ଓଡ଼ିଶାକୁ ବିପଦ ! ହୀରାକୁଦ ଗେଟ୍‌ ଖୋଲିଲେ ବୁଡ଼ିଯିବ ତଳିଆ ଅଞ୍ଚଳ, ମନଇଚ୍ଛା ଛାଡ଼ୁଛି ବନ୍ୟା ଜଳ

ଡ଼ିଶାକୁ ଏବେ ବିପଦ ସାଜିଲାଣି କଲମା ବ୍ୟାରେଜ । ମନ ଇଚ୍ଛା ରଖୁଛି ଛାଡୁଛି ବନ୍ୟା ପଣି । ବିବାଦୀୟ ବ୍ୟାରେଜ ପାଲଟିଛି ଓଡିଶା ପାଇଁ ବିପଦ । ହଁ ଦର୍ଶକ ବନ୍ଧୁ କଲମା ବ୍ୟାରେଜ ଛତିଶଗଡର ଉପର ମୁଣ୍ଡରେ ରହିଛି । ଯାହାକୁ ବିନା ଅନୁମତିରେ ତିଆରି କରିଛି ଛତିଶଗଡ ସରକାର । ବ୍ୟାରେଜ ନିର୍ମାଣ ସମୟରେ ଓଡିଶା ଠାରୁ ନେଇ ନ ଥିଲା ଅନୁମତି । ଏବେ ସେହି ବ୍ୟାରେଜ ଓଡିଶା ପାଇଁ ପାଲଟିଛି ବଡ ବିପଦ ।

ଛତିଶଗଡର ଏହି କଲମା ବ୍ୟାରେଜ ପାଇଁ କେତେବେଳେ ଭାସିଯିବ ଓଡିଶା ତାହା କହି ହେବ ନାହିଁ । ଯାହା ଏବେ ସଙ୍ଗିନ ରୂପ ନେଲାଣି । ହୀରାକୁଦ ର ତଳ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ଭସାଇ ନେବ କଲମା ଜଳ । ଛତିଶଗଡର ଜୀବନ ରେଖା ପାଲଟିବ ଓଡିଶା ଲୋକଙ୍କ ପାଇଁ କାଳ । ଛତିଶଗଡର ଉପର ମୁଣ୍ଡରେ ମାତ୍ର 3 ଦିନର ମୌସୁମୀ ବର୍ଷା କାରଣରୁ ଛତିଶଗଡର କଲମା ବ୍ୟାରେଜ ତାର ସବୁ ଗେଟ ଖୋଲି ଦେଇଥିଲା ।

ଯେଉଁଥି ପାଇଁ ହୀରାକୁଦ ରେ ବିପଦ ସଙ୍କଟ କୁ ସମାନ କରିଥିଲା । ତଳିଆ ଅଞ୍ଚଳରେ ଲୋକ ମାନଙ୍କ ମନରେ ଛନକା ପଶିଥିଲା । କାରଣ ଓଡିଶାରେ ବର୍ଷା ନ ଥାଇ ବନ୍ୟା ଆସିଥାନ୍ତା । ପୁରା ଅଧା ଓଡିଶା କୁ ଭସାଇ ନେଇଥାନ୍ତା ବନ୍ୟା ଜଳ । କିନ୍ତୁ ଭାଗ୍ୟ ବଶତଃ ଛତିଶଗଡ ରେ ବର୍ଷା ଥମି ଗଲା । କଲମା ବ୍ୟାରେଜ ତାର ଗେଟ ବନ୍ଦ କରି ଦେଇଥିଲା ।

ଯଦି ଦେଖିବା ତ କଲମା ବ୍ୟାରେଜର ମନ ମାନି ପାଇଁ କେତେବେଳେ ଅଧା ଓଡିଶା ବୁଡି ଯାଇପାରେ । ପାଣି ଭିତରେ ଲୀନ ହୋଇପାରେ ଓଡିଶା । ଯେଉଁ ଜଳ ଉପରେ ତାର ଅଧିକାର ନାହିଁ ସେହି ଜଳକୁ ଅକ୍ତିଆର କରି ରଖୁଛି ଛତିଶଗଡ । ଆଉ ଅବେଳରେ ଓଡ଼ିଶାକୁ ଛାଡୁଛି । ମୌସୁମୀ ବର୍ଷା କଥା ନ କହିଲେ ଏବେ ତ ଲଘୁଚାପ ବର୍ଷା ଆସିଲାଣି ।

ଓଡିଶା ଛତିଶଗଡ ରେ ଏକ ସାଙ୍ଗ ରେ ବର୍ଷା ହେବ । ଆଉ ହୀରାକୁଦ ଜଳ ଭଣ୍ଡାର 2ଟି ରାଜ୍ୟର ପାଣି କୁ କେମିତି ମହଜୁଦ କରି ରଖିବ । ଏଥରକ ବଡ ବନ୍ୟା ଆସିବାର ଅନୁମାନ କରା ଯାଉଛି । ଛତିସଗଡ ଯଦି ଗେଟ ଖୋଲି ଦିଏ ତେବେ ହୀରାକୁଦ ବନ୍ଧା  ତାର ଗେଟ ଖୋଲି ଦେବ । ଯାହା ପାଇଁ ତଳିଆ ଅଞ୍ଚଳ ଗୁଡିକ ବୁଡିବାର ସମ୍ଭାବନା ରହିଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।