ହିନ୍ଦୁଧର୍ମରେ ଦୀପାବଳୀ ପର୍ବର ବେଶ ମହତ୍ଵ ରହିଛି । ଏହାର ଠିକ ଦୁଇଦିନ ପୂର୍ବରୁ ଅର୍ଥାତ କାର୍ତ୍ତିକ ମାସର ଶୁକ୍ଲପକ୍ଷର ତ୍ରୟୋଦଶୀ ତିଥିକୁ ଧନତେରସ ରୂପେ ପାଳନ କରାଯାଏ । ମାନ୍ୟତା ଅନୁସାରେ ଏହିଦିନ ଭଗବାନ ଧନନ୍ତ୍ବରୀ ଓ ମା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ଵାରା ଧନର କୌଣସି ଅଭାବ ହୋଇ ନଥାଏ । ଏହିଦିନ କିଛି ଜିନିଷ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ସେହିପରି କିଛି ଜିନିଷ ରହିଛି ଯାହା ଭୁଲରେ ବି କିଣିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା କଣ ସେହି ଜିନିଷ ସବୁ ।
ଧନତେରସ ଦିନ ଭଗବାନ ଧନନ୍ତ୍ବରୀ ହାତରେ ମୂଲ୍ଯବାନ ଧାତୁର କଳସ ଓ ଆୟୁର୍ବେଦ ନେଇ ପୃଥିବୀପୃଷ୍ଠକୁ ଆସିଥିଲେ । ତେଣୁ ଏହିଦିନ ସୁନା, ରୂପା ଓ ପିତ୍ତଳ ଆଦିର ଜିନିଷ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ ଧନତେରସ କିମ୍ବା ଦୀପାବଳୀ ଦିନ ଭୁଲରେ ବି କୌଣସି ଲୁହା କିମ୍ବା ଷ୍ଟିଲ ଜିନିଷ କିଣନ୍ତୁ ନାହିଁ । କାରଣ ଏହି ଧାତୁ ଉପରେ ରାହୁଙ୍କ ପ୍ରଭାବ ରହିଥାଏ ଓ ଏସବୁ କିଣିବା ଦ୍ଵାରା ଆପଣଙ୍କ ଉପରେ ରାହୁଙ୍କ ଖରାପ ପ୍ରଭାବ ପଡିପାରେ ।
ଏହିଦିନ ଛୁରୀ, କଇଁଚି, କଟୁରୀ ଭଳି କୌଣସି ବି ଧାରୁଆ ଜିନିଷ ମଧ୍ୟ କିଣିବା ଉଚିତ ନୁହେଁ । ଧନତେରସ ଦିନ କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ କି କୌଣସି କଳାରଙ୍ଗର ବସ୍ତ୍ର କିଣନ୍ତୁ ନାହିଁ । ଏହିଦିନ ସୋରିଷ କିମ୍ବା ସୋରିଷ ତେଲ କିଣିବା ମଧ୍ୟ ଉଚିତ ନୁହେଁ । କିନ୍ତୁ ଧନିଆ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ ।
ହେଲେ ଏହିଦିନ କାହାରିକୁ ଭୁଲରେ ବି ଧନିଆ ଦିଅନ୍ତୁ ନାହିଁ । ଏହିଦିନ କାହାଠାରୁ କରଜ ମାଗି ଜିନିଷ କିଣିବା ମଧ୍ୟ ଉଚିତ ନୁହେଁ । ନଚେତ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି ଓ ଓଲଟା ଘରେ ଅଭାବ ଦେଖା ଦେଇଥାଏ । ଏହିଦିନ ଘରକୁ ମାଛ, ମାଂସ ଆଣନ୍ତୁ ନାହିଁ କି ପିଆଜ, ରସୁଣରେ ମଧ୍ୟ ଖାଦ୍ୟ ପ୍ରସ୍ତୁତ କରନ୍ତୁ ନାହିଁ । ଏହିଦିନ ଝଗଡା କରିବା ଉଚିତ ନୁହେଁ କି ସ୍ତ୍ରୀ ମାନଙ୍କର ଅପମାନ କରିବା ମଧ୍ୟ ଅନୁଚିତ ।
ଏହାଦ୍ବାରା ଧୀରେ ଧୀରେ ଧନହାନି ହେବାକୁ ଲାଗେ । ଏହିଦିନ ମଦ୍ୟପାନ କରିବା ମଧ୍ୟ ଉଚିତ ନୁହେଁ, ନଚେତ ମାତା ଲକ୍ଷ୍ମୀ ଭୀଷଣ କ୍ରୋଧିତ ହୋଇଥାନ୍ତି । ଏହିଦିନ ଆପଣ ଯେଉଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ସେଥିରେ ନିଶ୍ଚୟ ଧନିଆ ପକାନ୍ତୁ, ଏହାକୁ ଅତ୍ୟନ୍ତ ଶୁଭ ମାନାଯାଏ ।
ଏହିଦିନ ଗାଈକୁ ସବୁଜ ଧନିଆ ଚାରା ଖାଇବାକୁ ଦେବା ଦ୍ଵାରା ମଧ୍ୟ ବହୁତ ପୂଣ୍ୟ ପ୍ରାପ୍ତି ହୋଇଥାଏ । ମା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି ଓ ଧନର କୌଣସି ଅଭାବ ହୋଇ ନଥାଏ । ଏହିଦିନ ଗାଈକୁ ପୂଜା କରି ଚରଣ ଛୁଇଁବା ଦ୍ଵାରା ଓ ସବୁଜ ଚାରା ଏବଂ ରୋଟି ଖାଇବାକୁ ଦେବା ଦ୍ଵାରା ୩୩କୋଟି ଦେବାଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
ଧନତେରସ ଦିନ ମନ୍ଦିରରେ ଝିଟିପିଟି ଦେଖିବାକୁ କିମ୍ବା ଘରକୁ ପେଚା ଆସିବା ଅତ୍ୟନ୍ତ ସୁଭୀ ମାନାଯାଏ । ଏହିଦିନ ଘରକୁ ଲମ୍ବା ଲମ୍ବା ଜନ୍ଦା ଆସିବା ମଧ୍ୟ ଶୁଭ ମାନାଯାଇଛି । ଏହାକୁ ଧନର ଦେବୀ ମା ଲକ୍ଷ୍ମୀଙ୍କ ପ୍ରତୀକ ମାନାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।