ଏଠି ୧ କିଲୋ ଆବର୍ଜନା ବଦଳରେ ମିଳିଥାଏ ଭୋଜନର ସ୍ଵାଦିଷ୍ଟ ଥାଳି, ଜାଣନ୍ତୁ କେଉଁଠି ଓ କାହିଁକି?

ସବୁଦିନ କୋଟି କୋଟି ଟନର ଆବର୍ଜନା ଏହି ପୃଥିବୀରେ ବଢି ଚାଲିଛି । ଏହା ମଧ୍ୟରୁ କିଛି ଜିନିଷରୁ ରକ୍ଷା ମିଳିଯାଏ । କିନ୍ତୁ କିଛି ଏମିତି ଜିନିଷ ଅଛି ଯେଉଁଥିରୁ ମୁକ୍ତି ମିଳିବା ଅଳ୍ପ କଷ୍ଟ ଅଟେ । କହିବାକୁ ଗଲେ ପ୍ଲାଷ୍ଟିକ ମାଟିରେ ମିଶିପାରେ ନାହିଁ । ତାହା ବର୍ଷ ବର୍ଷ ଧରି ମାଟିରେ ସେମିତି ହିଁ ପଡି ରହିଥାଏ । ଏମିତିରେ ଏହି ସମସ୍ୟାର ସମାଧାନ ବାହାର କରିବା ପାଇଁ ଓ ପ୍ଲାଷ୍ଟିକର ଆବର୍ଜନାର ସଠିକ ବ୍ୟବହାର କରିବା ପାଇଁ ଛତିଶଗଢ଼ରେ ଏକ ଭଲ ଉପାୟ ବାହାରିଛି ।

କହିବାକୁ ଗଲେ ଛତିଶଗଢ଼ର ଅମ୍ବିକାପୁରରେ ଭାରତର ପ୍ରଥମ ଗାର୍ବେଜ କ୍ୟାଫେ ଖୋଲିଛି । ଏଠିକାର ଖାସ କଥା ଏହା ଅଟେ କି ଏଠି ଆପଣ ୧ କିଲୋ ପ୍ଲାଷ୍ଟିକ ଆବର୍ଜନା ଜମା କରି ପେଟ ଭର୍ତ୍ତି ଖାଇ ପାରିବେ । ଏହି ସ୍କିମକୁ ନଗର ନିଗମ ଚାଲୁ କରିଛନ୍ତି । ଯାହାର ଲାଭ ଗରିବ ଓ ବେଘର ଲୋକମାନେ ନେଇ ପାରିବେ । କିନ୍ତୁ ଯଦି ଆପଣ ଏଠି ୫୦୦ ଗ୍ରାମର ପ୍ଲାସ୍ଟିକ ଜମା କରୁଛନ୍ତି ତେବେ ଆପଣଙ୍କୁ କେବଳ ବ୍ରେକଫାଷ୍ଟ ମିଳି ପାରିବ ।

କହିଦେଉଛୁ କି ଅମ୍ବିକାପୁର ସେହି ସହର ଅଟେ ଯାହାକୁ ଇନ୍ଦୋର ପରେ ଭାରତର ସବୁଠୁ ସ୍ଵଚ୍ଛ ସହର ଲିଷ୍ଟରେ ଦ୍ଵିତୀୟ ସ୍ଥାନ ପ୍ରାପ୍ତ ମିଳିଛି । ଏହି ଗାର୍ବେଜ ସ୍କିମକୁ ଆଗକୁ ବଢାଇବା ପାଇଁ ନଗର ନିଗମ ନିଜ ବଜେଟରୁ ୫ ଲକ୍ଷ ଟଙ୍କା ବି ଲଗାଇଛନ୍ତି । ଏହି ଯୋଜନା ଅନୁସାରେ ବେଘର ଲୋକମାନଙ୍କୁ କେବଳ ଖାଦ୍ୟ ନୁହେଁ ତାଙ୍କୁ ଶରଣ ବି ଦିଆଯିବ ।

ଅନ୍ୟ ପଟେ ସବୁଠୁ ଭଲ କଥା ଏହା ଅଟେ କି ଏହି ଯୋଜନାରୁ ଯେଉଁ ପ୍ଲାଷ୍ଟିକ ଏକତ୍ରିତ ହେବ ସେ ଗୁଡିକୁ ବ୍ୟବହାର କରି ଅମ୍ବିକାପୁରର ରାସ୍ତା ପ୍ରସ୍ତୁତ କରାଯିବ । ଆପଣଙ୍କୁ କହିଦେଉଛୁ କି ଏହି ସହରରେ ପ୍ରଥମରୁ ଏକ ପ୍ଲାଷ୍ଟିକ ଦ୍ଵାରା ନିର୍ମିତ ସଡକ ଅଛି । ଏଥିରେ Granules ଓ Asphalt ବି ବ୍ୟବହାର କରାଯାଇଛି । ଏହି ରାସ୍ତାରେ ପାଖାପାଖି ୮ ଲକ୍ଷ ବ୍ୟାଗ ପ୍ଲାଷ୍ଟିକ ଉପଯୋଗ କରାଯାଇଛି ।

ଛତିଶଗଢ଼ ନଗର ନିଗମର ଏହି ଯୋଜନା ବିଷୟରେ ଜାଣିବା ପରେ ଅନ୍ୟ ରାଜ୍ୟର ନାଗରିକମାନେ ବି ଏହାକୁ ନିଜ ରାଜ୍ୟରେ ଖୋଲିବା ପାଇଁ କହୁଛନ୍ତି । ଏହି ପୃଥିବୀକୁ ଶୁଦ୍ଧ କରିବା ପାଇଁ ସରକାରଙ୍କ ସହିତ ଆମକୁ ବି ନିଜ ସ୍ତରରେ ଚେଷ୍ଟା କରିବା ଉଚିତ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।