ଡାଇବେଟିସକୁ ରଖିବାର ଅଛି କନ୍ଟ୍ରୋଲରେ ତେବେ କରନ୍ତୁ ଅହି ଜିନିଷର ସେବନ, କେବଳ ଜାଣିବା ଦରକାର ସଠିକ୍ ତରିକା, ଜାଣନ୍ତୁ

ଡାଇବେଟିସର ରୋଗ ବର୍ତ୍ତମାନ ସମୟରେ ପ୍ରାୟତଃ ଅଧିକାଂଶ ଲୋକଙ୍କ ଠାରେ ଦେଖା ଦେଉଅଛି । ଏହି ରୋଗ ଦ୍ଵାରା ପାଖାପାଖି ସବୁ ବର୍ଷ ଦୁନିଆର ୧୬ ଲକ୍ଷ ଲୋକଙ୍କର ମୁର୍ତ୍ୟୁ ହୋଇଥାଏ । ଯେଉଁ ଲୋକ ମାନଙ୍କୁ ଡାଇବେଟିସ ରୋଗ ହୋଇଥାଏ ସେମାନଙ୍କର ବ୍ଲଡ ସୁଗାରର ଲେବୁଲ ବଢି ଯାଏ ଏବଂ ସୁଗାରର ଏହି ଲେବୁଲକୁ ନିୟନ୍ତ୍ରଣ କରିବା ପାଇଁ ସବୁଦିନ ଔଷଧର ସେବନ କରିବା ଦରକାର ହୋଇଥାଏ । ଶରୀରରରେ ସୁଗାର ଲେବୁଲ ବଢିଗଲେ ହୃଦୟ, ଆଖି ଏବଂ କିଡନୀକୁ ଅଧିକ କ୍ଷତି ପହଞ୍ଚି ଥାଏ ।

କେଉଁ କାରଣରୁ ହୋଇଥାଏ ଡାଇବେଟିସ

ଡାଇବେଟିସ ହେବାର ମୁଖ୍ୟ କାରଣ ଅଧିକ ମିଠା ଜିନିଷର ସେବନ କରିବା ଦ୍ଵାରା ହୋଇଥାଏ । ଯେଉଁ ଲୋକମାନେ  ଡ୍ରିଂକ୍ସ ଏବଂ ଅଧିକ ବାହାରର ଖାଦ୍ୟ ଖାଆନ୍ତି ତାଙ୍କୁ ଡାଇବେଟିସ ହେବାର ସମ୍ଭାବନା ଅଧିକ ଥାଏ । ଯେଉଁ ଲୋକମାନେ ଅଧିକ ଟେନସନ ନିଅନ୍ତି ଏବଂ ଅଧିକ ଶୋଇଥାନ୍ତି ତାଙ୍କୁ ଏହି ରୋଗ ହେବାର ସମ୍ଭବାନା ଥାଏ । କିନ୍ତୁ ଯଦି ଆପଣ ସଠିକ ଡାଏଟ ନେବେ ତ ଆପଣ ଏହି ରୋଗକୁ ଅଟକାଇ ପାରିବେ ।

କରନ୍ତୁ ଏଲୋବେରା ଜୁସର ସେବନ

ଡାଇବେଟିସ ରୋଗୀଙ୍କ ପାଇଁ ଏଲୋବେରା ଜୁସ ଅଧିକ ଲାଭକରି ହୋଇଥାଏ ଏବଂ ଏହି ଜୁସର ପାଣି ଦ୍ଵାରା ସୁଗାର ଲେବୁଲକୁ କନ୍ଟ୍ରୋଲ କରାଯାଇ ପାରିବ । ଯେଉଁ ଲୋକମାନଙ୍କୁ ଡାଇବେଟିସ ଅଛି ସେ ସପ୍ତାହକୁ ତିନିଥର ଏଲୋବେରା ଜୁସର ସେବନ କରନ୍ତୁ । କିମ୍ବା ସବୁଦିନ ଦୁଇ ଚାମଚ ଏହି ଜୁସକୁ ପିଅନ୍ତୁ । ମନେ ରଖନ୍ତୁ ଆପଣ ଅଧିକ ମାତ୍ରାରେ ଏହି ଜୁସକୁ ସେବନ କରନ୍ତୁ ନାହିଁ ।

ମେଥିର ପାଣି

ମେଥିର ଦାନାର ପାଣି ଦ୍ଵାରା ବ୍ଲଡ ସୁଗାରର ଲେବୁଲକୁ କମ କରାଯାଇ ପାରିବ । ସେଥିପାଇଁ ଆପଣଙ୍କୁ ସବୁଦିନ ସକାଳେ ଖାଲି ପେଟରେ ମେଥିର ପାଣି ପିଇବା ଉଚିତ । ମେଥିର ପାଣିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ରାତିରେ ହିଁ ୧.୫ ଚାମଚ ମେଥିର ଦାନାକୁ ଏକ ଗିଲାସ ପାଣିରେ ରଖି ଦିଅନ୍ତୁ । ଏବଂ ସକାଳେ ଉଠି ଏହାକୁ ଛାଣି ଏହାର ପାଣିକୁ ସେବନ କରନ୍ତୁ ।

ଜାମୁ କୋଳିର ରସ

ଡାଇବେଟିସ ରୋଗୀକୁ ନିଜର ଡାଇଟରେ ଜାମୁ କୋଳିକୁ ସାମିଲ କରିଦେବା ଉଚିତ । ଏହା ଛଡା ବି ଆପଣ ଜାମୁ କୋଳିର ରସ ବାହାର କରି ଏହାର ସେବନ ବି କରି ପାରିବେ । ଏହା ଡାଇବେଟିସ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ପୋଷ୍ଟଟି ଭଲ ଲାଗିଲେ ସେଆର କରିବେ ଓ ଆଗକୁ ଏମିତି ଦରକାରୀ ସ୍ୱାସ୍ଥ୍ୟ ଟିପ୍ସ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରିବେ।