ଧନପ୍ରାପ୍ତି ପାଇଁ ଆପଣନ୍ତୁ ଏହି ସଠିକ ଉପାୟ , ଆର୍ଥିକ ଚିନ୍ତାରୁ ମିଳିବ ମୁକ୍ତି

ପ୍ରତ୍ୟେକ ବ୍ୟକ୍ତିକୁ ନିଜ ଜୀବନରେ ଧନର ଆବଶ୍ୟକତା ପଡିଥାଏ । ସମସ୍ତେ ନିଜ ଆବଶ୍ୟକତା ଅନୁସାରେ ଧନ ଉପାର୍ଜନ କରିବାକୁ ବହୁତ ଚେଷ୍ଠା କରିଥାନ୍ତି ଯାହାଦ୍ୱାରା ସେ ନିଜର ସବୁ ଇଚ୍ଛା ପୁରା କରି ପାରିବେ ଓ ଅଧିକ ଧନ ରୋଜଗାର କରି ପାରିବେ କିନ୍ତୁ କେବେ କେବେ ବ୍ୟକ୍ତିର ଅବସ୍ଥା ଏମିତି ହୋଇଯାଏ କି ତା ପାଖରେ ଖାଇବା ପାଇଁ ମଧ୍ୟ ଧନ ନଥାଏ ଓ ସେ ଆର୍ଥିକ ଚିନ୍ତାରେ ପଡିଥାଏ । ଏପରି ପରିସ୍ଥିତିରେ ବ୍ୟକ୍ତିର ଭଗବାନଙ୍କ ଉପରୁ ଭରସା ଉଠିଯାଏ ।

କିନ୍ତୁ ଆପଣଙ୍କୁ କେବେ ବି ନିଜ ଜୀବନରେ ହାର ମାନିନେବା ଉଚିତ ନୁହେଁ, ଆପଣ ସମସ୍ତଙ୍କୁ ଭଗବାନଙ୍କ ଉପରେ ବିଶ୍ଵାସ ରାଖି କିଛି ଉପାୟ କରିବାର ଆବଶ୍ୟକ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଧନ ପ୍ରାପ୍ତିର ଏମିତି କିଛି ଉପାୟ ଜଣାଇବୁ ଯାହା ସାହାଯ୍ୟରେ ଆପଣ ନିଜ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ ଓ ଏହି ଉପାୟ ବହୁତ ସରଳ ଓ ଏହାକୁ ଆପଣ ସହଜରେ କରି ପାରିବେ ।

ଆସନ୍ତୁ ଜାଣିବା ଧନ ପ୍ରାପ୍ତି ପାଇଁ କଣ ଉପାୟ କରିବାକୁ ହେବ

ଯଦି ଆପଣ ସୂର୍ଯ୍ୟ ଦେବତାଙ୍କର କୃପା ପାଇବାକୁ ଚାହୁଁଛନ୍ତି ତେବେ ଏଥି ପାଇଁ ଶୋଇବା ସମୟରେ ନିଜର ମୁଣ୍ଡ ଏମିତି ରଖିବେ କି ଉଠିବା ସମୟରେ ଆପଣଙ୍କ ପାଦ ପୂର୍ବ ବା ଦକ୍ଷିଣ ଦିଗକୁ ନ ହୁଏ , ଏହା ସହିତ ଆପଣ ନିୟମିତ ଭାବେ ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ତମ୍ବାର ଲୋଟାରେ ଜଳ ଅର୍ପଣ କରନ୍ତୁ । ଜଳ ଅର୍ପଣ କରୁଥିବା ସମୟରେ ଆପଣ ସୂର୍ଯ୍ୟ ମନ୍ତ୍ର “ଓଁ ଆଦିତ୍ୟାୟ ନମଃ” ଜପ କରନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହେବ ଓ ଆପଣଙ୍କୁ ଧନ ପ୍ରାପ୍ତିର ମାର୍ଗ ମିଳିବ ।

ଆପଣ ସବୁଦିନ ନିୟମିତ ଭାବେ ନିଜ ଇଷ୍ଟ ଦେବତାଙ୍କର ପୂଜା କରନ୍ତୁ । ଯଦି ଆପଣଙ୍କ ପାଖରେ ସମୟ ନାହିଁ ତେବେ ଖୁବ କମରେ ଧୂପ ଓ ଦୀପ ନିଶ୍ଚୟ ଲଗାନ୍ତୁ ଓ କିଛି ସମୟ ପାଇଁ ଉତ୍ତର ଓ ପୂର୍ବ ଦିଗ ଆଡକୁ ମୁହଁ କରି ଧ୍ୟାନ କରନ୍ତୁ । ପୂଜା ସମୟରେ ତମ୍ବାର ବାସନରେ ଜଳ ଭରି ରଖନ୍ତୁ ଓ ତାକୁ ପୂଜା ପରେ ଘରର ପ୍ରତ୍ୟେକ ଭାଗରେ ଛିଞ୍ଚି ଦିଅନ୍ତୁ । ଯଦି ଆପଣ ଏମିତି କରନ୍ତି ତେବେ ଆପଣଙ୍କ ଘରେ ସକାରାତ୍ମକ ଶକ୍ତି ରହିବ ।


ଆପଣ ପ୍ରତିଦିନ ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ ଓ ସନ୍ଧ୍ୟା ସମୟରେ ତୁଳସୀ ଗଛ ପାଖରେ ଦୀପ ଜଳାନ୍ତୁ । ଯଦି ଆପଣ ଏମିତି କରନ୍ତି ତେବେ ଆପଣଙ୍କ ଘରେ ସର୍ବଦା ଲକ୍ଷ୍ମୀଙ୍କ କୃପା ରହିଥାଏ ଓ ଆପଣଙ୍କୁ କେବେ ବି ନିଜ ଜୀବନରେ ଧନ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିବନି ।

ବ୍ୟକ୍ତିକୁ ଏହି କଥାର ବିଶେଷ ଧ୍ୟାନ ରଖିବାକୁ ପଡିବ କି କେବେ ବି ସୂର୍ଯ୍ୟ ଉଦୟ ଓ ଅସ୍ତ ସମୟରେ ଶୋଇବା କଥା ନୁହେଁ । ଯଦି ଆପଣ ଏମିତି କରନ୍ତି ଆପଣଙ୍କ ଜୀବନରେ ବହୁତ ଦୁଖ ଓ ସମସ୍ୟା ଆସିଥାଏ । ଏମିତି କରିବା ଦ୍ଵାରା ମଧ୍ୟ ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।