ଦିଗ୍ୱିଜୟ ପଚାରିଲେ – ଖାତାରେ ୧୫ ଲକ୍ଷ ଆସିଲା, ତେବେ ଯୁବକ ଜଣକ କହିଲେ – ହଁ, ମୋ ଖାତାରେ ଆସିଛି ଆଉ ତା ପରେ ହେଲା କିଛି ଏମିତି… ଦେଖନ୍ତୁ ଭିଡିଓ

ନିର୍ବାଚନ ସମସ୍ୟାରେ ନେତାମାନଙ୍କ ଦ୍ଵାରା ଆୟୋଜିତ ଜନସଭାରେ ବିଭିନ୍ନ ଅଜୀବ ଘଟଣା ସାମନାକୁ ଆସିଥାଏ । ଏହା ଭିତରେ ସୋମବାର ଦିନ କଂଗ୍ରେସର ନେତା ଦିଗବିଜୟ ସିଂହଙ୍କର ଜନସଭାର ଏକ ଅଜୀବ ଘଟଣା ହୋଇଛି । ଯାହାକି ସୋସିୟାଲ ମିଡିୟାରେ ବହୁତ ଭାଇରାଲ ହେଉଛି । କହିବାକୁ ଗଲେ ଭୋପାଳରେ ଦିଗବିଜୟ ସିଂହ ଏକ ନିର୍ବାଚନର ଜନସଭାକୁ ସବୋନ୍ଧିତ କରି ପିଏମ ମୋଦୀଙ୍କୁ ଟାର୍ଗେଟ କରି ତାଙ୍କ ବିରୋଧରେ ଏକ ପ୍ରଶ୍ନ ପଚାରିଲେ । ଯାହାର ଉତ୍ତରରେ ଦେଇ ଏକ ଯୁବକ ଦିଗବିଜୟଙ୍କର ମୁହଁ ବନ୍ଦ କରିଦେଲେ ।

ଦିଗବିଜୟ ସିଂହ ପିଏମ ମୋଦୀଙ୍କ ବିରୁଦ୍ଧରେ ଯାଇ ଜନସଭାରେ ଥିବା ଲୋକମାନଙ୍କୁ ପଚାରିଲେ କି, ଆପଣଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଆସିଛି ? ଏବଂ ଯାହାର ଆସିଛି ସେମାନେ ହାତ ଉଠାନ୍ତୁ । ଏହି ଭିଡ ମଧ୍ୟରେ ଜଣେ ଯୁବକ ହାତ ଉଠାଇଲା, ଯାହାକୁ ଦେଖି ଦିଗବିଜୟ ସିଂହ ସେହି ଯୁବକକୁ ମଞ୍ଚ ଉପରେ ଡାକିଲେ । ତେବେ ସେ ପୂର୍ବ ମୁଖ୍ୟମନ୍ତ୍ରୀଙ୍କର ମୁହଁ ବନ୍ଦ କରିଦେଲା ।

ମୋ ଖାତାରେ ଆସିଛି ୧୫ ଲକ୍ଷ ଟଙ୍କା – ଯୁବକ

ଦିଗବିଜୟଙ୍କର ପ୍ରଶ୍ନର ଉତ୍ତରରେ ଯୁବକ ଜଣକ କହିଲେ କି ମୋ ଖାତାରେ ୧୫ ଲକ୍ଷ ଟଙ୍କା ଆସିଛି । ଜବାବ ଶୁଣି ଦିଗବିଜୟ ସିଂହ ସେହି ଯୁବକକୁ ମଞ୍ଚ ଉପରେ ଡାକିଲେ । ତେବେ ଯୁବକ ଜଣକ କହିଲେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ଜିକଲ ସ୍ଟ୍ରାଇକ କରିଲେ ଏବଂ ଆତଙ୍କବାଦୀମାନଙ୍କୁ ମାରିଲେ । ଯୁବକ ଜଣକ କଥାରେ ରାଗି ଯାଇ ଦିଗବିଜୟ ସିଂହ ପୁଣି ଥରେ ପଚାରିଲେ କଣ ତୁମର ଖାତାରେ ୧୫ ଲକ୍ଷ ଟଙ୍କା ଆସିଛି ଏବଂ ତୁମକୁ ଚାକିରି ମିଳିଛି ? ଯାହା ପରେ କଂଗ୍ରେସକର୍ମୀମାନେ ତାକୁ ମଞ୍ଚ ଉପରୁ ଓଲହାଇ ଦେଲେ ।

୧୬ ବର୍ଷ ପରେ ନିର୍ବାଚନ ଲଢୁଛନ୍ତି ଦିଗବିଜୟ ସିଂହ

ଦିଗବିଜୟ ସିଂହ ୨୦୦୩ରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଲଢିଥିଲେ । ସତ୍ତା ହରାଇବା ପରେ ଦିଗବିଜୟ ସିଂହ କହିଥିଲେ କି ସେ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିବେ ନାହିଁ । ଏମିତିରେ ୨୦୧୪ରେ କଂଗ୍ରେସ ଦିଗବିଜୟ ସିଂହଙ୍କୁ ରାଜ୍ୟସଭା ପଠାଇ ଦେଇଥିଲେ । ଯାହା ପରେ ସେ ବର୍ତ୍ତମାନ ନିର୍ବାଚନରେ ଓଲହାଇଛନ୍ତି । ଦିଗବିଜୟ ସିଂହ ଭୋପାଳ ସିଟରୁ ନିର୍ବାଚନ ଲଢି ପାରନ୍ତି ।

ସହଜ ନୁହେଁ ଦିଗବିଜୟ ସିଂହଙ୍କର ରାସ୍ତା

ଗତ ୩୫ ବର୍ଷ ହେବ ବିଜେପି ଭୋପାଳ ସିଟ ଉପରେ ନିଜର ବିଜୟ ଯାତ୍ରାକୁ ବଜାୟ ରଖିଛି । ଏମିତିରେ ଏଥର ଦିଗବିଜୟ ସିଂହଙ୍କର ରାସ୍ତା ସହଜ ନୁହେଁ । ଦିଗବିଜୟ ସିଂହଙ୍କର ରାସ୍ତା କଷ୍ଟ ଅଟେ କାରଣ ତାଙ୍କ ସାମନାରେ ପ୍ରଜ୍ଞା ଠାକୁର ଅଛନ୍ତି । ଯିଏକି ବିଜେପିର ମାଷ୍ଟରପ୍ଳାନ ଅଟନ୍ତି । କହିଦେଉଛୁ ଯେ ଭୋପାଳରେ କଂଗ୍ରେସ ଶେଷଥର ୧୯୮୪ରେ ଜିତିଥିଲା । ଯାହା ପରେ ଆଜି ପର୍ଯ୍ୟନ୍ତ ସେହି ସିଟ ଉପରେ ବିଜେପି ହିଁ ଜିତୁଛି ।