ଧନର ବର୍ଷା କରୁଥିବା ( ଫୁଲ ) କରନ୍ତୁ ଏହି ଉପାୟ

ଅପରାଜିତା ଅର୍ଥାତ ଯିଏ କେବେ ବି ହାରି ନଥାଏ ବା ଯାହାର କେବେ ବି ପରାଜୟ ହୋଇନଥାଏ । ଏହାର ଅନ୍ୟ ଏକ ନାମ ହେଉଛି ନୀଳକଣ୍ଠ । ଯାହା ଭଗଵାନ ଶିବ ଙ୍କ ଏକ ନାମ ଅଟେ । ଅପରାଜିତା ମାତା ଦୁର୍ଗା ଙ୍କ ମଧ୍ୟ ଏକ ନାମ ଅଟେ । ଏହି ଫୁଲ ଟି ଶିବ ଏବଂ ଶକ୍ତି ଙ୍କ ସ୍ୱରୂପ ହୋଇଥାଏ । ତେଣୁ ଏହା ଅତ୍ୟନ୍ତ ଗୁଣକାରୀ ଏବଂ ଚମତ୍କାରି ହୋଇଥାଏ ।

ଏହି ଅପରାଜିତା ଭାରତର ସମସ୍ତ ସ୍ଥାନରେ ଦେଖିବାକୁ ମିଳିଥାଏ । ଏହା ସବୁ ଋତୁରେ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ଅପରାଜିତା ଫୁଲ ର କିଛି ପ୍ରୟୋଗ ଦ୍ଵାରା ମନୁଷ୍ୟ ର ଜୀବନରେ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଥାଏ । ଏବଂ ଧନ ଐଶ୍ୱର୍ଯ୍ୟ ର ଅଧିକାରୀ ମଧ୍ୟ ହୋଇଥାଏ । ଆଜି ଆମେ ଏହାର କିଛି ଉପାୟ କହିବୁ । ତେବେ ଚାଲନ୍ତୁ ଜାଣିବା ।

ଏହି ଫୁଲକୁ ସଂସ୍କୃତରେ ବିଷ୍ଣୁକାନ୍ତା ଏବଂ ବିଷ୍ଣୁପ୍ରିୟା ମଧ୍ୟ କହିଥାନ୍ତି । ଏହି ଅପରାଜିତା ଶିବ, ପାର୍ବତୀ, କାର୍ତ୍ତିକ, ଗଣେଶ, ହନୁମାନ, ଲକ୍ଷ୍ମୀ ନାରାୟଣ ଙ୍କ ପ୍ରିୟ ଅଟେ । ତେଣୁ ଘରେ ଧନର ବୃଦ୍ଧି ପାଇବାପାଇଁ ଏହି ଉପାୟ ନିଶ୍ଚୟ କରନ୍ତୁ ।

ଘରର ନଜର ଦୋଷ ଏବଂ ତନ୍ତ୍ର ମନ୍ତ୍ର ଦୁର କରିବା ସହିତ ଧନର ଆଗମନ କରିଥାଏ । ଶନିବାର ଦିନ ରାତ୍ରି ସମୟରେ ଅପରାଜିତା ଫୁଲକୁ ମାଳ ଟିଏ କରି ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗୀ ଦିଅନ୍ତୁ । ଏହା ଦ୍ଵାରା ଘରର ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତି ଦୁର ହୋଇଥାଏ ।

କରଜ ମୁକ୍ତି ଏବଂ ଧନ ପ୍ରାପ୍ତି ପାଇଁ ଶନିବାର ଦିନ ରାତ୍ରି ସମୟରେ ଏହି ଅପରାଜିତା ଫୁଲ ୫ଟି ତୋଳି କୌଣସି ନଦୀ ବା ଜଳ ସ୍ୱରୁତ ରେ ଭସାଇ ଦିଅନ୍ତୁ । ଧ୍ୟାନ ଦେବେ ଏହି କାର୍ଯ୍ୟ କରିବା ସମୟରେ କାହାରିକୁ ଜଣାଇବେ ନାହିଁ । ଏହା ଦ୍ଵାରା ସମସ୍ତ ପ୍ରକାରର ଧନ ର ସମସ୍ୟା ଦୂର ହୋଇଥାଏ ।

ମନ ପସନ୍ଦ ର ଚାକିରି ପାଇବା ପାଇଁ ଚାହୁଁଛନ୍ତି ତେବେ ପ୍ରତିଦିନ ମାତା ଦୁର୍ଗା କିମ୍ବା ମାତା ପାର୍ବତୀ ଙ୍କୁ ୧୧ ଟି ଅପରାଜିତା ଫୁଲ ଚଢ଼ାନ୍ତୁ । ଏହା ଦ୍ଵାରା ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହେବ ।

ଧନର ସମସ୍ୟା ଦୂର କରିବା ପାଇଁ ଉନ୍ନତି କରିବା ପାଇଁ ପ୍ରତି ଶନିବାର ଦିନ କିଛି ଅପରାଜିତା ଫୁଲ କୁ ନେଇ ହନୁମାନ ଙ୍କ ଚରଣ ରେ ଅର୍ପଣ କରନ୍ତୁ । ଏବଂ ସେହି ଫୁଲରୁ ଗୋଟିଏ ଫୁଲ ଆଣି ନିଜ ପାଖରେ ରଖନ୍ତୁ । ଏହା ଦ୍ଵାରା ଆପଣଙ୍କୁ କେବେ ମଧ୍ୟ ଧନର ଅଭାବ ହେବନାହିଁ ଏବଂ ଆପଣ ବହୁତ ଉନ୍ନତି କରିବେ ।

ବ୍ୟବସାୟରେ ଉନ୍ନତି କରିବାପାଇଁ ପ୍ରତି ସୋମବାର ଦିନ ଧଳା ବସ୍ତ୍ର ପିନ୍ଧି ଶିବ ଲିଙ୍ଗ ରେ ଚଢ଼ାଇବା ଦ୍ଵାରା ଧନ ପ୍ରାପ୍ତି ର ଯୋଗ ଖୋଲିଥାଏ ଏବଂ ବ୍ୟାପାର ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।