ଧନହାନୀ ଓ କରଜ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ୩ ଟି ଉପାୟ

ସବୁବେଳେ ଲୋକଙ୍କ ଜୀବନରେ ସମସ୍ଯା ଲାଗି ରହିଥାଏ । ରୋଜଗାର କଲେ ମଧ୍ୟ ସେମାନେ ଟଙ୍କା ସଞ୍ଚୟ କରି ପାରିନଥାନ୍ତି । ଦରକାର ବେଳେ ଅନ୍ୟମାନଙ୍କ ଠାରୁ ରୁଣ ଆକାରରେ ଟଙ୍କା ଧାର ଆଣିବାକୁ ପଡିଥାଏ । ଧନ ହାନି ଓ କରଜର ଭାର ବଢିବା ଦ୍ଵାରା ଘରେ ବାସ୍ତୁ ଦୋଷର କୁପ୍ରଭାବ ପଡିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଐଶାନ୍ୟ କୋଣ, ନୈରୁତ କୋଣ ଓ ଉତ୍ତର ଦିଗକୁ ଆର୍ଥିକ ସମୃଦ୍ଧିର ପ୍ରତୀକ ବୋଲି ମନା ଯାଇଥାଏ । ଏହି ସବୁ ଦିଗରେ ଯଦି କୌଣସି ଅସୁବିଧା ହୋଇଥାଏ ତେବେ ଧନହାନି ହୋଇଥାଏ ଓ କରଜର ଭାର ମଧ୍ୟ ବଢିଥାଏ । ତେବେ ଆସନ୍ତୁ ଜାଣିବା ଏହି ଦୋଷରୁ ମୁକ୍ତି ପାଇବାର ଉପାୟ ବିଷୟରେ ।

୧. ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଐଶାନ୍ୟ କୋଣକୁ ବହୁତ ଶୁଭ ବୋଲି କୁହାଯାଇଥାଏ । ଐଶାନ୍ୟ କୋଣରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି । ତେଣୁ କଦାପି ଐଶାନ୍ୟ କୋଣକୁ ଅପରିଷ୍କାର କରିବା ଉଚିତ ନୁହେଁ । ଯେଉଁ ଘରେ ଐଶାନ୍ୟ କୋଣ ଅପରିଷ୍କାର ହୋଇଥାଏ ସେହି ଘରେ ସର୍ବଦା ଧନହାନି ହୋଇଥାଏ । ତେଣୁ ସର୍ବଦା ଘରର ପୂଜା ସ୍ଥାନ ଓ ଐଶାନ୍ୟ କୋଣକୁ ସଫା ସୁତୁରା ରଖନ୍ତୁ ।

୨. ଘରର ପୂର୍ବ ଓ ଉତ୍ତର ଦିଗରେ କୌଣସି ଅଧିକ ଓଜନ ବିଶିଷ୍ଠ ଜିନିଷ ରଖନ୍ତୁ ନାହିଁ । ଏପରି କରିବା ଦ୍ଵାରା ଘରେ ଋଣର ଭାର ବଢିଥାଏ । ଘରର ପୂର୍ବ ଓ ଉତ୍ତର ଦିଗକୁ ସର୍ବଦା ଖାଲି ରଖିବାକୁ ଚେଷ୍ଟା କରନ୍ତୁ ।

୩.ଘରର ଛାତ ଉପରେ ପ୍ରାୟତଃ ପାଣି ଟାଙ୍କି ରଖା ଯାଇଥାଏ । ଏହି ପାଣି ଟାଙ୍କିକୁ ଘରର ଐଶାନ୍ୟ କୋଣର ଛାତ ଉପରେ ରଖିବା ଉଚିତ । ନୈରୁତ ଦିଗରେ ପାଣି ଟାଙ୍କି ରହିବା ଦ୍ଵାରା ରୁଣ ଭାର ବଢିଥାଏ । ପାଣି ଟାଙ୍କି ରଖିବା ବେଳେ ଠିକ ଭାବେ ରଖନ୍ତୁ ।

୪. ସର୍ବଦା ନିଜ ଘରର ସୁନା ଅଳଙ୍କାର ଆଲମାରୀକୁ ଦକ୍ଷିଣ ଦିଗରେ ରଖନ୍ତୁ । ଦକ୍ଷିଣ ଦିଗରେ ରଖିବା ଦ୍ଵାରା ଆଲମାରୀର ମୁହଁ ଉତ୍ତର ଦିଗକୁ ହୋଇଥାଏ । ଏପରି କରିବା ଦ୍ଵାରା ମା’ ଲକ୍ଷ୍ମୀ ଙ୍କର କୃପା ପ୍ରାପ୍ତି ହୋଇଥାଏ । ରୁଣ ଭାର ମଧ୍ୟ କମିଥାଏ ଏବଂ ରୋଜଗାରରେ ଉନ୍ନତି ହେବା ସହ କିଛି ଅର୍ଥ ସଞ୍ଚଯ ମଧ୍ୟ ହୋଇଥାଏ ।

୫. ଯଦି କୌଣସି ବ୍ୟକ୍ତି ଙ୍କର ରୁଣ ଭାର ବଢି ବଢି ଯାଉଥାଏ ଓ କରଜ ସୁଝିବାକୁ କୌଣସି ସାମର୍ଥ୍ୟ ନଥାଏ ତେବେ ଯେ କୌଣସି ଶୁକ୍ଲ ପକ୍ଷ ଗୁରୁବାର ଦିନ ସ୍ନାନ କରି ସାରିବା ପରେ ୧.୫ ମିଟର ଲମ୍ବାର ଧଳା ନୂଆ କପଡା ଓ ୫ ଟି ଗୋଲାପ ଫୁଲ ସଂଗ୍ରହ କରନ୍ତୁ । ସ୍ନାନ କରି ସାରିବା ପରେ ପୂର୍ବ ମୁଖ ହୋଇ ଧଳା କନାକୁ ନିଜ ଆଗରେ ବିଛାଇ ସେହି କନା ଉପରେ ୫ ଟି ଗୋଲାପ ଫୁଲକୁ ରଖି ଦିଅନ୍ତୁ । ତା ପରେ ଧୂପ ଦୀପ ଦେଇ ହାତ ଯୋଡି ୨୧ ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ନିଜର ଅସୁବିଧା ବିଷୟରେ ଭଗବାନଙ୍କୁ ଜଣାନ୍ତୁ । ଏହା ପରେ ଫୁଲ ସହିତ କନାର ପୁଟୁଳି ବାନ୍ଧି ତାହାକୁ ନେଇ ନଦୀ ରେ ଭସାଇ ଦିଅନ୍ତୁ । ଏପରି କରିବା ଦ୍ଵାରା ରୁଣ ସମସ୍ୟାରୁ ଶୀଘ୍ର ମୁକ୍ତି ମିଳିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।