ଗର୍ଭବତୀ ମହିଳାଙ୍କର ସହାୟତା ପାଇଁ ୪ ଘଣ୍ଟା ପାଦରେ ଚାଲିଲେ ସେନାର ଯବାନ, ମୋଦୀ ଟ୍ଵିଟ କରି କଲେ ପ୍ରଶଂସା

ଜାମ୍ମୁ-କାଶ୍ମୀରରେ ଏକ ଗର୍ଭବତୀ ମହିଳାଙ୍କ ସହାୟତା କରିବା ପାଇଁ ସେନାର ଯବାନ ପାଖାପାଖି ୪ ଘଣ୍ଟା ପାଦରେ ଚାଲିଥିଲେ । ପ୍ରକୃତରେ ବର୍ତ୍ତମାନ ସମୟରେ କାଶ୍ମୀରରେ ବହୁତ ବରଫ ବର୍ଷା ହେଉଥିବାରୁ କାଶ୍ମୀରର ସବୁ ରାସ୍ତା ବରଫରେ ଭରି ଯାଇଛି । ସେଥିପାଇଁ କାଶ୍ମୀରର ବିଭିନ୍ନ ସ୍ଥାନରେ ଯାତାୟତ ପାଇଁ ସମସ୍ୟା ହେଉଛି । ଏହି ଅବସ୍ଥାରେ ଜଣେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ନେବା ପାଇଁ ଭାରତୀୟ ସେନାର ଜବାନ ୪ ଘଣ୍ଟା ପାଦରେ ଚାଲିଥିଲେ । ସେନାର ଏହି କାର୍ଯ୍ୟ ପାଇଁ ସବୁ ସ୍ଥାନରେ ପ୍ରଶଂସା ହେଉଛି ।

ସ୍ଥାନୀୟ ଲୋକମାନେ କଲେ ସହାୟତା

ଏହି ଗର୍ଭବତୀ ମହିଳାଙ୍କ ଡେଲିଭରି ହେବାର ଥିଲା ହେଲେ ବରଫ ବର୍ଷା ପାଇଁ ସେମାନେ ଘରୁ ବାହାରି ପାରୁନଥିଲେ । ଏହି ଘଟଣାର ସୂଚନା ଯେତେବେଳେ ସେନା ପାଖରେ ପହଞ୍ଚିଲା, ସେତେବେଳେ ସେନା ଡେରି ନକରି ମହିଳାଙ୍କ ସହାୟତା ପାଇଁ ପହଞ୍ଚି ଯାଇଥିଲେ । ସେନାଙ୍କର ଏହି ସହାୟତାକୁ ଦେଖି ସେଠାକାର ସ୍ଥାନୀୟ ଲୋକମାନେ ନିଜ ହାତ ବଢେଇଥିଲେ ଓ ସେନାଙ୍କୁ ସାହାର୍ଯ୍ୟ କରିଥିଲେ ।

ସେନାର ୧୦୦ ଯବାନ କଲେ ସହାୟତା

କୁହାଯାଉଛି କି ଏହି ଗର୍ଭବତୀ ମହିଳାଙ୍କ ସହାୟତା ପାଇଁ ସେନା ପାଖା ପାଖି ୧୦୦ଜଣ ଯବାନଙ୍କୁ ପଠାଇ ଥିଲା । କାଶ୍ମୀରର ଚିନାର କର୍ପ୍ସ ଘାଟିରେ ବର୍ତ୍ତମାନ ସମୟରେ ବହୁତ ବରଫ ପଡୁଛି । ଯାହାଫଳରେ ଅଣ୍ଟା ପର୍ଯ୍ୟନ୍ତ ବରଫ ପଡୁଛି । ଏହି ବରଫ ପାଇଁ ଯାତାୟତର ସମସ୍ୟା ହେଉଛି, ଯାହାଫଳରେ ହସ୍ପିଟାଲ ପର୍ଯ୍ୟନ୍ତ ଯିବା ବହୁତ କଷ୍ଟକର ଅଟେ ।

ସେହି ସମୟରେ ସେନା ତାର ୧୦୦ ଜଣ ଯବାନଙ୍କୁ ମହିଳାଙ୍କ ସହାୟତା ପାଇଁ ପଠାଇ ଥିଲେ । ୧୦୦ ଜଣ ଯବାନ ଓ ୩୦ ଜଣ ସ୍ଥାନୀୟ ଲୋକଙ୍କ ସହାୟତାରେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ।

ଭାରତୀୟ ସେନାର ଏହି କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେନାର ବହୁତ ପ୍ରଶଂସା କରିଛନ୍ତି । ମୋଦୀ ସେନାର ପ୍ରଶଂସା କରି ସେନାର ଯବାନମାନଙ୍କୁ ସଲାମ କରିଛନ୍ତି ଓ ଶସୀମା ଓ ତା’ର ନବଜାତ ଶିଶୁକୁ ସୁଖମୟ ଜୀବନର ଶୁଭକାମନା ଦେଇଛନ୍ତି ।