କିଡନୀ ଡାଏଲିସିସ ବେଳେ କ’ଣ ଖାଇବେ ଓ କ’ଣ ନାହିଁ ? ଦେଖନ୍ତୁ ଏନେଇ କ’ଣ କହୁଛନ୍ତି ବିଶିଷ୍ଟ ୟୁରୋଲୋଜିଷ୍ଟ Dr Sukanta Kumar Padhy

ରୋଗୀଙ୍କ କିଡନୀ ଠିକ୍ ଭାବ କ୍ରଯ୍ୟ ନକଲେ ଡାକ୍ତର ଡାଏଲିସିସ କରିବା ପାଇଁ ପରାମର୍ଶ ଦେଇଥାନ୍ତି । କିଡନୀର କାମକୁ ଏହି ଡାଏଲିସିସ ଦ୍ଵାରା କୃତିମ ଉପାୟରେ କରାଯାଏ । ଡାଏଲିସିସ ହେଉଥିବା ରୋଗୀଙ୍କୁ ଏହି ସମୟରେ ଖାଦ୍ଯପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ନଚେତ ରୋଗୀଙ୍କୁ ଅସୁବିଧାର ସମୁଖୀନ ହେବାକୁ ପଡିପାରେ । ତେବେ ଡାଏଲିସିସ ଚାଲିଥିବା ବେଳେ କେଉଁ ଭଳି ଖାଦ୍ଯ ଖାଇବା ଉଚିତ, ଆସନ୍ତୁ ଜାଣିବା ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁକାନ୍ତ କୁମାର ପାଢୀଙ୍କ ଠାରୁ ।

ପ୍ରଥମେ କିଡନୀ ଖରାପ ହୋଇଥିଲେ ବା ଠିକ୍ ଭାବ ଏକର୍ଜ୍ୟ କରୁ ନଥିଲେ ପ୍ରୋଟିନ ଜାତୀୟ ଖାଦ୍ଯ ଖୁବ କମ୍ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ଯେପରିକି ଆନିମଲ ପ୍ରୋଟିନ ମାଛ, ମାଂସ ଇତ୍ୟାଦି । ଆମ ଶରୀରର ମାଂସପେଶୀ ପ୍ରୋଟିନରେ ତିଆରି । ତେଣୁ ସେଗୁଡିକ କାର୍ଯ୍ୟକ୍ଷମ ରହିବା ପାଇଁ ଅଧିକ ମାତ୍ରାରେ ପ୍ରୋଟିନ ଆବଶ୍ୟକ ହୋଇଥାଏ ।

ପ୍ରୋଟିନ କମିଗଲେ ବ୍ୟକ୍ତି ଶୀଘ୍ର ଧଇଁସଇଁ ହୋଇଯାନ୍ତି । ଅଧିକ କାମ କରିପାରନ୍ତି ନାହିଁ । ଡାଏଲିସିସ ସମୟରେ ଆମ ଶରୀରରୁ ଅଧିକ ମାତ୍ରାରେ ପ୍ରୋଟିନ ଛାଣି ହୋଇଯାଏ । ତେଣୁ ଏହାର ଅର୍ଥ ନୁହେଁ କି ପ୍ରୋଟିନ ସଂପୂର୍ଣ୍ଣ ଭାବେ ବନ୍ଦ କରିଦେବେ । ଗୋଟିଏ ସାଧାରଣ ବ୍ୟକ୍ତିଙ୍କ ପାଇଁ ଯଦି ୬୦% ପ୍ରତିଶତ ପ୍ରୋଟିନ ଆବଶ୍ୟକ ତେବେ କିଡନୀ ଖରାପ ଥିବା ରୋଗୀ ଅତିକମରେ ୨୦-୨୫% ପ୍ରୋଟିନ ନେବା ଉଚିତ ।

କିନ୍ତୁ ରୋଗୀ ଯଦି ଡାଏଲିସିସରେ ଅଛି ତେବେ ଅଧିକ ମାତ୍ରାରେ ପ୍ରୋଟିନ ଖାଇବା ଉଚିତ । ଏପରି ସ୍ଥିତିରେ ପ୍ରତିଦିନ ଆପଣ ୧୦୦-୧୨୦ ଗ୍ରାମ ପ୍ରୋଟିନ ଖାଇପାରିବେ । ସେହିପରି ଡାଏଲିସିସ ସମୟରେ ଆପଣ ଫଳମୂଳ ମଧ୍ୟ ଅଧିକ ଖାଇପାରିବେ । ଯେପରିକି ସେଓ, ବ୍ଲୁବେରୀ, କ୍ରନବେରୀ, କଳା ଅଙ୍ଗୁର ଆଦି । ଏହିସବୁ ଆପଣଙ୍କ କିଡନୀ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ପାଳଙ୍ଗ ଶାଗ ମଧ୍ୟ ସଠିକ ପରିମାଣରେ ଖାଆନ୍ତୁ ।

କିନ୍ତୁ ପାଣି ପିଇବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଅଧିକ ମାତ୍ରାରେ ପଣି ପିଅନ୍ତୁ ନାହିଁ ଏବଂ ଖାଦ୍ଯରେ ଲୁଣର ପରିମାଣ ମଧ୍ୟ କମ କରି ଦିଅନ୍ତୁ । ଖାଦ୍ଯ ଗରମ ଥିବା ଅବସ୍ଥାରେ ଖାଆନ୍ତୁ ଯାହାଫଳରେ ଆପଣ କମ ଲୁଣରେ ମଧ୍ୟ ଖାଦ୍ଯ ଖାଇପାରିବେ ।

ଖାଦ୍ୟକୁ ସୁସ୍ଵାଦୁ କରିବା ପାଇଁ ଆପଣ ସେଥିରେ କିଛି ଗୋଲ ମରୀଚ କିମ୍ବା ପୋଦିନା ପତ୍ର ମିଶାଇ ପାରିବେ । ତେବେ କିଡନୀ ଖରାପ ହୋଇଥିଲେ ଏବଂ ଡାଏଲିସିସ ହେଉଥିଲେ ଆପଣ ମଦ ଏବଂ ସିଗାରେଟ ଠାରୁ ସଂପୂର୍ଣ୍ଣ ଭାବେ ଦୂରେଇ ରହିବା ଆପଣଙ୍କ ପାଇଁ ଭଲ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।