ୱେସ୍ଟଇଂଡ଼ିଜ ଟୁରର ଠିକ ପୂର୍ବରୁ ଧୋନୀଙ୍କ ବଡ ନିଷ୍ପତି, କହିଲେ – ‘ଆସନ୍ତା ଦୁଇ ମାସ କ୍ରିକେଟ ଖେଳିବି ନାହିଁ, କାହିଁକି ନା…’

ୱାର୍ଲ୍ଡ କପରେ ଖରାପ ଖେଳିବା କାରଣରୁ ଆଲୋଚନାର ଶିକାର ହେଲେ ମହେନ୍ଦ୍ର ସିଂହ ଧୋନୀ । ଏହା ସହିତ ତାଙ୍କର ସନ୍ୟାସର ଖବର ବି ବର୍ତ୍ତମାନ ଚର୍ଚ୍ଚାରେ ଅଛି । କିନ୍ତୁ ଏହା ମଧ୍ୟରେ ଭାରତୀୟ କ୍ରିକେଟ ଟିମ ୱେସ୍ଟଇଂଡିଜ ଟୁର ଯିବା ପୂର୍ବରୁ, ସେ ବର୍ତ୍ତମାନ ଏକ ବଡ ବୟାନ ଦେଇଛନ୍ତି । କହିବାକୁ ଗଲେ ୱେସ୍ଟଇଂଡିଜ ଟୁର ପାଇଁ ଟିମ ବଛା ଯାଇ ସରିଛି, କିନ୍ତୁ ଏହା ପୂର୍ବରୁ ଧୋନୀଙ୍କ ନାମରେ ଉଡୁଥିବା ବିଭିନ୍ନ ଖବର ଉପରେ ଧୋନୀ ବିରାମ ଲଗାଇ ଦେଇଛନ୍ତି ।

ଭାରତର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ବର୍ତ୍ତମାନ ନିଜର ଭବିଷ୍ୟତକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । କହିବାକୁ ଗଲେ ସେମୀଫାଇନାଲରେ ନ୍ୟୁଜିଲ୍ୟାଣ୍ଡର ମ୍ୟାଚ ପରେ ସମସ୍ତେ ଚିନ୍ତା କରୁଥିଲେ କି ଏହା ତାଙ୍କର ଶେଷ ମ୍ୟାଚ ହୋଇପାରେ । କିନ୍ତୁ ବର୍ତ୍ତମାନ ଧୋନୀ ଏକ ବଡ ବୟାନ ଦେଇଛନ୍ତି ।

ଦୁଇ ମାସ ପାଇଁ ବ୍ରେକ ନେଉଛନ୍ତି ଧୋନୀ

ମହନ୍ଦ୍ରେ ସିଂହ ଧୋନୀ ବିସିସିଆଇକୁ କହିଲେ କି ସେ ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ କ୍ରିକେଟ ଖେଳିବେ ନାହିଁ । ଧୋନୀଙ୍କର ଏହି ନିଷ୍ପତି ଦ୍ଵାରା ଜଣା ପଡିଗଲା କି ସେ ବର୍ତ୍ତମାନ ସନ୍ୟାସ ନେବାର ମୁଡରେ ନାହାନ୍ତି । ସେ ବିସିସିଆଇକୁ ଏହା ବି କହିଲେ କି ସେ ୱେସ୍ଟଇଂଡିଜ ଟୁରରେ ବି ଯିବେ ନାହିଁ । କାରଣ ସେ ବର୍ତ୍ତମାନ ଏକ ବ୍ରେକ ନେବାକୁ ଚାହୁଁଛନ୍ତି ଓ ସେ ଏହାର କାରଣ ବି କହିଲେ ।

ଏହି କାରଣରୁ ସେ ନେଉଛନ୍ତି ବ୍ରେକ

ବିସିସିଆଇର ଅଧିକାରୀ ମିଡିଆକୁ କହିଲେ କି ଧୋନୀ ଅର୍ଦ୍ଧସୈନିକ ରେଜିମେଂଟର ସେବା କରିବା ପାଇଁ ଦୁଇ ମାସ ବିଶ୍ରାମ ନେଉଛନ୍ତି । କହିଦେଉଛୁ କି ୱେସ୍ଟଇଂଡିଜ ଟୁର ପାଇଁ ଚୟନକର୍ତ୍ତାମାନେ ଧୋନୀଙ୍କୁ ନେଇ ବହୁତ ବିଚାର କରୁଥିଲେ, କିନ୍ତୁ ଏହା ପୂର୍ବରୁ ହିଁ ଧୋନୀ ନିଜର ନିଷ୍ପତି ସମସ୍ତଙ୍କ ସାମ୍ନାରେ ରଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ । ବିସିସିଆଇର ଅଧିକାରୀ କହିଲେ କି ଧୋନୀ ବହୁତ ପୂର୍ବରୁ ଅର୍ଦ୍ଧସୈନିକ ରେଜିମେଂଟର ସେବା କରିବା ପାଇଁ ଚାହୁଁଥିଲେ, କିନ୍ତୁ ତାଙ୍କୁ ସମୟ ମିଳୁ ନ ଥିଲା ।

ଧୋନୀଙ୍କ ଜାଗାରେ ଏହି ଖେଳାଳି ହେବେ ୱିକେଟକିପର

ବିସିସିଆଇ ଅଧିକାରୀ ଆଗକୁ କହିଲେ କି ୱେସ୍ଟଇଂଡ଼ିଜ ଟୁରରେ ଧୋନୀଙ୍କ ଜାଗାରେ ଋଷଭ ପଂତ ତିନୋଟି ଚରଣରେ ପ୍ରଥମ ଚଏସ ଅଟନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।