ଏହି ବ୍ୟକ୍ତି ଜଣକ ରେଷ୍ଟୁରାଣ୍ଟ ରେ ଭୋକିଲା ପିଲାମାନଙ୍କୁ ଖୁଆଇଲେ ଖାଦ୍ୟ, ବିଲ ଦେଖି ଆଖିରେ ଆସିଗଲା ଲୁହ

ବର୍ତ୍ତମାନ ସମୟରେ ବି ମଣିଷତ୍ଵ ଭଳି ଜିନିଷ ଦେଖିବାକୁ ମିଳୁଛି । କିନ୍ତୁ କହିବାକୁ ଗଲେ ବର୍ତ୍ତମାନ ସମୟରେ ଆପଣଙ୍କୁ ଏହିଭଳି ଲୋକ ବହୁତ କମ ଦେଖିବାକୁ ମିଳିଥାନ୍ତି । ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ବ୍ୟକ୍ତି ବିଷୟରେ କହିବୁ ଯିଏକି ଅନ୍ୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗକୁ ଆସିଥାନ୍ତି । କହିବାକୁ ଗଲେ ସେହି ବ୍ୟକ୍ତିଙ୍କର ନାମ ଅଖିଳେଶ କୁମାର ଅଟେ । ବର୍ତ୍ତମାନ ହିଁ ସେ ଏମିତି ଏକ କାମ କରିଛନ୍ତି ଯେଉଁଥି ପାଇଁ ତାଙ୍କର ସବୁଆଡେ ଚର୍ଚ୍ଚା ହେଉଛି । ପ୍ରାୟତଃ ସମସ୍ତେ ତାଙ୍କର ଫ୍ୟାନ ହୋଇ ଯାଇଛନ୍ତି ।

ଆପଣଙ୍କୁ କହିଦେଉଛୁ କି ଅଖିଳେଶ କୁମାର ସମାଜରେ ବହୁତ ପୁନ୍ୟ ର କାମ କରିଛନ୍ତି । ଦିନେ ଅଖିଳେଶ ନିଜର କାମ ଶେଷ କରି ରାତି ସମୟରେ ଖାଇବା ପାଇଁ କେରଳର ମଲ୍ଲାପୁରମରେ ସ୍ଥିତ ସବରୀନା ହୋଟେଲକୁ ଗଲେ । ତେବେ ସେ ସେଠି କିଛି ଏମିତି ଦେଖିଲେ ଯାହା ପରେ ସେ ନିଜକୁ ଅଟକାଇ ପାରିଲେ ନାହିଁ ଏବଂ ତାଙ୍କ ମଧ୍ୟରେ ମଣିଷତ୍ଵ ଜାଗି ଉଠିଲା ।

କହିବାକୁ ଗଲେ ସେ ଖାଇବା ସମୟରେ ତାଙ୍କ ସାମ୍ନାରେ ଥିବା ଜଣେ ନିରୀହ ଚେହେରା ଉପରକୁ ତାଙ୍କର ନଜର ଚାଲିଗଲା ଯିଏକି ତାଙ୍କୁ ହୋଟେଲ ବାହାରୁ ଦେଖୁଥିଲା । ଏହା ପରେ ଅଖିଳେଶ ସେହି ପିଲାକୁ ଭିତରକୁ ଡାକିଲେ । ସେତେବେଳେ ସେ ନିଜର ଛୋଟ ଭଉଣୀ ସହିତ ଭିତରକୁ ଆସିଲା । ଏହା ପରେ ଅଖିଳେଶ ସେହି ପିଲାମାନଙ୍କ ପାଇଁ ଖାଦ୍ୟ ମଗାଇଲେ ।

ପିଲାମାନେ ବହୁତ ଭୋକିଲାଥିଲେ ସେମାନେ ଖାଦ୍ୟ ମିଳିବା ମାତ୍ରେ ହିଁ ବହୁତ ଖୁସି ହୋଇଗଲେ । ଏହା ପରେ ସେମାନେ ଭୋଜନ କରିଲେ ଓ ଖୁସି ଖୁସି ଚାଲିଗଲେ ।

ଅଖିଳେଶ ବି ସେହି ପିଲାମାନଙ୍କ ସହ ଭୋଜନ କରିଲେ । ଏହା ପରେ ସେ ହୋଟେଲବାଲାଙ୍କୁ ବିଲ ଆଣିବା ପାଇଁ କହିଲେ, କିନ୍ତୁ ଅଖିଳେଶ ବିଲ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।  କହିବାକୁ ଗଲେ, ବିଲରେ ଲେଖା ହୋଇଥିଲା କି ‘ଆମ ପାଖରେ କୌଣସି ଏମିତି ମେସିନ ନାହିଁ ଯିଏକି ମଣିଷତ୍ଵର ବିଲ କରିବ, ଖୁସିରେ ରୁହନ୍ତୁ । ଏହାକୁ ଦେଖି ଅଖିଳେଶଙ୍କ ଆଖିରେ ଲୁହ ଚାଲି ଆସିଲା ।

ଅଖିଳେଶ ବିଲର ଏକ କପି ନିଜର ଫେସବୁକ ଆକାଉନ୍ଟ ରେ ପୋଷ୍ଟ କରିଲେ ଓ ନିଜ ସହିତ ହୋଇଥିବା ସମସ୍ତ ଘଟଣା ବିଷୟରେ କହିଲେ । ଏହା ପରେ ଲୋକମାନେ ତାଙ୍କର ଏବଂ ସେ ହୋଟେଲର ବହୁତ ପ୍ରଶଂସା କଲେ ।