ଦିନେ ଥିଲେ DTP Operator, କିନ୍ତୁ ଏମିତି କଣ ହେଲା କି ହଠାତ ରାତାରାତି ସେ ହୋଇଗଲେ କୋଟିପତି !

ଯୁବକ ଜଣକ ଡାଟା ଏଣ୍ଟ୍ରି କାମ କରି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ । ଏହି କାମ କରି ସେ ମାସକୁ ୮୦୦୦ ଟଙ୍କା ପାଉଥିଲେ । କିନ୍ତୁ ଅଚାନକ ତାଙ୍କ ଭାଗ୍ୟ ଚମକି ଗଲା ଓ ସେ ରାତାରାତି କୋଟିପତି ହୋଇଗଲେ । ଏତେ ଟଙ୍କା ପାଇବା ପରେ ବି ସେ ମନରେ ଅଳ୍ପ ହେଲେ ବି ଗର୍ବ କରିଲେ ନାହିଁ ଓ ମନ୍ଦିରକୁ ଲକ୍ଷ ଲକ୍ଷ ଟଙ୍କା ଦାନ କରିଦେଲେ । ଏହିଭଳି ଚିନ୍ତାଧାର ବହୁତ କମ ଲୋକମାନେ ରଖିଥାନ୍ତି । ଏହିଭଳି କିଛି ମଧ୍ୟପ୍ରଦେଶର ଫତେପୁରର କୃଷ୍ଣପାଲ ସିଂହଙ୍କ ସହ ଘଟିଛି ।

ଗୋଟିଏ ରାତିରେ ହିଁ ସେ କୋଟିପତି ହୋଇ ଯାଇଛନ୍ତି । ମଧ୍ୟପ୍ରଦେଶର ଫତେପୁରର କୃଷ୍ଣପାଲ ସିଂହ ନିଜ ଘର ପାଖରେ ଥିବା ଏକ କମ୍ୟୁନିଟି ସେଣ୍ଟରରେ ଜଣେ ଡାଟା ଏଣ୍ଟ୍ରି ଅପରେଟର ରୂପରେ କାମ କରୁଥିଲେ । ଏଥିପାଇଁ ତାଙ୍କୁ ମାସ ଶେଷରେ ୮୦୦୦ ଟଙ୍କା ସ୍ୟାଲେରୀ ମିଳୁଥିଲା । କିନ୍ତୁ ଅଚାନକ ରାତାରାତି କୃଷ୍ଣପାଲ ସିଂହ କୋଟିପତି ହୋଇ ଯାଇଛନ୍ତି । ସବୁଠୁ ବଡ କଥା ହେଉଛି ଅନ୍ଲାଇନ ଗେମିଂ ଏପ ଡ୍ରିମ ୧୧ ତାଙ୍କୁ ଏହି ଅର୍ଥ ରାଶି ପ୍ରଦାନ କରିଛି ।

ଡ୍ରିମ ୧୧ରେ କୃଷ୍ଣପାଲ ଗୋଟିଏ ଟିମ ଗଠନ କରି ଏହି ଟଙ୍କା ପାଇଛନ୍ତି । ମଙ୍ଗଳବାର ଦିନ କଲିକତା ଓ ଦିଲ୍ଲୀ ମଧ୍ୟରେ ଆଇପିଏଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସମସ୍ତଙ୍କ ଭଳି କୃଷ୍ଣପାଲ ବି ଡ୍ରିମ ୧୧ରେ ଏକ ଟିମ ତିଆରି କରିଥିଲେ । ଡ୍ରିମ ୧୧ରେ ତାଙ୍କ ଦ୍ଵାରା ଚୟନ କରାଯାଇ ଥିବା ସବୁ ଖେଳାଳିମାନଙ୍କର ଖେଳ ବହୁତ ଭଲ ଥିଲା । ସେ ପ୍ରଥମ ପୋଜିସନରେ ଆସିଗଲେ ଓ ତାଙ୍କୁ ବିଜେତା ଘୋଷଣା କରିବା ସହ ୧ କୋଟି ୨୦ ଲକ୍ଷ ଟଙ୍କା ମିଳିଛି ।

କିନ୍ତୁ ଏହି ଅର୍ଥ ରାଶିରୁ କିଛି ଟଙ୍କା ଟାକ୍ସ ରୂପରେ କଟିଯିବା ପରେ ତାଙ୍କର ବ୍ୟାଙ୍କ ଆକାଉଣ୍ଟରେ ବାକି ଅର୍ଥ ରାଶି ଚାଲି ଆସିବ । ଜଣେ ସାଧାରଣ ବ୍ୟକ୍ତି କୋଟିପତି ହେବା ପରେ ସେ ସେଥିରୁ କାହାକୁ ବି ୧ ଟଙ୍କା ଦେଇ ନ ଥାଏ ଓ ଦାନ କରିବା ଦୂର କଥା । କିନ୍ତୁ କୃଷ୍ଣପାଲଙ୍କ ଚିନ୍ତାଧାର ବିଲକୁଲ ଓଲଟା ଅଟେ ।

ସେ ଭଗବାନଙ୍କ ଉପରେ ବହୁତ ବିଶ୍ଵାସ କରନ୍ତି ଓ ସେଥିପାଇଁ ସେ ଏହି ଅର୍ଥରାଶି ଆସିଲେ ସେଥିରୁ ମନ୍ଦିରକୁ ୧୦ ଲକ୍ଷ ଟଙ୍କା ଦାନ କରିବେ ବୋଲି ଘୋଷଣା କରିଛନ୍ତି । ଡ୍ରିମ ୧୧ର ବିଜେତା ହେବା ପରେ ସେ ମିଡିଆ ସହ କଥାବାର୍ତ୍ତା କରି କହିଲେ କି ସେ କେବେ ବି ଏହି କଥା ବିଷୟରେ ଚିନ୍ତା କରି ନ ଥିଲେ । ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ବିଶ୍ଵାସ ହେଉ ନାହିଁ କି ସେ କୋଟିପତି ହୋଇ ଯାଇଛନ୍ତି ।