ବଞ୍ଚିବେ ନାହିଁ ନୋଟ ବନ୍ଦୀ ସମୟରେ ବ୍ୟାଙ୍କରେ ଟଙ୍କା ଜମା କରିଥିବା ଲୋକମାନେ, ଏଠି ଦିନମଜୁରିଆକୁ ପଠା ଯାଇଛି ୧.୦୫ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ, ଜାଣନ୍ତୁ ପୁରା ଘଟଣା

ଆୟକର ବିଭାଗ ତରଫରୁ ୩୦୦ ଟଙ୍କା ପ୍ରତିଦିନ କମାଉଥିବା ବ୍ୟକ୍ତିକୁ  ୧.୦୫ ଟଙ୍କାର ଆୟକର ସୁଝିବା ପାଇଁ ନୋଟିସ ପଠା ଯାଇଛି । ଯେଉଁ ବ୍ୟକ୍ତିକୁ ଏହି ନୋଟିସ ପଠା ହୋଇଥିଲା ସେହି ବ୍ୟକ୍ତି ଜଣକ ଠାଣେ ଅନ୍ତର୍ଗତ ଅମ୍ବିବାଲିରେ ଗୋଟିଏ ଝୁମ୍ପୁଡି ଘରେ ରୁହେ ଓ ମୁଲ ଲାଗି ନିଜର ଜୀବିକା ନିର୍ବାହ କରିଥାଏ । ଏହି ଲୋକକୁ ନୋଟିସ, ନୋଟବନ୍ଦ ହୋଇଥିବା ସମୟରେ ୫୮ ଲକ୍ଷ ଟଙ୍କା ବ୍ୟାଙ୍କ ଖାତାରେ ଜମା କରିବା କାରଣରୁ ମିଳିଛି ।

ଏହି ବ୍ୟକ୍ତି ଜଣକ ଦିନକୁ ୩୦୦ ଟଙ୍କା ରୋଜଗାର କରିଥାଏ । ଭାଉସାହେବ ନାମକ ଏହି ଲୋକର ତିନୋଟି ପିଲା ଅଛନ୍ତି । ତା’ର ସାନ ପିଲାଟି ଆୟ କମ ଥିବାରୁ ସ୍କୁଲରେ ପାଠ ପଢିପାରୁ ନାହିଁ । ଏହି ପରି ସମୟରେ ଆୟକର ବିଭାଗ ତରଫରୁ ମିଳିଥିବା ନୋଟିସ ପାଇଁ ଏହି ବ୍ୟକ୍ତି ଜଣକ ବହୁତ ଚିନ୍ତିତ ଅଛି । ଏହି ବ୍ୟକ୍ତି ଜଣକ ପୋଲିସ ସହ ସମ୍ପର୍କ କରିଥିଲା ଓ କହିଥିଲା ତାକୁ ଏହି ଖାତାର କୌଣସି ତଥ୍ୟ ଜଣା ନାହିଁ । ସେ କହିଥିଲା କି ତା’ର କାଗଜ ପତ୍ର ହଜି ଯାଇଥିଲା ଓ ସେହି କାଗଜ ପତ୍ର ଆଧାରରେ କୌଣସି ଲୋକ ଏକ ଫରଜି ଆକାଉଣ୍ଟ ଖୋଲିଦେଇଛି ।

ଭାଉସାହେବ କହିଲା କି ସେ ୧୦୦ ବର୍ଗ ଫିଟର ଏକ ଝୁପୁଡି ଘରେ ରହିଥାଏ । ଏହି ସ୍ଥାନର ଆଇନଗତ ମାଲିକ ତାର ପିତା ଅଟନ୍ତି । ଭାଉସାହେବ କହିଲା କି ସେପ୍ଟେମ୍ବର ମାସ ୨୦୧୯ରେ ତାକୁ ପ୍ରଥମ ନୋଟିସ ମିଳିଥିଲା, ଯେଉଁଥିରେ ତାକୁ ୨୦୧୬ରେ ହୋଇଥିବା ନୋଟବନ୍ଦୀ କାରଣରୁ ଏକ ପ୍ରାଇଭେଟ ବ୍ୟାଙ୍କରେ ଜମା ହୋଇଥିବା ରକମ ବିଷୟରେ ପଚରା ହୋଇଥିଲା ।

ସେହି ସମୟରେ ସେ ଆୟକର ବିଭାଗ ଓ ବ୍ୟାଙ୍କ ସହ ସମ୍ପର୍କ କରିଥିଲା । ଭାଉସାହେବ ଦେଖିଥିଲା କି ଖାତାରେ ତା’ର ପ୍ୟାନ ଆକାଉଣ୍ଟର ନମ୍ବରର ବ୍ୟବହାର କରଯାଇଥିଲା ହେଲେ ଫଟୋ ଅଲଗା ଥିଲା ଓ ହସ୍ତାକ୍ଷର ବି ଜାଲି ଥିଲା ।