ଗ୍ୟାସ୍‌ ରୋଗୀ କ’ଣ ଖାଇବେ ଓ କ’ଣ ନାହିଁ ? Sushree Tapaswini Das

ଗ୍ୟାସ ବିଭିନ୍ନ କାରଣରୁ ହୋଇଥାଏ । ପେଟରେ ହାଇଡ୍ରୋକ୍ଲୋରିକ ଏସିଡ ଅଛି ଓ ପ୍ରତି ୪ ଘଣ୍ଟା ଥରକୁ ଖାଦ୍ୟ କିମ୍ବା ପାଣି ପିଇବା ଦରକାର । କିନ୍ତୁ ଯେଉଁମାନେ ପୂଜା ପର୍ବ ପାଇଁ ଓ ଓଜନ କମ କରିବା ପାଇଁ ଉପବାସ କରନ୍ତି ସେମାନଙ୍କ କ୍ଷେତ୍ରରେ ଗ୍ୟାସ ସୃଷ୍ଟି ହୋଇଥାଏ । କେବେ ବି ଅଧିକ ସମୟ ପର୍ଯ୍ୟନ୍ତ ଉପାସ ରହିବେ ନାହିଁ କି ଏକା ସହିତ ଅଧିକ ଖାଇବେ ନାହିଁ । ଅଧିକ ଖାଇ ଦେଲେ ଖାଦ୍ୟ ଆମ ପାକସ୍ଥଳୀରେ ସହଜରେ ହଜମ ହୋଇ ପାରେ ନାହିଁ । ସେହି କାରଣରୁ ବି ଗ୍ୟାସ ହୋଇଥାଏ ।

କେତେକ ଲୋକମାନଙ୍କ ପାଣି ପିଇବାର ଅଭ୍ୟାସ ନ ଥାଏ । କିନ୍ତୁ ଆମର ପେଟରେ ହାଇଡ୍ରୋକ୍ଲୋରିକ ଏସଡି ପେଟରେ ଅଛି ସେଥିପାଇଁ ପ୍ରତି ଘଣ୍ଟା ପାଣି ପିଇଲେ ସେହି ହାଇଡ୍ରୋକ୍ଲୋରିକ ଏସଡି ଅଥବା ଗ୍ୟାସ ଶାନ୍ତ ହୋଇଥାଏ । କେତେକ ଲୋକମାନେ ରାତିରେ ଶୋଇ ନ ଥାନ୍ତି ।

କିନ୍ତୁ କହିଦେଉଛୁ କି ରାତିରେ ଶୋଇବା ଦ୍ଵାରା ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ । କହିଦେଉଛୁ କି ପ୍ରାୟତଃ ଲୋକମାନେ ସକାଳୁ ଉଠିବା ପରେ ବାହାର ଖାଦ୍ୟ ଅଧିକ ଖାଇଥାନ୍ତି । ବିଶେଷ କରି ତେଲ ଦ୍ଵାରା ତିଆରି ଖାଦ୍ୟ ଅଧିକ ସେବନ କରୁଛନ୍ତି । ଯାହାକି ଭୁଲ ଓ ଆମ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ । ସକାଳର ଖାଦ୍ୟରେ ଆପଣ ଛତୁଆ, ଚୂଡା, କଦଳୀ, ଦହି, ଓଟ୍ସ, ରୁଟି, ଚକୁଳି, ଗଜା ମୁଗ, ସନ୍ତୁଳା, ଡାଲମା, ସମ୍ବର, ଇଟିଲି, ଖାଇ ପାରିବେ ।

ଏହାର ୪ ଘଣ୍ଟା ୩ ଘଣ୍ଟା ପରେ ଅର୍ଥାତ ସକାଳ ଖାଦ୍ୟ ଓ ଦ୍ଵିପହର ଖାଦ୍ୟରେ ଆପଣ ପଇଡ ପାଣି, ଲେମ୍ବୁ ପାଣି, ଫଳ, ଇତ୍ୟାଦି ଖାଇ ପାରିବେ । ଏହା ଦ୍ଵାରା ଆପଣଙ୍କ ହାଇଡ୍ରୋକ୍ଲୋରିକ ଏସଡି ଇଂବାଲାନ୍ସ ହବ ନାହିଁ । ଏହାର ୩ ଘଣ୍ଟା ପରେ ଆପଣ ଭାତ ଡାଲି, ମାଛ, ମାଂସ କିମ୍ବା ଅଣ୍ଡା ଖାଇ ପାରିବେ । ଏହାର ୩ – ୪ ଘଣ୍ଟା ପରେ ଆପଣ ସ୍ନାକ ନେବେ । ରାତିରେ ଅଳ୍ପ ଖାଦ୍ୟ ସେବନ କରିବେ । କାରଣ ରାତିରେ ଆମ ଶରୀରର ବିଶ୍ରାମ ନବା ପାଇଁ କହିଥାଏ ।

ଏହି ସମୟରେ ଯଦି ଆପଣ ପେଟ ଭର୍ତ୍ତି ଖାଇବେ ତେବେ ଭଲ ନିଦ ହବ ନାହିଁ ଓ ଶରୀରର ସଠିକ ରୂପରେ ବିଶ୍ରାମ ନେଇ ପାରିବ ନାହିଁ । ସକାଳୁ ଉଠିବା ପରେ ମୁହଁ ନ ଧୋଇ ନିଶ୍ଚିତ ରୂପରେ ପାଣି ପିଇବେ । ଏହା ଦ୍ଵାରା ଆପଣଙ୍କ ଗ୍ୟାସ ସମସ୍ୟା ହବ ନାହିଁ । କହିବାକୁ ଗଲେ ବାସୀ ଖାଦ୍ୟ, କୋବି, ମୂଳା, ଟାଣ ଖାଦ୍ୟ, ବିରି ଇତ୍ୟାଦି ଖାଦ୍ୟ ସହଜରେ ହଜମ ହୁଏ ନାହିଁ । ଯେଉଁମାନଙ୍କୁ ଗ୍ୟାସ ହେଉଛି ସେମାନେ ଖାଲି ପେଟରେ କ୍ଷୀର ପିଇବେ ନାହିଁ, କିନ୍ତୁ ଫ୍ରେସ ଦହି ଖାଇ ପାରିବେ । ରାତ୍ରିର ଖାଦ୍ୟରେ ସବୁଜ ପନିପରିବା ଠାରୁ ଦୂରେଇ ରହିବେ । ରାତିରେ ରୁଟି ସନ୍ତୁଳା ଓ ଛେନା ଖାଇ ପାରିବେ ।