ଆଜିର ରାଶିଫଳ, 15 ଅକ୍ଟୋବର 2020, ଗୁରୁବାର, ଆଜି ଏହି ୪ଟି ରାଶି ଉପରେ ପ୍ରସନ୍ନ ରହିବେ ମା ଲକ୍ଷ୍ମୀ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୫ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ପରିବାରରେ ଆପଣଙ୍କ ଗୁଣର ପ୍ରଶଂସା କରାଯିବ । ନୂଆ କାର୍ଯ୍ୟଶୈଳୀ ପ୍ରଣାଳୀ ଦ୍ଵାରା ବ୍ୟବସାୟରେ ବୃଦ୍ଧି ଘଟିବ । ଛାତ୍ରମାନଙ୍କୁ ବିଦେଶ କଲେଜରେ ପଢିବାକୁ ସୁଯୋଗ ନ ମିଳି ପାରେ । ବ୍ୟବସାୟରେ ବହୁତ ଭଲ ଲାଭ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ଭଲ ରହିବାରୁ ଜୀବନ ବହୁତ ଖୁସିରେ କଟିବ । ଆପଣଙ୍କୁ ମିଳୁଥିବା ସୁଯୋଗର ଲାଭ ଉଠାନ୍ତୁ । ଏହା ସହିତ ଆପଣଙ୍କ ଜୀବନ ଆନନ୍ଦଦାୟକ ରହିବ ।

ବୃଷ

ବ୍ୟବସାୟିଙ୍କୁ ଆୟର ନୂଆ ମାର୍ଗ ମିଳିବ । ଯଦି ଆପଣ ପରିଶ୍ରମ କରିବେ ତେବେ ଅଫିସରେ ସବୁ ପ୍ରକାର ସଫଳତା ମିଳିବ । ବ୍ୟବସାୟକୁ ନେଇ ଯାତ୍ରା କରି ପାରନ୍ତି । ଆପଣଙ୍କର ବ୍ୟବସାୟିକ ସମ୍ପର୍କ ବୃଦ୍ଧି ହେବ । ଯେଉଁମାନେ ପ୍ରତିଯୋଗିତାମୂଳକ କ୍ଷେତ୍ରରେ ଅଛନ୍ତି ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ଯାହାଦ୍ଵାର ସେମାନଙ୍କୁ ସଫଳତା ମିଳିବ । ଆପଣ ନିଜର ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ ।

ମିଥୁନ

ଆପଣ ସବୁ କାର୍ଯ୍ୟରେ ଆପଣଙ୍କ ଘର ବଡ ମାନଙ୍କର ପରାମର୍ଶ ନିଅନ୍ତୁ । ପାଠ ପଢାରେ ଏକାଗ୍ରତାର ଅଭାବ ରହିବ । ଆପଣଙ୍କ ନବମ ଭାଗରେ ପାଞ୍ଚ ଗ୍ରହ ଥିବାରୁ ସବୁ କାର୍ଯ୍ୟରେ ସଫଳତା ପାଇବେ । ପରିବାରରେ ସୁଖ ଶାନ୍ତି ରହିବ । ବିଦେଶ ଯିବାର ଇଚ୍ଛା ସଫଳ ହେବ । ଆପଣ ଅଧିକ ବ୍ୟସ୍ତ ରହିବା କାରଣରୁ ନିଜ ପରିବାରକୁ ସମୟ ଦେଇ ନ ପାରିୱବେ ନାହିଁ । ସମ୍ପର୍କୀମାନେ ଅଭିଯୋଗ କରି ପାରନ୍ତି ।

କର୍କଟ

ଆପଣ ଆପଣଙ୍କ କ୍ୟାରିୟରରେ ସଫଳତା ପାଇବେ । ବ୍ୟବସାୟରେ କିଛି ନୂଆ କରିବେ । ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ ଯାହା ଦ୍ଵାରା ପରିବାରରେ ସମସ୍ତେ ଖୁସିରେ ରହିବେ । ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ସେଥିରେ ଉନ୍ନତି ହେବ । ଆପଣଙ୍କୁ ଆପଣଙ୍କ ବରିଷ୍ଠଙ୍କ ସହଯୋଗ ମିଳିବ । ଆପଣଙ୍କୁ କୌଣସି ଛୋଟ ଛୋଟ ଅସୁବିଧାର ସାମ୍ନା କରିବାକୁ ପଡିପାରେ ।

ସିଂହ

ଆଜି ବିଜ୍ଞାନ ସହିତ ଜଡିତ ଛାତ୍ରର ଦିନ ବହୁତ ଭଲ ରହିବ । ଯଦି ଆପଣ ବିଦେଶରେ ରହିବାକୁ ଚାହୁଁଛନ୍ତି ତେବେ ଏଥିରେ ସଫଳ ହେବେ । ଆପଣ ଧ୍ୟାନ ରଖନ୍ତୁ କି ଯଦି ଆପଣ ଆଧ୍ୟାତ୍ମିକ କାର୍ଯ୍ୟ କରୁଛନ୍ତି ତେବେ ଲୋକମାନେ ଆପଣଙ୍କ ପ୍ରତି ପ୍ରଭାବିତ ହେବେ । ଏହି ବର୍ଷ ଆପଣ ଆପଣଙ୍କ ପ୍ରୟାସରେ ସବୁ କଷ୍ଟକୁ ପାର କରି ସବୁ କାର୍ଯ୍ୟରେ ସଫଳତା ପାଇବେ ।

କନ୍ୟା

ଆପଣଙ୍କୁ ସରକାରୀ କାର୍ଯ୍ୟରେ କୌଣସି ବଡ ବ୍ୟକ୍ତିଙ୍କର ସହଯୋଗ ମିଳିବ । ଆପଣ ପରିବାର ସହ ବୁଲିବାକୁ ଯାଇପାରନ୍ତି । ସନ୍ତାନଙ୍କ ପାଇଁ ମନ ଖୁସି ରହିବ । ପୂର୍ବରୁ କରିଥିବା ପ୍ରୟାସରେ ସଫଳତା ମିଳିବ । ବ୍ୟବସାୟରେ ନିବେଶ ଭଲ ଲାଭ ଦେବ । ଆପଣ ନିଜ ଭାଇ ବନ୍ଧୁଙ୍କ ସହ ଭଲ ସମ୍ପର୍କ ରଖନ୍ତୁ ବିବାଦ କରନ୍ତୁ ନାହିଁ କାହିଁକି ନା ତାଙ୍କ ସହଯୋଗରେ ଆଗକୁ ବଢିପାରିବେ । ଚାକିରିରେ ପରିଶ୍ରମ କରିବା ଦ୍ଵାରା ସଫଳତା ମିଳିବ ।

ତୁଳା

ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ଅପରିଚିତ ଲୋକଙ୍କ ଠାରୁ ଦୂରେଇ ରହନ୍ତୁ । ଆପଣଙ୍କ ବୈବାହିକ ଜୀବନ ଖୁସିରେ ବିତିବ ଏବଂ କୌଣସି ସମସ୍ୟା ଏହି ବର୍ଷ ରହିବ ନାହିଁ । ସନ୍ତାନଙ୍କ ପଢାରେ ସନ୍ତୁଷ୍ଟ ରହିବେ । ଆପଣଙ୍କୁ ଜୁଆ, ସଟା ବଜାରରେ ଭଲ ଲାଭ ମିଳିବ । କୌଣସି କ୍ଷେତ୍ରରେ ନିବେଶ ପୂର୍ବରୁ ଭଲ ଭାବରେ ଦେଖି ନିଅନ୍ତୁ । ନିଜ ଖର୍ଚକୁ ନିୟନ୍ତ୍ରଣ କରନ୍ତୁ । ଧନ ଦେବା ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ ।

ବିଚ୍ଛା

କୌଣସି କାମରେ ଆପଣଙ୍କ ଭାଇ ଭଉଣୀଙ୍କ ସହଯୋଗ ମିଳିବ । ପରିବାରରେ ଖୁସି ରହିବ । ବିଦେଶ ଯାତ୍ରା ସଫଳ ହେବ । ଆପଣ ନୂଆ ଘର କରିପାରିବେ । ଆପଣଙ୍କୁ ଏକାଧିକ ସ୍ରୋତରୁ ଆମଦାନୀରେ ଲାଭ ମିଳିବ । ଆପଣ ସତର୍କତାର ସହିତ ଧନ ନିବେଶ କରନ୍ତୁ । ଯାହାଫଳରେ ଭଲ ଲାଭ ମିଳିବ ଏବଂ ସଞ୍ଚୟ ମଧ୍ୟ କରିବେ । ଜୀବନସାଥିଙ୍କ ସହ ସାମାନ୍ୟ ମନାନ୍ତର ହୋଇପାରେ । ଧର୍ଯ୍ୟ ସହିତ ନିଜର ଦାୟିତ୍ଵ ତୁଲାଇବେ ।

ଧନୁ

କାମକୁ ନେଇ କରିଥିବା ଯାତ୍ରାରେ ଆପଣ ସଫଳ ହେବେ । ସମାଜରେ ପ୍ରତିଷ୍ଠା ମିଳିବ । ନିଜ ଶିକ୍ଷାର ଦମରେ ଆଗକୁ ବଢିବାକୁ ସୁଯୋଗ ମିଳିବ । ପାରିବାରିକ ଜୀବନରେ ତାଳ ମେଳ ରହିବ । ମାନ ସମ୍ମାନ ବୃଦ୍ଧି ହେବ । ଆର୍ଥିକ ସମସ୍ୟା ଦେଖା ଦେଇପାରେ । ଏଥିପାଇଁ ଖର୍ଚକୁ ନିୟନ୍ତ୍ରଣ କରନ୍ତୁ ଓ ନିବେଶ ଭାବି ଚିନ୍ତି କରନ୍ତୁ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାକୁ ହେଲେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ ।

ମକର

ଅଫିସରେ ଆପଣଙ୍କୁ କୌଣସି ନୂଆ କାମ ମିଳିପାରେ । କରିବାରେ ଆପଣ ସଫଳହେବେ । ପରିବାରରେ ଶାନ୍ତି ଓ ସୁଖ ରହିବ । ଆପଣଙ୍କୁ ଆପଣଙ୍କ ପରିବାରର ସହଯୋଗ ମିଳିବ । ଆପଣ ପରିବାର ପ୍ରତି ଥିବା ନିଜର ଦାୟିତ୍ଵକୁ ସଠିକ ରୂପରେ ତୁଲାଇ ପାରିବେ । ବ୍ୟବସାୟରେ ବହୁତ ଭଲ ରହିବ । କିନ୍ତୁ କୌଣସି ନୂଆ ବ୍ୟବସାୟ କରନ୍ତୁ ନାହିଁ । ଆପଣ ବ୍ୟବସାୟ କିମ୍ବା ଚାକିରି କରନ୍ତୁ ନାହିଁ ।  ଆପଣ କୌଣସି କାମରେ ଭୟ କରନ୍ତୁ ନାହିଁ ।

କୁମ୍ଭ

ଜୀବନସାଥିଙ୍କ ସହ ଭଲ ସମ୍ପର୍କ ରହିବ । କାର୍ଯ୍ୟ କ୍ଷେତ୍ରରେ କିଛି ଲୋକଙ୍କ ସହଯୋଗ ମିଳିବ । ଆପଣ ପରିବାରର ଦାୟିତ୍ଵ ଭଲ ଭାବରେ ତୁଲାଇ ପରିବାର ତଥା ସମାଜରେ ପ୍ରତିଷ୍ଠା ପାଇବେ । ଯଦି ଆପଣ ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ସେଥିରେ ଅନୁଭବ ଥିବା ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଯଦି ଆପଣ ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି କିମ୍ବା କୌଣସି କାର୍ଯ୍ୟରେ ବାଧା ଆସୁଛି ତେବେ ଚିନ୍ତା କରିବାର ନାହିଁ କାହିଁକି ନ ଆପଣଙ୍କୁ ପରିଶ୍ରମର ଫଳ ମିଳିବ । ଆପଣଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ସେଥିପାଇଁ ନିଜ କାମରୁ କିଛି ସମୟ ଅତିବାହିତ ନେଇ ବିଶ୍ରାମ କରନ୍ତୁ ।

ମୀନ

ଆଜି ଆପଣଙ୍କର ପ୍ରତିଷ୍ଠା ବଢିବ । ଧନ ପ୍ରାପ୍ତି ପାଇଁ କରିଥିବା ପ୍ରୟାସରେ ସଫଳ ହେବେ ଏବଂ ଏକାଧିକ ସ୍ରୋତରୁ ଆମଦାନୀ ପ୍ରାପ୍ତ କରିବେ । ନୂଆ ଏକାଡେମିକ ଆପଣଙ୍କୁ ଚାକିରି ମିଳିବାର ସମ୍ଭାବନା ଅଛି । ଯେଉଁମାନେ କୌଣସି ମିଲ, ଗ୍ୟାସ, ପେଟ୍ରୋଲିୟମ, ଖଣିଜ, ଅନୁସନ୍ଧାନ,ଏକାଡେମିକ ଆଦି ପେସାରେ ଥିବା ବ୍ୟକ୍ତିଙ୍କ ସମୟ ବହୁତ ଭଲ ଅଛି । ସାଧାରଣତଃ ଆର୍ଥିକ ସ୍ଥିତି ଭଲ ରହିବା ଦ୍ଵାରା ବର୍ତ୍ତମାନ ସମୟରେ ସବୁ କିଛି ପ୍ରାପ୍ତ କରିବେ । ଆପଣଙ୍କୁ ଲାଗିବ ପରିଶ୍ରମର ଫଳ ମିଳୁ ନାହିଁ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।