ଏହି ଉପାୟକୁ କରିବା ଦ୍ଵାରା ଘରେ ଥିବା ମଶା, ମାଛି 5 ମିନିଟ୍ ରେ ପଳାଇଯାଇଥାନ୍ତି, ଲବଙ୍ଗ ର କମାଲ

ନମସ୍କାର ବନ୍ଧୁଗଣ । ସାଧାରଣତଃ ବର୍ଷା ଦିନ ଆସିଲେ ଘରମାନଙ୍କରେ ମଶା , ମାଛି ସବୁ ପଶିଥାନ୍ତି । ମଶାମାନେ କାମୁଡିବା ଦ୍ଵାରା ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ । ଯଥା ଡେଙ୍ଗୁ , ମ୍ୟାଲେରିଆ ଭଳି ରୋଗ ହେବାର ସମ୍ଭାବନା ରହିଥାଏ । ତେବେ ବର୍ଷା ଦିନ ଆସିଲା ମାତ୍ରକେ ଘରର ମାଆମାନେ ସନ୍ଧ୍ୟା ହେଉ ହେଉ ଘରର ଝରକା , କବାଟ ସବୁ ବନ୍ଦ କରିଦେଇଥାନ୍ତି । ମାତ୍ର ମଶାମାନେ ଯେଉଁ ବାଟରୁ ହେଲେ ଘରକୁ ପଶିଆସନ୍ତି ।

ଚଳିତ ବର୍ଷର ବର୍ଷାଦିନ ଆସିଲାଣି ଏବେ ସାରା ରାଜ୍ୟରେ ବର୍ଷା ଦେଖାଦାଉଣି । ତେବେ ଏଭଳି ସମୟରେ ଆପଣମାନେ କିପରି ମଶା ଦାୟୀରୁ ବଞ୍ଚିବେ । ତେଣୁ କରି ଆଜି ଆମେ ଆପଣମାନଙ୍କ ପାଇଁ ନେଇଆସିଛୁ ଚମତ୍କାରୀ ଉପାୟ । ଯାହାକୁ ପ୍ରୟୋଗ କରିବା ଦ୍ଵାରା ଘରୁ ପୁରା ମଶା ମାଛି ପଳେଇଯିବେ । ତେବେ ମୁଁ ଆଜି ଆପଣଙ୍କୁ ଲବଙ୍ଗକୁ ବ୍ୟବଭାର କରି କିପରି ଘରୁ ମଶାକୁ ବାହାର କରିବେ ତାହା କହିବି । ଲବଙ୍ଗର ଦୁଇଟି ଉପାୟ କହିବୁ ପ୍ରଥମ ଉପାୟ କରି ଆପଣ ଘରେ ଥିବା ମଶାକୁ ବାହାର କରିବେ ଏବଂ ଦ୍ଵିତୀୟ ଉପାୟ କରି ଆପଣ ମାଛିକୁ ବାହାର କରିବେ ।

ଆସନ୍ତୁ ଜାଣିବା ମଶାକୁ ବାହାର କରିବାର ଉପାୟ । ପ୍ରଥମେ ଆପଣ ତିନି ଚାରିଟି ଲବଙ୍ଗ ନେଇଯିବେ । ଏବେ ଏହାକୁ ଖଣ୍ଡ ଖଣ୍ଡ କରିବେ ,ମନେ ରଖନ୍ତୁ ଆପଣ ଏହାକୁ ପାଉଡର କରିବେ ନାହିଁ । ଖଣ୍ଡ ଖଣ୍ଡ ହୋଇଥିବା ଲବଙ୍ଗରେ ଗୁଣ୍ଡ କର୍ପୁରକୁ ପକାଇ ଭଲ ଭାବରେ ମିଶାଇ ନିଅନ୍ତୁ । ତା ପରେ ଆପଣ ତୁଳା ନେବେ ଏବଂ ଏଥିରେ ଆପଣ ପୂର୍ବରୁ ତିଆରି କରିଥିବା ଲବଙ୍ଗ ଓ କର୍ପୁର ଗୁଣ୍ଡକୁ ତୁଳର ମଝି ଅଂଶ ରେ ରଖି ତହକୁ ଗୁଡାଇ ଦେବେ ।

ଯେପରିକି ଭିତରେ ଥିବା ମସଲା ବାହାରକୁ ନ  ଆସେ । ଏବେ ଦୀପରେ ଏହାକୁ ରଖି ନିମ ତେଲ ଉପରେ ପକାନ୍ତି ପରେ ଏହାକୁ ଜଳାନ୍ତୁ । ଦେଖିବେ ଏଥିରୁ ଆସୁଥିବା ଧୂଆ ଆମକୁ ଭଲ ଲାଗିବ କିନ୍ତୁ ମଶାମାନଙ୍କୁ ଏହା ଆଦୌ ପସନ୍ଦ ହୋଇନଥାଏ । ଦେଖିବେ ଏହାକୁ କରିବା ଦ୍ଵାରା ଆପଣଙ୍କ ଘରେ ମଶା ଦେଖାଦେଇନଥାନ୍ତି । ତେଣୁ ସନ୍ଧ୍ଯା ସମୟରେ ଅଧିକ ମଶା ଥିବା ସ୍ଥାନରେ ଏହି ଦୀପକୁ ଲଗାନ୍ତୁ ।

ଦ୍ଵିତୀୟ ଆପଣ ଏହି ଗୁଣ୍ଡ ଏକ ପାତ୍ରରରେ ପକାଇ ଏକ ଗ୍ଳାସ ପାଣି ମିଶାନ୍ତି । ଏହା ପରେ ଆପଣ ପାଣିରେ ଏକ ଚାମୁଚ ଲୁଣକୁ ପକାଇ ଭଲଭାବରେ ଗୋଳାଇ ଦିଅନ୍ତୁ । ଏହି ପାଣି ଘର ପୋଛିବା ପାଇଁ ରଖିଥିବା ବାଲ୍ଟି ପାଣି ମିଶାଇ ଘରକୁ ପୋଛିବା ଦ୍ଵାରା ଘରକୁ ମାଛି ଆସନ୍ତି ନାହିଁ । ବର୍ଷା ଦିନମାନଙ୍କରେ ଏହି ଦୁଇଟି ଉପାୟ କରିବା ଦ୍ଵାରା ମଶା ,ମାଛି ଆପଣଙ୍କ ଘରକୁ ଆସିନଥାନ୍ତି । ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।