ଆଜି ଠାରୁ 6 ଦିନ ପାଇଁ ବନ୍ଦ ରହିବ ସମସ୍ତ ବ୍ଯାଙ୍କ, ଜାଣନ୍ତୁ କେଉଁ କେଉଁ ଦିନ ବନ୍ଦ ରହିବ ବ୍ଯାଙ୍କ ?

ନମସ୍କାର ବନ୍ଧୁଗଣ । ଆମ ଦେଶରେ ବିଭିନ୍ନ ପ୍ରକାର ବ୍ଯାଙ୍କ ରହିଛି । ତେବେ ବର୍ତ୍ତମାନର ବଡ ଖବର ହେଉଛି ଜାନୁଆରି ମାସ ୩୧ ଦିନ ପଡୁଥିବା ବେଳେ ଆଜି ଠାରୁ ଅର୍ଥାତ ୧୮ ତାରିଖରୁ ଦୀର୍ଘ ୬ ଦିନ ପର୍ଯ୍ୟନ୍ତ ବ୍ଯାଙ୍କ ବନ୍ଦ ରହିବ । ଏହି ସୂଚନା ଆରବିଆଇ ଅଫିସିଆଲ ୱେବ ସାଇଟ ରେ ଦିଆ ଯାଇଛି । ଯଦି ଆପଣଙ୍କର ବ୍ଯାଙ୍କ ରେ କୌଣସି ଜରୁରୀ କାମ ବାକି ରହି ଯାଇଛି ତେବେ ଠାରେ ଚେକ କରି ଦିଅନ୍ତୁ ।

ଆରବିଆଇ ଜାରି କରିଥିବା ଲିଷ୍ଟ ମୁତାବକ ଜାନୁଆରୀ ୧୮ ତାରିଖ ମଙ୍ଗଳବାର ଦିନ ଅର୍ଥାତ ଆଜି “ଥାଇ ପୁଷମ” ପଡୁ ଥିବାରୁ ଏହି ଦିନ କେବଳ ଚେନ୍ନାଇ ରେ ବ୍ଯାଙ୍କ ଗୁଡିକ ବନ୍ଦ ରହିବ । ଠିକ ସେହିପରି ଜାନୁଆରୀ ମାସର ୨୨ ତାରିଖ ଚତୁର୍ଥ ଶନିବାର ପଡୁ ଥିବାରୁ ସେହି ଦିନ ବ୍ୟାଙ୍କ ବନ୍ଦ ରହିବ । ଜାନୁଆରୀ ମାସର ୨୩ ତାରିଖ ରବିବାର ମଧ୍ୟ ବ୍ଯାଙ୍କ ବନ୍ଦ ରହିବ ବୋଲି ସୂଚନା ଜାରି ହୋଇଛି ଆରବିଆଇ ପକ୍ଷ ରୁ । ଜାନୁଆରୀ ୨୫ ତାରିଖ ମଙ୍ଗଳବାର ଦିନ ହିମାଚଳ ପ୍ରଦେଶର ରାଜ୍ୟ ସ୍ଥାପନା ଦିବସ ପଡୁ ଥିବାରୁ ବ୍ଯାଙ୍କ ଗୁଡିକ ବନ୍ଦ ରହିବ ।

ଠିକ ସେହି ପରି ଜାନୁଆରୀ ୨୬ ବୁଧବାର ଦିନ ଗଣତନ୍ତ୍ର ଦିବସ ପଡୁ ଥିବାରୁ ପୁରା ଦେଶରେ ସବୁ ବ୍ଯାଙ୍କ ଗୁଡିକ ବନ୍ଦ ରହିବ । ଠିକ ସେହି ପରି ଜାନୁଆରୀ ୩୧ ତାରିଖରେ ସୋମବାର ଦିନ ଆସାମ ରେ ବ୍ଯାଙ୍କ ଛୁଟି ରହିବ । ତେବେ ସବୁଠାରୁ ଜରୁରୀ କଥା ହେଉଛି ଏହି ଛୁଟି ଦିନ ଗୁଡିକରେ ସବୁ ରାଜ୍ୟର ବ୍ୟାଙ୍କ ଗୁଡିକ ବନ୍ଦ କରାଯିବ ନାହି ।

ଭିନ୍ନ ଭିନ୍ନ ରାଜ୍ୟ ରେ ଅଲଗା ଲଗା ଦିନ ଛୁଟି ଘୋଷଣା କରା ଯାଇଛି । କେବଳ ଜାନୁଆରୀ ୨୬ ତାରିଖ ଅର୍ଥାତ ଗଣତନ୍ର ଦିବସ ଦିନ, ରବିବାର ଓ ଚତୁର୍ଥ ଶନିବାର ଦିନ ସାରା ଦେଶର ବ୍ଯାଙ୍କ ଗୁଡିକ ବନ୍ଦ ରହିବ । ଏ ସବୁ କିଛି RBI ର ତାଲିକା ଅନ୍ତର୍ଭୁକ୍ତ ହୋଇଛି ।

ବନ୍ଧୁଗଣ ଆପଣ ମାନଙ୍କର ବ୍ଯାଙ୍କ ବନ୍ଦ ହେବା ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।