ମହେନ୍ଦ୍ର ସିଂ ଧୋନୀ ଙ୍କୁ ନେଇ ଯୁବରାଜ ସିଂ ଓ ତାଙ୍କ ବାପା କଣ କହିଥିଲେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କୋହଲିଙ୍କ ନେତୃତ୍ବରେ ଭାରତ ବିଶ୍ଵକପ ଜିତୁ ବୋଲି ଚାହୁଁ ନ ଥିଲେ ଧୋନୀ । କିଏ ଓ କାହିଁଙ୍କି କହିଥିଲେ ଏମିତି କଥା ? ବନ୍ଧୁଗଣ ବିଶ୍ଵକପ ପାଇଁ କାଉନ ଡାଉନ ଆରମ୍ଭ ହୋଇଛି । ଆଉ ଏହା ସହ ଆରମ୍ଭ ହୋଇଛି ପୂର୍ବର୍ତନ କ୍ରିକେଟରଙ୍କ ବୟାନ ବାଜି । କିଏ ବିଶ୍ଵକପ ଜିତିବା ତାହାକୁ ନେଇ ଚର୍ଚ୍ଚା ଚଲାଇଥିବା ବେଳେ 2011 ବିଶ୍ଵକପର ହିରୋ ଯୁବରାଜ ସିଂଙ୍କ ବାପା ଯୁବରାଜଙ୍କର ଏକ ଭିଡିଓ ଭାଇରାଲ ହେଉଛି ।

ଯେଉଁଥିରେ 2019 ବିଶ୍ଵକପରେ ଭାରତର ପରାଜୟ ପଚର କାହାଣୀ ସେ କହିଛନ୍ତି । ଆଉ ଏଥିପାଇଁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ସିଧା ସଳଖ ଦାୟୀ କରିଛନ୍ତି ଯୁବରାଜଙ୍କ ବାପା । ଭିଡିଓରେ ଯୁବରାଜ କହିଛନ୍ତି ମୋ ରକ୍ତ ଗରମ ହେଉଛି କାରଣ 2019 ବିଶ୍ଵକପ ସେମି ଫାଇନାଲରେ ଧୋନୀ ଜାଣି ଜାଣି ଭଲ ବ୍ୟାଟିଙ୍ଗ କରିନ ଥିଲେ ।

ଯେଉଁଥି ପାଇଁ ଇଣ୍ଡିଆ ନ୍ୟୁଜଲ୍ୟାଣ୍ଡ ଠାରୁ ପରାଜିତ ହୋଇଥିଲା । ଧୋନୀ ଜମା ବି ଚାହୁଁ ଥିଲେ ଅନ୍ୟ କେହି ଅଧିନାୟକ ଭାରତ ପାଇଁ ବିଶ୍ଵକପ ଜିତନ୍ତୁ ବୋଲି । ଯୁବରଜ କହିଛନ୍ତି ଗୋଟେ ପରେ ରବୀନ୍ଦ୍ର ଜାଡେଜା ସାହସିକତା ବ୍ୟାଟିଙ୍ଗ କରୁଥିଲେ ଓ ଭାରତକୁ ବିଜୟର ନିକଟତର କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଅନ୍ୟ ପରେ ଧୋନୀ ନିଜର ଦକ୍ଷତା ଅନୁଯାୟୀ ବ୍ୟାଟିଙ୍ଗ କରୁନ ଥିଲେ ।

ଯଦି ଧୋନୀ ନିଜ ଦକ୍ଷତାର 40% ଖେଳିଥାନ୍ତେ ତେବେ ଭାରତ 48 ଓଭରରେ ମ୍ଯାଚ ଜିତିଥାନ୍ତା । ଧୋନୀଙ୍କ ବ୍ୟାଟିଙ୍ଗ ନେଇ ଆଗକୁ ଯୁବରାଜ କହିଛନ୍ତି ଯେବେ ଧୋନୀ ଚେନ୍ନାଇ ପାଇଁ ବ୍ୟାଟିଙ୍ଗ କରନ୍ତି ସେତେବେଳେ 15 ବଲରେ 40 ଓ 20 ବଲରେ 50 ରନ କରନ୍ତି । ସେତେବେଳେ ଚୌକା ଛକା ର ବର୍ଷା କରନ୍ତି ।

କିନ୍ତୁ ବିଶ୍ଵକପରେ ସେହି ସ୍ଲଟ ରେ ବଲ ପଡିଲେ ବି ଧୋନୀ କାହିଁକି ଖେଳି ପାରୁ ନ ଥିଲେ । ଏ ବିଷୟରେ ବିରାଟ କୋହଲି ପର ମୁହୂର୍ତ୍ତରେ ନିଶ୍ଚୟ ବୁଝିପାରିବେ । 2019 ବିଶ୍ଵକପ ସେମି ଫାଇନାଲରେ ଧୋନୀ 50 ରନ କରି  ପାଭିଲନ ଭରିଥିଲେ । ଶେଷ ଆଡକୁ ଧୋନୀ ମ୍ଯାଚ ଜିତାଇବେ ବୋଲି ସମସ୍ତେ ଆଶା ବାନ୍ଧି ଥିଲେ । କିନ୍ତୁ ଧୋନୀ ରନ ଆଉଟ ହୋଇ ଫେରିବା ସହ ଭାରତର ବିଶ୍ଵକପ ଜିତିବା ସ୍ଵପ୍ନ ଧୂଳିସାତ ହୋଇଥିଲା ।

ତେବେ 2019 ବିଶ୍ଵକପର ପରାଜୟ ପାଇଁ ଧୋନୀଙ୍କୁ ଦାୟୀ କରିବା ସହ ବରଷିଚନ୍ତି ଯୁବରାଜ । ଧୋନୀଙ୍କ ପାଇଁ ବିବାଦୀୟ ବୟାନ ଦେବା ଯୁବରାଜଙ୍କ ପାଇଁ ନୂଆ ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ଧୋନୀ ଙ୍କ ଉପରେ ବର୍ଷିଛନ୍ତି ଯୁବରାଜ । ଟିମ ଚୟନରେ ଧୋନୀ ପକ୍ଷପାତ କରୁଥିବା ଅଭିଯୋଗ ଆଣିଥିଲେ ଯୁବରାଜ ।

ଏପରିକି ଧୋନୀଙ୍କ ଅଧିନାୟକରେ ଯୁବାରଜଙ୍କୁ କମ ମ୍ଯାଚ ଖେଳିବାର ସୁଯୋଗ ମିଳିଛି ବୋଲି କହିଛନ୍ତି ଯୁବରାଜ ଯାହାକୁ ନେଇ ବିବାଦ ଜୋର ଧରିଥିଲା । ଯୁବରାଜ ଗତ ରଞ୍ଜିତ ସିଜିନ ପୂର୍ବରୁ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ଯେବେ ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ଟ୍ରେନିଙ୍ଗ ଦେଉଥିଲେ । ଅର୍ଜୁନ ଟିମ ଇଣ୍ଡିଆର ଷ୍ଟାର ହେବେ ବୋଲି କହିଥିଲେ ଯୁବରାଜ ।  ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।