ନିଦରୁ ଉଠିଲା ସ୍ତ୍ରୀ ତ ଚିତ୍କାର ଶୁଣି ଜମା ହୋଇଗଲେ ପଡୋଶୀ, ସ୍ଵାମୀର ଅବସ୍ଥା ଦେଖି ସବୁ ହେଇଗଲେ ସ୍ତବ୍ଦ

ବର୍ତ୍ତମାନ ସମୟରେ ଏମିତି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସବୁ ଘଟଣା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଏହି ପରି ଏକ ଘଟଣା ବିଷୟରେ ଆଜି ଆମେ ଆପଣମାନଙ୍କୁ କହିବୁ । ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଗାଜିପୁରର କସ୍ଵାରେ । ମଙ୍ଗଳବାର ଦିନ ସକାଳ ସମୟରେ ସ୍ତ୍ରୀ ନିଦରୁ ଉଠି ସ୍ଵାମୀର ଅବସ୍ଥା ଦେଖି ଚିତ୍କାର କରିଥିଲା ।

ସ୍ତ୍ରୀର ଚିତ୍କାର ଶୁଣି ଘର ପାଖରେ ଥିବା ପଡୋଶୀ ମାନେ ସେଠାରେ ପହଞ୍ଚିଲେ । ପଡୋଶୀମାନେ ସେହି ଘରେ ପହଞ୍ଚି ସ୍ଵାମୀ ବେକରେ ଦୌଡି ଦେଇଥିବାର ଦୃଶ୍ୟ ଦେଖିଥିଲେ । ସୂଚନା ଅନୁସାରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ଓ ତଦନ୍ତ ଆରମ୍ଭ କରିଥିଲା ।

ଯୁବକଙ୍କର ପିତା ବୋହୁ ଉପରେ ସନ୍ଦେହ କରିଥିଲେ

ଗାଜିପୁର କସ୍ଵାର ବହୁଆ ରୋଡ ପଥବାରି ଦେବୀ ମନ୍ଦିର ନିକଟରେ ଲଲୁ ସେନି ରହୁଥିଲେ । ତାଙ୍କର ଫୁଲ ର କାରୋବାର ଥିଲା । ସେ ତାଙ୍କ ସାନ ପୁଅ ସୁମିତଙ୍କ ସହ ଅଲଗା ରହୁଥିଲେ । ସେ କହିଥିଲେ କି, ‘ତାଙ୍କର ୨୭ ବର୍ଷୀୟ ବଡ ପୁଅର ବିବାହ ୧୯୯୮ ମସିହାରେ ଗାଜିପୁର ଥାନା ଶାଖାର ନିବାସୀ ଗୀତା ଦେବୀଙ୍କ ସହ ହୋଇଥିଲା । ସେମାନଙ୍କର ୬ ମାସର ଏକ ଝିଅ ଅଛି, ଝିଅର ନାମ ହେଉଛି ପିଙ୍କି ।

ବିବାହ ପରେ ମୋ ବଡ ପୁଅ ଅଲଗା ରହୁଥିଲା । ମୋ ବଡ ପୁଅ ଅମିତ କାନପୁରରେ 2 ବର୍ଷୀୟ ବି ଫାର୍ମା କରୁଥିଲା । ହେଲେ ସେ ପରୀକ୍ଷାରେ ଗୋଟିଏ ବିଷୟରେ ଫେଲ ହୋଇଯାଇଥିଲା । ଫେଲ ହେବା ପରେ ସେ ବ୍ୟାକ ପେପର ଦେଇଥିଲା । ଏହା ସହିତ ବିବାହ ପାଇଁ ବ୍ୟବହାର ହେଉଥିବା ଗାଡି ଗୁଡିକରେ ଫୁଲ ମାଳା ସଜାଉଥିଲା ଓ ଅନ୍ୟ ସମୟରେ ଏକ ମେଡିକାଲ ଷ୍ଟୋରରେ ପ୍ରାକ୍ଟିସ ମଧ୍ୟ କରୁଥିଲା’ ।

ଲଲୁ ସେନିଙ୍କ ମତରେ, ‘ସୋମବାର ଦିନ ଅଧ ରାତିରେ ଗୀତା ଦେବୀ ନିଜ ସ୍ଵାମୀଙ୍କୁ ଦୌଡି ଦେଇଥିବାର ଦୃଶ୍ୟ ଦେଖି ଚିତ୍କାର କରିଥିଲା । ଯାହାଫଳରେ ପଡୋଶୀ ମାନେ ସେହି ଘରେ ଜମା ହୋଇଯାଇଥିଲେ । ଏହାପରେ ପଡୋଶୀ ମାନଙ୍କ ସହାୟତାରେ ସେ ତାର ସ୍ଵାମୀକୁ ଫାସି ଫନ୍ଦାରୁ ବାହାର କରିଲା, କିନ୍ତୁ ସେତେବେଳକୁ ସ୍ଵାମୀର ମୃତ୍ୟୁ ହୋଇ ସାରିଥିଲା । ଏହା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା’ ।

ପୋଲିସ ଲଲୁ ସେନି ଓ ତାଙ୍କ ବୋହୁକୁ ପଚରା ଉଚରା କରିବା ପାଇଁ ହାଜତକୁ ନେଇଥିଲା । ଯାହାଫଳରେ ଲଲୁ ସେନି ପୁଅର ମୃତ୍ୟୁ ପଛରେ ବୋହୁର ହାତ ଥିବାର ଆଶଙ୍କା ପୋଲିସକୁ କହିଥିଲେ । ପୋଲିସ ମତରେ ଏହାକୁ ଆତ୍ମ ହତ୍ୟା କୁହାଯାଇପାରିବ, ହେଲେ ଉଭୟ ଯୁବକ ଓ ଯୁବତୀଙ୍କ ମୋବାଇଲ ଫୋନ ଚେକ କରାଯିବ । ପୋଷ୍ଟମଟମ ରିପୋର୍ଟ ଅନୁଯାୟୀ କାର୍ଯ୍ୟ କରାଯିବ ।