ଧନତେରସ ଦିନ କରିଦିଅନ୍ତୁ ଏହି ଉପାୟ, ଖୋଲିଯିବ ଆପଣଙ୍କ ଭାଗ୍ୟର ତାଲା, କେବେ ବି ହେବ ନାହିଁ ଧନ ର ଅଭାବ

ଧନତେରସ ଦିନ କରିଦିଅନ୍ତୁ ଏହି ଉପାୟ

ଦୀପାବଳି ର ପର୍ବ ଆସିବାକୁ ଯାଉଛି ଏବଂ ଏହି ପର୍ବ ହିନ୍ଦୁ ମାନଙ୍କର ପାଇଁ ଏକ ବହୁତ ବଡ ପର୍ବ, ସେଥିପାଇଁ ଏହାର ପ୍ରସ୍ତୁତି ବହୁତ ଦିନ ଆଗରୁ ଆରମ୍ଭ ହୋଇଯାଏ। କିନ୍ତୁ ଦୀପାବଳି ପର୍ବ ର ଉତ୍ସବ ପ୍ରକୃତରେ ଧନତେରସ ଦିନ ଠାରୁ ହିଁ ଆରମ୍ଭ ହୋଇଥାଏ। ପ୍ରଚଳିତ କଥା ଅନୁସାରେ କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ଦିନ ସମୁଦ୍ର ମନ୍ଥନ ସମୟରେ ଅମୃତ କଳସ ଧରି ପ୍ରକଟ ହୋଇଥିବା ଦେବତା ଧନ୍ୱଂତରି ଙ୍କ ଆରାଧନା ର ପର୍ବ ହେଉଛି ଏହି ଧନତେରସ। ଏହି ପର୍ବ ଧନ ବର୍ଷା ହେବାର ପ୍ରତୀକ ବୋଲି ମଧ୍ୟ କୁହାଯାଏ। ଏବଂ କୁହାଯାଏ କି ଯଦି ଏହି ଦିନ ବିଧି ଅନୁସାରେ ପୂଜା କରାଯାଏ ତେବେ ନିଶ୍ଚିତ ରୂପରେ ସମୃଦ୍ଧି ଅପନଙ୍କ ଦ୍ଵାରକୁ ସ୍ଵୟଂ ଆସିବେ।

ଧନତେରସ ର ଉତ୍ସବ ହେଉଛି ମହତ୍ବପୂର୍ଣ୍ଣ

ଦୀପାବଳିର ପର୍ବ ଯେତିକି ମହତ୍ବପୂର୍ଣ୍ଣ ଧନତେରସ ମଧ୍ୟ ସେତିକି ମହତ୍ବପୂର୍ଣ୍ଣ ପର୍ବ ଅଟେ। ଆସୁଥିବା ଦୀପାବଳିର ଠିକ 2ଦିନ ପୂର୍ବରୁ ଏହି ପର୍ବ ପାଳନ କରାଯାଏ। ଧନତେରସ କୁ ସୁଖ ସମୃଦ୍ଧି ଯଶ ଓ ବୈଭବ ର ପର୍ବ କୁହାଯାଏ। ଏହି ଦିନ ଧାନର ଦେବତା କୁବେର ଙ୍କ ପୂଜାର ବହୁତ ମହତ୍ତ୍ଵ ଅଛି। ଏହି ଦିନ କୌଣସି ବସ୍ତୁ କିଣିବା ଶୁଭ ବୋଲି କୁହାଯାଏ। ଏବଂ ଏହା କରିବା ଦ୍ଵାରା ଧନର ଦେବୀ ମା ଲକ୍ଷ୍ମୀ ବହୁତ ପ୍ରଶନ୍ନ ହୋଇଥାନ୍ତି।

ଆଜି ଆମେ ଆପଣଙ୍କୁ ସେହି ଭଳି କିଛି ଉପାୟ କହିବାକୁ ଯାଉଛୁ  ଯେଉଁଥି ପାଇଁ ଧନତେରସ ଆପଣଙ୍କୁ ଧନ- ଧନ୍ଯରେ ସମୁର୍ଣ୍ଣ କରିବା ର ପର୍ବ ହୋଇପାରିବ। ଏହି ଉପାୟ କରିଲେ ଆପଣଙ୍କ ଭାଗ୍ୟ ଖୋଲିଯିବ।

ଧନତେରସ ରେ କରନ୍ତୁ ଏହି ଉପାୟ

୧- ପ୍ରଥମେ ଏହି ଦିନ ଧନ୍ଵନ୍ତରୀ ଙ୍କର ପୂଜା କରନ୍ତୁ। ଏହି ଦିନ ଧନର ଦେବତା କୁବେର ମହାରାଜ ଙ୍କର ପୂଜା କରାଯାଏ। କୁହାଯାଏ କୁବେର ଙ୍କର ଫୋଟୋ ଏହି ଦିନରେ କିଣିଲେ ଘରେ କେବେ ଧନ ର ଅଭାବ ଦେଖା ଯାଏ ନାହିଁ।

୨- ଦୀପାବଳି ପାଇଁ ତ ସାଫା ସାଫି କରୁଥିବେ ଆପଣ, କିନ୍ତୁ ଧନତେରସ ଦିନ ସକାଳୁ ଉଠି ଏହି 4ଟି ସ୍ଥାନକୁ ସଫା ନିଶ୍ଚୟ କରନ୍ତୁ। ଐଶାନ୍ୟ କୋଣ, ପୂର୍ବ ଦିଗ, ଘରର ଉତ୍ତର ଦିଗ, ଏବଂ ସବୁଠୁ ମହତ୍ବପୂର୍ଣ୍ଣ ଘରର ମଝି ଜାଗା ମାନେ ବ୍ରହ୍ମ ସ୍ଥାନକୁ ସାଫା କରିବା ନିତ୍ୟାନ୍ତ ଆବଶ୍ୟକ।

୩- ଧନତେରସ ଦିନ ଘରେ ବା ବ୍ୟବସାୟ କ୍ଷେତ୍ରରେ ମା ଲକ୍ଷ୍ମୀଙ୍କର ପାଦ ଚିହ୍ନ ଲଗାଇବା ବହୁତ ଶୁଭ ଅଟେ। ବିଶେଷ ଧ୍ୟାନ ଦିଅନ୍ତୁ କି ପାଦଚିହ୍ନ ଲଗାଇବା ସମୟରେ ପାଦ ର ଦିଗ ଘର ଭିତରକୁ ଆସୁଥିବା ଦରକାର।

୪- ଧନତେରସ ଦିନ ଘରକୁ ଝାଡୁ କିଣିକି ଆଣିବା ବହୁତ ଶୁଭ ବୋଲି କୁହାଯାଏ। ଏହା କରିବା ଦ୍ଵାରା ଧନ ର ଦେବୀ ଲକ୍ଷ୍ମୀ ବହୁତ ପ୍ରଶନ୍ନ ହୋଇଥାନ୍ତି।

୫- ସନ୍ଧ୍ୟା ସମୟରେ ଦୀପ ଲଗାଇ ଘର, ଦୋକାନ ଆଦି କୁ ସୁସଜ୍ଜିତ କରନ୍ତୁ।