ଦିନକୁ ମାତ୍ର 2 ଥର ଏହାର ସେବନ ଦ୍ଵାରା ଛାତି ଓ ଗଳାରେ ଜମା କଫ ଶରୀରରୁ ବାହାରିଯିବ, ସଂପୂର୍ଣ୍ଣ ଆୟୁର୍ବେଦିକ ଉପଚାର !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବଦଳୁଥିବା ଋତୁ ଅନୁସାରେ ଆମେମାନେ ଅନେକ ସମୟରେ ଥଣ୍ଡା, କାଶ ଭଳି ସମସ୍ଯାରେ ପୀଡିତ ହୋଇଥାଉ । ଯାହା ଦ୍ଵାରା ବିଶେଷ କରି ଆମ ଛାତି ଓ ଗଳାରେ କଫ ଜମା ହୋଇଯାଇଥାଏ । ଯାହାକି ଆପଣଙ୍କୁ ଶାନ୍ତିରେ ଶୋଇବାରେ ମଧ୍ୟ ଅସୁବିଧା ହୋଇଥାଏ । ତେବେ ଆଜି ଆମେ ଯେଉଁ ଘରୋଇ ଉପଚାର ବିଷୟରେ ଏଠାରେ କହିବା ପାଇଁ ଯାଉଛୁ । ଯଦି ଏହି ଉପଚାରର ଆପଣ ବ୍ୟବହାର କରନ୍ତି ।

ତେବେ ଆପଣଙ୍କର ଛାତି କିମ୍ବା ଗଳାରେ ଜମିରହିଥିବା ସମସ୍ତ କଫ ତରଳି ଶରୀରରୁ ବାହାରିଯିବ । ଏହି ଉପଚାର ପାଇଁ ଆପଣ ପ୍ରଥମେ ଏକ ପାତ୍ରରେ ୨ ଗ୍ଳାସ ପାଣି ନିଅନ୍ତୁ । ତାପରେ ସେହି ପାଣିରେ ଆଗରୁ କାଟି ରଖିଥିବା ଛୋଟ ଛୋଟ କିଛି ଖଣ୍ଡ ଅଦା ଓ ୪ ରୁ ୫ ଟି ତୁଳସୀ ପତ୍ର ସେଥିରେ ପକାନ୍ତୁ ।

ଏହାପରେ ପାଣିରେ ଗୋଟିଏ ତେଜପତ୍ରକୁ ଛିଡାଇ ଛୋଟ ଛୋଟ ଟୁକୁରା କରି ସେହି ପାଣିରେ ପକାଇବା ସହ ସେଥିରେ ଗୋଟିଏ ଲବଙ୍ଗ ମଧ୍ୟ ପକାନ୍ତୁ । ଏହା ସହ ୧ ରୁ ୨ ଟି ଗୋଲମରୀଚ ମଧ୍ୟ ସେଥିରେ ପକାନ୍ତୁ । ଆପଣ ଏହି ସମସ୍ତ ସାମଗ୍ରୀ ପାଣିରେ ପକାଇ ସେହି ପାଣିକୁ କିଛି ସମୟ ପର୍ଯ୍ୟନ୍ତ ଧିମା ଆଞ୍ଚରେ ଫୁଟିବା ପାଇଁ ଛାଡି ଦିଅନ୍ତୁ । ଆପଣ ଏହି ରେମିଡି ପାଇଁ ବ୍ୟବହାର କରିଥିବା ପ୍ରତ୍ଯେକ ସାମଗ୍ରୀ ଛାତି ଓ ଗଳାରେ ବହୁ ଦିନ ଧରି ଜମିରହିଥିବା କଫକୁ କାଢିବା ପାଇଁ ବହୁ ମାତ୍ରାରେ ସାହାଜ୍ଯ କରିଥାଏ ।

ତେବେ ପାଣି ଫୁଟି ଫୁଟି ଅଧା ହୋଇଯିବା ପରେ ଆପଣ ତାହାକୁ ଚୁଲାରୁ କାଢି ଆଣି ଅନ୍ୟ ଏକ ପାତ୍ରକୁ ଛାଣି ଆଣନ୍ତୁ । ଏହାପରେ ଆପଣ ସେହି ପାଣିରେ ୧ ଚାମଚ ଶୁଧ ମହୁର ମିଶ୍ରଣ କରି ଭଲ ଭାବେ ଗୋଳାଇ ଦିଅନ୍ତୁ । ମହୁ ଗଳା ସଂକ୍ରମଣ, ଛାତିରେ ଜମିଥିବା କଫ କାଢିବାରେ ବହୁ ଲାଭକାରୀ ପଦାର୍ଥ ଅଟେ । ଆପଣ ପ୍ରସ୍ତୁତ କରିଥିବା ଏହି କାଢାକୁ ସକାଳୁ ଉଠି ଥରେ ସେବନ କରନ୍ତୁ ।

ଯଦି ଆପଣଙ୍କର ବହୁ ଅଧିକ ଥଣ୍ଡା, କାଶ ସହ କଫ ଜମିଠାଏ । ତେବେ ଏହାକୁ ଦିନକୁ ୨ ଥର ଭାବେ ୩ ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ । ଦେଖିବେ ଏହି କାଢାର ପ୍ରଥମ ଦିନ ସେବନରୁ ହିଁ ଆପଣଙ୍କୁ ଏହାର ଚମତ୍କାରୀ ସ୍ଵାସ୍ଥଗତ ଫାଇଦା ଶରୀରରେ ହେବାର ଅନୁଭୂତ କରିପାରିବେ ।

ଏହା ଆପଣଙ୍କ ଶରୀରରୁ ସଂପୂର୍ଣ୍ଣ ଭାବେ କଫ ସଫା କରିବା ସହ ଶରୀରରୁ ଥଣ୍ଡା, କାଶ ଭଳି ଯନ୍ତ୍ରଣାରୁ ଉପଶମ ଦେଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ କରିବା ସହ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ । ଧନ୍ୟବାଦ