୍କ କଥା । 12 ବର୍ଷର ପରିଶ୍ରମ 7 ଥର ବିଫଳତା ଓ ଅଷ୍ଟମ ଥର ରେ ସଫଳତା ପାଇବା କିଛି କମ କଥା ନୁହେଁ । ହେଲେ ଏଭଳି ଧର୍ଯ୍ୟ ର ପରକାଷ୍ଠା ସାଜିଛନ୍ତି ରାମଭଜନ କୁମାର ।

ଦିନ ଥିଲା ଘରେ ଖାଇବାକୁ ନ ଥିଲା । ବାପା ମଜୁରି ଲାଗିଲେ ଚୁଲି ଜଳୁଥିଲା ନ ହେଲେ ପରିବାର ଉପାସ ରହୁଥିଲେ । ହେଲେ ଆଜି ସେହି ଗରିବ ଘରର ପୁଅ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ IAS ଅଧିକାରୀ ହେବାର ଗୌରବ ପାଇଛନ୍ତି । ପୁରା ପରିବାରରେ ରାମଭଜନ ହେଉଛନ୍ତି ପ୍ରଥମ ଗ୍ରାଜ୍ୟୁଏଟ । ଅର୍ଥ ଅଭାବ କାରଣରୁ ପୁଅର ପାଠ ପଢା ପାଇଁ ଚିନ୍ତାରେ ଥିଲେ ରାମଭଜନ ଙ୍କ ବାପା । ଆଡମିସନ ପରେ ଅକ୍ଲାନ୍ତ ପରିଶ୍ରମ କରି ପୋଲିସ ବିଭାଗରେ ଚାକିରି ପାଇଲେ । ବର୍ତ୍ତମାନ ସେ ଦିଲ୍ଲୀ ପୋଲିସ ସାଇବର ସେଲ୍ସ ସାଉଥ ୱେଷ୍ଟ ରେ ହେଡ କନେଷ୍ଟବଳ ଭାବେ କାର୍ଯ୍ୟରତ ଅଛନ୍ତି ।

ହେଲେ ଚାକିରି ତାଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା । ପିଲାବେଳୁ ବାପାଙ୍କ କଷ୍ଟ ଦେଖି କିଛି ଅଲଗା କରିବାକୁ ଚାହୁଁଥିଲେ । ବାପା ଚାହୁଁଥିଲେ ପୁଅ ବଡ ବାବୁ ହେଉ । ଯାହାକୁ ପୂରଣ କରିବା ପାଇଁ UPSC ପରୀକ୍ଷାରେ ଲାଗି ପଡିଲେ । ସବୁଠୁ ବଡ କଥା ହେଲା ତାଙ୍କର ଧର୍ଯ୍ୟ 2009ରୁ 2022 ଦୀର୍ଘ 12 ବର୍ଷ କିଛି କମ ସମୟ ନୁହେଁ ।

ଲଗାତାର 7 ଥର ପରୀକ୍ଷା ଦେଇ ବିଫଳ ହେଲେ । ଶେଷ ପରୀକ୍ଷାରେ 933 ଜଣଙ୍କ ମଧ୍ୟରୁ 667 ରିୟାଙ୍କ ପାଇଲେ । ଯେବେ ଏହି ଖବର ଟି ତାଙ୍କ ବାପା ଜାଣିବାକୁ ପାଇଥିଲେ ସେ ଫୋନ କରି କହିଥିଲେ କି ତୁ କରି ଦେଖାଇଲୁ । ଏହା ପରେ ତାଙ୍କ ପାଖକୁ ଶୁଭେଚ୍ଛା ର ସୁଅ ଛୁଟି ଆସିଥିଲା । ଦିଲ୍ଲୀ ପୋଲିସ ତାଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇବା ସହ ଟ୍ବିଟ କରି କହିଛନ୍ତି ଯେ ତାଙ୍କର ଅକ୍ଲାନ୍ତ ପରିଶ୍ରମ, ଦୃଢ ଇଚ୍ଛା ଶକ୍ତି, ଅସୀମ ଧର୍ଯ୍ୟ, ନିଜ ସ୍ଵପ୍ନ ପ୍ରତି ଅତୁଟ ସମର୍ପଣ କୁ ପ୍ରଶଂସା କରିଛି ଦିଲ୍ଲୀ ପୋଲିସ । ଏତିକି ରେ କଥା ସରି ନାହିଁ ବରଂ ରେଜଲ୍ଟ ବାହାରିବା ପୂର୍ବରୁ ରାମଭଜନ ଆହୁରି ପାଦେ ଆଗେଇ ଯାଇଛନ୍ତି ।

ତାଙ୍କୁ ପରୀକ୍ଷାରେ ଶେଷ ଥର ପାଇଁ ସୁଯୋଗ ମିଳିଛି । ଏହାକୁ ସେ ହାତ ଛଡା କରିବାକୁ ଚାହୁଁ ନାହାନ୍ତି । ସେଥିପାଇଁ ସେ ମେ 28ରେ ଶେଷ UPSC ପରୀକ୍ଷା ଦେବାକୁ ସ୍ଥିର କରିଛନ୍ତି । ବାସ୍ତବରେ 12 ବର୍ଷର ଲଗାତାର ସଫଳତା ପାଇବା ପରେ ସେ ପୁରା ସମାଜ କୁ ଶିକ୍ଷା ଦେଇ ପାରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।