ଘରର ପୂଜାଘରେ ଭୁଲରେ ବି ରଖନ୍ତୁ ନାହିଁ ଏହି ସବୁ ମୂର୍ତ୍ତି, ନଚେତ ପରେ ପସ୍ତେଇବାକୁ ପଡିପାରେ ! Vastu Tips

ଆମ ଘରେ ଥିବା ବାସ୍ତୁଦୋଷକୁ ବାସ୍ତୁଶାସ୍ତ୍ର ଦୂର କରିବାରେ ସାହାଯ୍ୟ କରିଥାଏ । ସେଥିପାଇଁ କେବଳ ଭାରତରେ ନୁହେଁ ବରଂ ସାରା ଦୁନିଆର ଲୋକେ ବାସ୍ତୁଶାସ୍ତ୍ର ଉପରେ ନିର୍ଭର କରିଥାନ୍ତି । ଏହା ସାହାଯ୍ୟରେ ଆପଣ ନିଜ ଘରୁ ନକରାତ୍ମକ ଶକ୍ତିକୁ ବାହାର କରି ଘରର ସକରାତ୍ମକତାକୁ ବଢାଇ ପାରିବେ । ଘରର ମହତ୍ବପୂର୍ଣ୍ଣ ସ୍ଥାନ ପୂଜାଘରେ ଆମେ ଭଗବାନଙ୍କୁ ସ୍ଥାନ ଦେଇଥାଉ । କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଏଭଳି ମୂର୍ତ୍ତି ରହିଛି ଯାହା ଘରେ ରଖିବା ଦ୍ଵାରା ଘରୁ ସୁଖଶାନ୍ତି ଚାଲିଯାଏ । ଆସନ୍ତୁ ଜାଣିବା ସେହି ବିଷୟରେ ।

୧- ଭୈରବ ଦେବଙ୍କ ମୂର୍ତ୍ତି

ଭୈରବ ଦେବ ମହାକାଳଙ୍କ ଏକ ସ୍ଵରୂପ । କିଣୁ ଭୈରବ ଦେବଙ୍କୁ ତନ୍ତ୍ରମନ୍ତ୍ର ଆରାଧ୍ୟରେ ପୂଜା କରାଯାଏ, ତେଣୁ ତାଙ୍କୁ ଘରର ମନ୍ଦିରରେ ସ୍ଥାନ ଦେଲେ ପାରିବାରିକ ଚିନ୍ତା ଉତ୍ପନ୍ନ ହେବାକୁ ଲାଗିଥାଏ । ଏହସାହା ଆପଣଙ୍କ ଘରେ କିଛି ଏଭଳି ଶକ୍ତି ପ୍ରବେଶ କରିପାରେ ଯାହା ଘର ପାଇଁ ଅଶୁଭ ହୋଇଥାଏ । ଆପଣ ଭୈରବ ଦେବଙ୍କ ମନ୍ଦିରକୁ ଯାଇ ତାଙ୍କର ଅବଶ୍ୟ ପୂଜା କରନ୍ତୁ । କିନ୍ତୁ ଘରେ ଭୁଲରେ ବି ତାଙ୍କ ମୂର୍ତ୍ତି ରଖନ୍ତୁ ନାହିଁ । ଏହାଦ୍ବାରା ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ବଢିପାରେ

୨- ନଟରାଜ ମୂର୍ତ୍ତି

ଯେତେବେଳେ ଭଗବାନ ଶିବ ରୁଦ୍ର ରୂପରେ ଆସି ତାଣ୍ଡବ କରିଥିଲେ ସେତେବେଳେ ତାଙ୍କୁ ନଟରାଜ ବୋଲି କୁହା ଯାଇଥିଲା । ନଟରାଜ ମୂର୍ତ୍ତି ଘରେ ରଖିବା ଦ୍ଵାରା ଘରର ସଦସ୍ୟଙ୍କ ମନରେ ସର୍ବଦା କ୍ରୋଧ ଭାବନା ଉତ୍ପନ୍ନ ହୋଇଥାଏ । ତେଣୁ ଏମିତି ରୁଦ୍ର ଶକ୍ତିଯୁକ୍ତ ମୂର୍ତ୍ତି ସବୁକୁ ଆପଣଙ୍କ ଘରେ ସ୍ଥାନ ଦେବାରୁ ବଞ୍ଚିତ ହେବା ଉଚିତ । କାରଣ ଏହାର ଅସୀମ ଶକ୍ତିକୁ ସାଧାରଣ ମଣିଷ ସହିପାରେ ନାହିଁ । ଏହି ମୂର୍ତ୍ତିକୁ ମଧ୍ୟ ଆପଣ କୌଣସି ମନ୍ଦିରକୁ ଯାଇ ପୂଜା କରିପାରିବେ ।

୩- ରାହୁ ଓ କେତୁଙ୍କ ମୂର୍ତ୍ତି

କିଛି ଲୋକ ରାହୁ ଓ କେତୁଙ୍କ ପ୍ରାଦୁର୍ଭାବରୁ ବଞ୍ଚିବା ପାଇଁ ଘରେ ସେମାନଙ୍କ ମୂର୍ତ୍ତି ସ୍ଥାପନ କରି ସେମାନଙ୍କୁ ପୂଜା କରିଥାନ୍ତି । ଏମାନଙ୍କୁ ପାପ ଓ ଛଳର ଗ୍ରହ ବୋଲି ମାନାଯାଉ ଥିବାରୁ ଆପଣ ଏପରି ଭୁଲ କରୁଥିଲେ ସାବଧାନ ହୋଇଯାନ୍ତୁ । ଘରେ ଏମାନଙ୍କୁ ସ୍ଥାନ ଦେବା ଦ୍ଵାରା ନକରାତ୍ମକ ବିଚାର, ମତଭେଦ ଓ ଛନ୍ଦ କପଟ ଆଦି ପ୍ରବେଶ କରିବାକୁ ଲାଗେ । ଆପଣ କର୍ମର ଦେବତା ଶନି ମହାରାଜାଙ୍କ ଆରାଧନା କରିପାରିବେ, କିନ୍ତୁ ତାହା ବି କେବଳ ମନ୍ଦିରରେ । କିନ୍ତୁ ରାହୁ ଓ କେତୁଙ୍କ ପୂଜା କଦାପି କରନ୍ତୁ ନାହିଁ ।

୪- ଖୋଲାମୁହଁ ଥିବା ବାଘ କିମ୍ବା ଅନ୍ୟ ପ୍ରାଣୀଙ୍କ ଉପରେ ଉପବିଷ୍ଟ ଦେବାଦେବୀଙ୍କ ମୂର୍ତ୍ତି

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ବନ୍ୟ ତଥା ହିଂସ୍ର ପ୍ରାଣୀ ମାନଙ୍କର ଫଟୋ କିମ୍ବା ପ୍ରତିମୂର୍ତ୍ତି ରଖିବା ଉଚିତ ନୁହେଁ । ତେଣୁ ଯଦି ଆପଣ ଏପରି କିଛି ଦେବାଦେବୀଙ୍କ ମୂର୍ତ୍ତି ବା ଫଟୋ ଆଣୁଛନ୍ତି ଯେଉଁଥିରେ ବାଘର ମୁହଁ ଖୋଲା ଥିବ କିମ୍ବା ଅନ୍ୟ ହିଂସ୍ର ବନ୍ୟଜନ୍ତୁ ଥିବେ ତା’ହେଲେ ସେଗୁଡିକର ନକରାତ୍ମକ ପ୍ରଭାବ ଆପଣଙ୍କ ଜୀବନରେ ପଡିପାରେ । ଏହାଛଡା ଘରର ମନ୍ଦିର ସର୍ବଦା ଘରର ଉତ୍ତର-ପୂର୍ବ ଦିଗରେ ସ୍ଥାପନ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।