Odia Dhagadhamali: ଦିନରେ ଶୁଏ ରାତିରେ କାନ୍ଦେ, ଯେତେ କାନ୍ଦିବ ସେତେ ଖାଇବ ? କହିଲ ଦେଖି ଉତ୍ତର… (Brilliant GK Questions)

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

୧- ଡେଣା ନଥା ଆକାଶେ ଉଡେ, ମଣିଷକୁ ଝାମ୍ପି ନିଏ ?

ଉ: ଆକାଶ ଛତା ।

୨- ଦୁଇ ବାଳକର ରଙ୍ଗ ସମାନ, ଜଣେ ହଜିଗଲେ ଆଉ ଜଣେ କୋଉ କାମକୁ ନୁହେଁ, ସେ କିଏ ?

ଉ: ଚପଲ ।

୩- ଗୋଟିଏ ଥାଳିରେ ଦୁଇଟି ଅଣ୍ଡା, ଗୋଟିଏ ଗରମ ଅନ୍ଯଟି ଥଣ୍ଡା, ତାହା କଣ ?

ଉ: ସୂର୍ଯ୍ୟ ଓ ଚନ୍ଦ୍ର ।

୪- ସୂର୍ଯ୍ୟ ପୃଥିବୀର କେବେ ହେଲେ କଣ ଦେଖି ନାହିଁ ?

ଉ: ସୂର୍ଯ୍ୟ କେବେ ପୃଥିବୀର ଅନ୍ଧାର ଦେଖି ନାହିଁ ।

୫- ଦୁଇ ଭାଇ, ଜଣକୁ ଖାଇଲେ ପେଟ ଥଣ୍ଡା ଆଉ ଜଣକୁ ଖାଇଲେ ପେଟ ଗରମ, ଏହାର ଉତ୍ତର କଣ ?

ଉ: ଚିନି ଓ ମିଶ୍ରି ।

୬- ଜନ୍ମ ନିଏ ରାତିରେ, ସକାଳ ହେଲେ ଆ’ ଦୁଆର ତା’ ଦୁଆର ହୋଇସାରିଲେ ମରଣ ତା’ର, ଏହାର ଉତ୍ତର କଣ ?

ଉ: ଖବର କାଗଜ ।

୭- ନା କେବେ ଝଗଡା କରେ ନା କେବେ ସେ ରୁଷେ, ହେଲେ ସବୁବେଳେ ମାଡ ଖାଏ ?

ଉ: ଢୋଲ ।

୮- ଏମିତି କେଉଁ କାମ ଅଛି ଯାହା ଜଣେ ପୁଅ ଜୀବନରେ ଥରେ କରେ ହେଲେ ଜଣେ ଝିଅ ସବୁଦିନ କରିଥାଏ, ତାହା କଣ ?

ଉ: ସିନ୍ଦୂର ।

୯- ଜଣେ ଭାଇ ତା’ ଭଉଣୀକୁ ଗୋଟିଏ ଫଳ ଦେଲା କହିଲା, ଭୋକ ଲାଗିଲେ ଖାଇବୁ ଶୋଷ ଲାଗିଲେ ପିଇବୁ ଓ ଶୀତ ହେଲେ ଜାଳିବୁ, ତାହା କଣ ?

ଉ: ନଡିଆ ।

୧୦- କେଉଁ ବୁକ୍ ଛପା ହୋଇନାହିଁ ?

ଉ: ଫେସବୁକ ।

୧୧- ସେଇଟା କେଉଁ ଜିନିଷ ତାକୁ ବ୍ୟବହାର କରିବା ପାଇଁ ଭାଙ୍ଗିବାକୁ ପଡିଥାଏ ?

ଉ: ଅଣ୍ଡା ।

୧୨- କେଉଁ ଗଛର ପତ୍ର ପୂଜାରେ ଲାଗେ ଓ ଆମେ ଖାଇ ଥାଉ ?

ଊ: ପାନ ପତ୍ର ।

୧୩- ଘରେ ଦୁଇଟି ଦ୍ଵାର ରହିଛି, ଗୋଟିଏ ମୁଖ୍ୟଦ୍ଵାର କବାଟ ଓ ଅନ୍ୟଟିର ନାମ କଣ ?

ଉ: ଝରକା ।

୧୪- ଦେଖିଆ ଆସିଲି ଉତ୍ତର ଫଳ ଉପରେ ପତର ?

ଉ: ସପୁରୀ ।

୧୫- ଦିନରେ ଶୁଏ ରାତିରେ କାନ୍ଦେ, ଯେତେ କାନ୍ଦିବ ସେତେ ଖାଇବ ? କହିଲ ଦେଖି ଉତ୍ତର ?

ଉ: ମହମବତୀ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।