ବେଲପତ୍ରକୁ ଶିବଙ୍କ ଉପରେ ଚଢାଇବା ପୂର୍ବରୁ ବେଲପତ୍ରକୁ ତୋଳିବାର ନିୟମ, ଜାଣନ୍ତୁ

ଶିବଙ୍କୁ ତାଙ୍କର ଯେ କୌଣସି ବି ଭକ୍ତ ସହଜରେ ପ୍ରସନ୍ନ କରି ପାରିବେ । ଶିବଙ୍କୁ ପ୍ରସନ୍ନ କରିବା ପାଇଁ କେବଳ ଚନ୍ଦନ, କ୍ଷୀର, ପାଣି ଏବଂ ବେଲପତ୍ର ଆବଶ୍ୟକ ହୋଇଥାଏ । ଏହାକୁ ଯଦି ସଠିକ ଭବାରେ ଶିବଙ୍କୁ ଅର୍ପଣ କରାଯାଏ ତେବେ ଭକ୍ତମାନଙ୍କର ସବୁ ମନୋକାମନା ପୁରା ହୋଇଯିବ । ଭୋଳାନାଥଙ୍କର ସବୁଠୁ ପ୍ରିୟ ଜିନିଷ ହେଉଛି ବେଲପତ୍ର ଏବଂ ଏହାକୁ ଶିବଙ୍କ ଉପରେ ଚଢାଇବାର କିଛି ନିୟମ ମଧ୍ୟ ଅଛି ।

ବେଲପତ୍ର ଗଛରେ ବେଲ ପତ୍ର ସହିତ ଏକ ଫଳ ମଧ୍ୟ ହୋଇଥାଏ ଏବଂ ଏହି ଫଳ ଓ ପତ୍ର ଉଭୟକୁ ଶିବଙ୍କ ଉପରେ ଚଢାଇ ପାରିବେ । କିନ୍ତୁ ସେହି ଗଛର ସବୁ ପତ୍ରକୁ ଶିବଙ୍କୁ ଅର୍ପଣ କରାଯାଏ ନାହିଁ ।

ବେଲପତ୍ରକୁ ତୋଳିବାର କିଛି ନିୟମ

ବେଲପତ୍ର ତୋଳିବା ପାଇଁ ଶାସ୍ତ୍ରରେ ବିଭନ୍ନ ନିୟମ ବିଷୟରେ କୁହାଯାଇଛି । ବେଲପତ୍ରକୁ କେବେବ ବି ସୋମବାର ଦିନ ତୋଳିବା ଉଚିତ ନୁହେଁ । ସୋମବାର ବ୍ୟତୀତ ଚତୁର୍ଥି, ଅଷ୍ଟମୀ, ନବମୀ, ଚତୁର୍ଦ୍ଦଶୀ, ଅମାବାସ୍ୟା, ସଙ୍କ୍ରାନ୍ତି ଦିନ ବି ବେଲପତ୍ର ତୋଳିବା ଉଚିତ ନୁହେଁ । ସୋମବାର ଦିନ ବେଲପତ୍ର ଅର୍ପଣ କରିବାର ଅଛି ତେବେ ରବିବାର ଦିନ ହିଁ ତୋଳି ନିଅନ୍ତୁ ।

ସ୍କନ୍ଦ ପୁରାଣ ଅନୁସାରେ କୁହାଯାଇଛି କି ବେଲପତ୍ରକୁ ଥରେ ବ୍ୟବହାର କରିବା ପରେ ବି ଏହାକୁ ଧୋଇ ପୁଣି ଥରେ ବ୍ୟବହାର କରାଯାଇ ପାରିବ ।

କେବଳ ତ୍ରିଶାଖା ବେଲପତ୍ର ଚଢାନ୍ତୁ

ପୂଜା କରିବା ସମୟରେ ତିନିଟି ପତ୍ର ଥିବା ବେଲପତ୍ର କିମ୍ବା ତାହା ଠାରୁ ଅଧିକ ଥିବା ପତ୍ରକୁ ଶିବଙ୍କ ଉପରେ ଚଢାଇବା ଉଚିତ । ୩ ଟି ରୁ କମ ଶାଖା ଥିବା ବେଲପତ୍ରକୁ ଶିବଙ୍କ ଉପରେ ଚଢାନ୍ତୁ ନାହିଁ ।

କୌଣସି ବି ପତ୍ରରେ ନ ଥିବ କଣା

ଯେ କୌଣସି ବି ପତ୍ରକୁ ଚଢାଇବା ସମୟରେ ଏହି କଥାର ଧ୍ୟାନ ରଖିବେ କି ସେହି ପତ୍ରରେ କୌଣସି ପ୍ରକାରର କଣା ନଥିବା ଆବଶ୍ୟକ । ତିନୋଟି ଶାଖା ଥିବା ପତ୍ର ପୁରା ସଫା ଥିବା ଦରକାର ।

କେଉଁଭଳି ଭାବରେ ଚଢାଇବେ

ବେଲପତ୍ରରେ ଯଦି ଶିବଙ୍କର ନାମ ଲେଖି ତାହାକୁ ଶିବଙ୍କୁ ଅର୍ପଣ କରାଯାଏ ତେବେ ଏମିତି କରିବା ଦ୍ଵାରା ଆପଣଙ୍କର ସବୁ ମନୋକାମନା ପୂର୍ଣ୍ଣ ହୋଇଥାଏ । ଏହାକୁ ଚଢାଇବା ସମୟରେ କେବଳ ନିଜର ଅନାମିକା ଆଙ୍ଗୁଠିର ପ୍ରୟୋଗ କରି ଭଗବାନଙ୍କୁ ଚଢାଇବା ଆବଶ୍ୟକ ।