ଖେଳିବା ବୟସରେ ଢୋଲ ବଜାଉଛି ଏହି କୁନି ପୁଅ, ତା’ର ଚମତ୍କାର ଢୋଲ ବାଦନ ଦେଖିଲେ ଆପଣ ବି କାବା ହୋଇଯିବେ, ଦେଖନ୍ତୁ video

କାନ୍ଧରେ ଢୋଲ ପକାଇ କୁନି କୁନି ହାତରେ ବଜାଉଛି ଆଉ ଗାଇ ଯାଉଛି ରାମାୟଣର କିଛି ପଂକ୍ତି । ଠିକ ଯେମିତି କୀର୍ତ୍ତନ ସମୟରେ ଶୁଣିବାକୁ ମିଳେ । କୁନି ଦେହରେ ସମ୍ଭାଳିଛି ଢୋଲ ବାଦ୍ୟର ଭାର । ଆଉ ତା’ ଢୋଲ ବଜାଇବା ଦେଖିଲେ ଆପଣ ବି କାବା ହୋଇଯିବେ । ଏତେ ଛୋଟ ପିଲା ଠାରେ ଦେଖିବାକୁ ମିଳିଛି ଏହିଭଳି ଏକ ଅନନ୍ୟ ପ୍ରତିଭା । ଆମ ଓଡିଆ ସଂସ୍କୃତିରେ ଢୋଲ, ଗିନି, ଦଶକାଠିଆ ଆଦି ବାଦ୍ୟଯନ୍ତ୍ରର ଖୁବ ମାନ୍ୟତା ରହିଛି ।

କିନ୍ତୁ ଆଧୁନିକତାର ପ୍ରଭାବରେ ଏହିସବୁ ଧୀରେ ଧୀରେ ଲୋପ ପାଉଥିବାର ଦେଖିବାକୁ ମିଳୁଛି । ଆଧ୍ୟାତ୍ମିକତାର ଭାବ ନେଇ ଢୋଲର ତାଳେ ତାଳେ ରାମାୟଣ ଓ ମହାଭାରତର ଅନେକ ଘଟଣାବଳୀ ସବୁ ଲୋକଙ୍କୁ ପରିବେଷଣ କରାଯାଏ । ଯାହା ଦେଖିବା ପାଇଁ ଗାଁ ଗଣ୍ଡାର ଲୋକେ କାମ ପାଇଟି ସାରି ବସିପଡନ୍ତି । କିନ୍ତୁ ଆଜିକାଲି ସେସବୁ ଦୃଶ୍ୟ ଖୁବ କମ୍ ଦେଖିବାକୁ ମିଳୁଛି । ଯେଉଁଠି ଘରେ ଘରେ ପିଢି ପରେ ପିଢି ମୃଦଙ୍ଗ ବଜାଉଥିବାର ଦେଖିବାକୁ ମିଳେ ଆଜି ସେହି ପିଲାଙ୍କ ହାତରେ ଆସି ଯାଇଛି ମୋବାଇଲ ଫୋନ ।

ଛୋଟ ଛୋଟ ପିଲାମାନେ ମଧ୍ୟ ମୋବାଇଲ ଧରି ଘଣ୍ଟା ଘଣ୍ଟା ବସି ରହୁଛନ୍ତି । ମୋବାଇଲ ଯୋଗୁଁ ପିଲାମାନେ ବାହାରକୁ ଯାଇ ଖେଳିବାକୁ ମଧ୍ୟ ଇଚ୍ଛା କରୁ ନାହାନ୍ତି । ଆଧୁନିକତାର ବଶବର୍ତ୍ତୀ ହୋଇ ଧୀରେ ଧୀରେ ପିଲାଙ୍କ ପ୍ରତିଭା ମଳିନ ପଡିବାର ଦେଖିବାକୁ ମିଳୁଛି । ବହୁତ କମ ପିତାମାତା ଆଜି ମଧ୍ୟ ତାଙ୍କ ପିଲାଙ୍କୁ ମୋବାଇଲ ବିନା ପ୍ରତିପାଳନ କରୁଛନ୍ତି ।

ମୋବାଇଲ ଧରି ଖେଳିଲେ ମଧ୍ୟ ପିଲା କିପରି ଶାରୀରିକ ଏବଂ ମାନସିକ ଭାବେ ବିକାଶ ପାଇବେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ତେବେ କଥା ମଧ୍ୟ ଠିକ ସେ କହିପାରୁ ନଥିବା ଛୋଟ ପିଲାଟିର ଏହିଭଳି ପ୍ରତିଭା ଦେଖି ଯେକେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଲୋକେ ଛୋଟ ପିଲାଟିର ଏହି ଭିଡିଓକୁ ଅଧିକରୁ ଅଧିକ ଶେୟାର ମଧ୍ୟ କରୁଛନ୍ତି । ଆପଣଙ୍କୁ କୁନି ପିଲାର ଢୋଲ ବାଦ୍ୟ ଦେଖି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।