ଡାଇବେଟିସ ରୋଗୀ ଭୁଲରେ ବି ଖାଆନ୍ତୁନି ଏହି ଫଳ, ଗମ୍ଭୀର ହୋଇପାରେ ପରିଣାମ, ଜାଣନ୍ତୁ କେଉଁ ଫଳ ଖାଇବା ଉଚିତ କେଉଁଟି ଅନୁଚିତ, Dr Saleem Zaidi

ନିୟମିତ ଫଳମୂଳ ସେବନ କରିବା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । କାରଣ ଫଳରୁ ଅନେକ ପ୍ରକାର ଭିଟାମିନ, ମିନେରାଲ ଓ ଫାଇବାର ମିଳିଥାଏ । କିନ୍ତୁ ସୁଗାର ବଢିଯିବା ଭୟରେ ଡାଇବେଟିସ ରୋଗୀମାନେ ଫଳ ଖାଇବାକୁ ଡରିଥାନ୍ତି । ତେବେ ଡାଇବେଟିସ ରୋଗୀମାନେ ମଧ୍ୟ ଫଳମୂଳ ଖାଇପାରିବେ । ସେମାନଙ୍କୁ କେବଳ ସଠିକ ଫଳର ଚୟନ କରିବା ଆବଶ୍ୟକ ରହିଛି । ତେବେ ଆସନ୍ତୁ ଜାଣିବା ଡାକ୍ତର ସଲିମ ଜେଦୀଙ୍କ ଠାରୁ ଡାଇବେଟିସ ରୋଗୀ କେଉଁ ଖାଇବା ଉଚିତ ଓ କେଉଁ ଫଳ ଖାଇବା ଅନୁଚିତ ।

ଡାଇବେଟିସ ରୋଗୀ ଯେଉଁ ଫଳ ଖାଉଛନ୍ତି ତା’ର ଗ୍ଲାଇସିମିକ ଇଣ୍ଡେକ୍ସ କେତେ ଓ ଗ୍ଲାଇସିମିକ ଲୋଡ କେତେ ତାହା ଜାଣିବା ରଖିବା ଉଚିତ । ଅର୍ଥାତ ଆପଣ ଖାଉଥିବା ଫଳରୁ ସୁଗାର କେତେ ସମୟ ମଧ୍ୟରେ ଆପଣଙ୍କ ରକ୍ତରେ ମିଶୁଛି ଏବଂ କେତେ ପରିମାଣରେ ମିଶୁଛି । କଦଳୀରେ ଥିବା ସୁଗାର ବହୁତ ଶୀଘ୍ର ରକ୍ତରେ ମିଶେ ତେଣୁ ଡାଇବେଟିସ ରୋଗୀମାନେ ଏହାକୁ ଖାଇପାରିବେ, କିନ୍ତୁ କମ୍ ପରିମାଣରେ ଖାଇବା ଉଚିତ ।

ଅର୍ଥାତ ଏକ ସମୟରେ ମାତ୍ର ଗୋଟିଏ କଦଳୀ ଖାଇବେ ଓ ଅଧିକ ପାଚି ଯାଇଥିବା କଦଳୀ ବିଲକୁଲ ଖାଇବେ ନାହିଁ । ସେହିଭଳି ଆମ୍ବ ମଧ୍ୟ ମାତ୍ର 100 ଗ୍ରାମ ଖାଇପାରିବେ ଏବଂ ଦିନକୁ କେବଳ ଗୋଟିଏ ଥର ହିଁ ଖାଇବେ । ଅଙ୍ଗୁରରେ ଉଚ୍ଚ ମାତ୍ରର ସୁଗାର ରହିଥାଏ ଓ ଫାଇବର ନଥାଏ । ତେଣୁ ଏହା ତୀବ୍ର ଗତିରେ ଆପଣଙ୍କ ବ୍ଲଡ଼ ସୁଗାର ବଢାଇଦିଏ । ତେଣୁ ଆପଣ ଅଙ୍ଗୁର ବିଲକୁଲ ଖାଇବା ଉଚିତ ନୁହେଁ ।

ସପୁରିରେ ମଧ୍ୟ ଖୁବ ଅଧିକ ସୁଗାର ରହିଥାଏ ଓ ଏହ ଅଙ୍ଗୁରୁ ଠାରୁ ମଧ୍ୟ ଅଧିକ ତୀବ୍ରଗତିରେ ରକ୍ତରେ ମିଶେ । ତେଣୁ ଡାଇବେଟିସ ଥିଲେ ସପୁରି ବିଲକୁଲ ଖାଇବା ଉଚିତ ନୁହେଁ । ଯେଉଁ ସବୁ ଫଳ ମାନଙ୍କର ଗ୍ଲାଇସିମିକ ଇଣ୍ଡେକ୍ସ 50 କିମ୍ବା 55ରୁ ଅଧିକ ଥାଏ ସେହିସବୁ ଫଳ ଡାଇବେଟିସ ରୋଗୀ ଖାଇବା ଉଚିତ ନୁହେଁ । ଏହାସହ ଡାଇବେଟିସ ରୋଗୀ ଧ୍ୟାନ ରଖିବା ଉଚିତ କି, ଏକସାଥେ ବହୁତ ପ୍ରକାର ଫଳ ମିଶାଇ ଖାଇବା ଉଚିତ ନୁହେଁ ।

ଗୋଟିଏ ଥରରେ କେବଳ ଗୋଟିଏ ଫଳ ଖାଆନ୍ତୁ ଓ କମ୍ ପରିମାଣରେ ଖାଆନ୍ତୁ । ଫଳରେ ଥିବା ସୁଗାର କମ୍ ପରିମାଣରେ ରକ୍ତରେ ମିଶିବା ପାଇଁ ଖାଦ୍ଯରେ କୌଣସି ହାଇପ୍ରୋଟିନ ଡାଏଟ ସାମିଲ କରନ୍ତୁ । ଏଥିପାଇଁ ଫଳ ସହ ପିନଟ୍ ବଟର୍, ପନିର, ଆଲମଣ୍ଡ କିମ୍ବା ଅଣ୍ଡାର ଧଳା ଅଂଶ ଆପଣ ଫଳ ସହିତ ଖାଇପାରିବେ ।

କିୱିରେ ଥିବା ପୋଷାକତତ୍ତ୍ଵ ଡାଇବେଟିସ ରୋଗୀଙ୍କୁ ଖୁବ ଫାଇଦା ଦେଇଥାଏ । ଏହା ଆପଣଙ୍କ ଶରୀରରେ ଥିବା ସୁଗାରକୁ ବଢାଇବା ପରିବର୍ତ୍ତେ କମ୍ କରିବାର କାମ କରିଥାଏ । ବିଶେଷ କରି ଏହାର ଚୋପା ସବୁଠୁ ଅଧିକ ଲାଭଦାୟକ ହୋଇଥାଏ । ଡାଇବେଟିସ ରୋଗୀ ସନ୍ଧ୍ୟା ସମୟରେ କିୱି ଖାଇବା ଫାଇଦାଜନକ ହୋଇଥାଏ । ଏହାସହ ପପେୟା ବା ଅମୃତଭଣ୍ଡା ଡାଇବେଟିସ ରୋଗୀଙ୍କ ପାଇଁ ଅମୃତ ହୋଇଥାଏ ।

ଦ୍ଵିପ୍ରହର 12ଟାରୁ 2ଟା ମଧ୍ୟରେ ଅମୃତଭଣ୍ଡା ଖାଇବା ଆପଣଙ୍କ ପାଇଁ ଲାଭଦାୟକ ହେବ । ସେଓ ବା ଆପେଲ ମଧ୍ୟ ଡାଇବେଟିସ ରୋଗୀଙ୍କ ପାଇଁ ଉତ୍ତମ ହୋଇଥାଏ । ସେଓରେ ଥିବା ପଲିଫିନୋଲ୍ସ ଆପଣଙ୍କ ଶରୀରରେ ଡାଇବେଟିସ ହେବାର ଆଶଙ୍କାକୁ 28 ପ୍ରତିଶତ କମ୍ କରିଥାଏ ।

ପ୍ରତିଦିନ ସକାଳ ଜଳଖିଆ ପୂର୍ବରୁ କିମ୍ବା ପରେ ଆପଣ ଗୋଟିଏ ସେଓ ଖାଇପାରିବେ । କମଳା ମଧ୍ୟ ଡାଇବେଟିସ ରୋଗୀଙ୍କ ପାଇଁ ଏକ ସୁରକ୍ଷିତ ଫଳ । କିନ୍ତୁ ଖାଲିପେଟରେ କିମ୍ବା ଖାଦ୍ଯ ଖାଇବାର ତୁରନ୍ତ ପରେ କେବେବି କମଳା ଖାଆନ୍ତୁ ନାହିଁ । ଖାଇବାର 2-3 ଘଣ୍ଟା ପରେ କମଳା ଖାଇବା ସବୁଠୁ ଲାଭଦାୟକ ।

ଏହାବ୍ୟତୀତ ପିଜୁଳି, ଚେରି, ନାସପାତି, ପ୍ଲମ, ଜାମୁକୋଳି ଓ ପିଚ୍ ଆଦି ମଧ୍ୟ ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଡାଇବେଟିସ ଥିଲେ କେବେବି କୌଣସି ଫଳକୁ ଜୁସ୍ ପ୍ରସ୍ତୁତ କରି ସେବନ କରିବା ଉଚିତ ନୁହେଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।