ଧନବାନ ହେବାର ସ୍ଵପ୍ନ ହେବ ପୂର୍ଣ୍ଣ, କରନ୍ତୁ ଏହି ଉପାୟ, ସବୁବେଳେ ମା ଲକ୍ଷ୍ମୀଙ୍କର ରହିବ କୃପା

ଲୋକମାନେ ଧନବାନ ହେବା ପାଇଁ ଦିନ ରାତି କଷ୍ଟ କରିଥାନ୍ତି । ନିଜ ପରିବାରକୁ ଖୁସିରେ ରଖିବା ପାଇଁ ଲୋକମାନେ ଅଧିକ ଧନ ଅର୍ଜନ କରିବା ପାଇଁ ଚେଷ୍ଟା କରନ୍ତି । ହେଲେ ସବୁ ଲୋକଙ୍କର ଏହି ପ୍ରୟାସ ସଫଳ ହୋଇ ପାରିନଥାଏ । ଧନବାନ ହେବା ପାଇଁ କଷ୍ଟ କରିବା ସହ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ବହୁତ ଜରୁରୀ ହୋଇଥାଏ । ଧନବାନ ହେବା ପାଇଁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣ ଧନବାନ ହୋଇଯିବେ । ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହେବା ସହିତ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ । ତେବେ ଆସନ୍ତୁ ଜାଣିବା କିପରି ଆପଣ ଧନବାନ ହୋଇପାରିବେ ।

google

୧. ଯଦି ଆପଣଙ୍କ ଜୀବନରେ ଧନର ଅଭାବ ରହିଛି ତେବେ ଏହି ସ୍ଥିତିରେ ଆପଣ ୫ କିଲୋ ଅଟା ଅଧ କିଲୋ ଗୁଡ ମିଶାଇ ରୁଟି ତିଆରି ଦିଅନ୍ତୁ । ସୂର୍ଯ୍ୟାସ୍ତ ହେବା ପରେ କ୍ଷୀର ଦେଉଥିବା ଗାଈକୁ ସେହି ରୁଟି ଖାଇବାକୁ ଦିଅନ୍ତୁ । ଏହି ଉପାୟକୁ ଆପଣ ଲଗାତାର ୭ ଦିନ ପର୍ଯ୍ୟନ୍ତ କରିବେ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ଧନ ସମ୍ବନ୍ଧିତ ସବୁ ସମସ୍ୟାର ଅନ୍ତ ହୋଇଯିବ ।

google

୨. ଧନବାନ ହେବାପାଇଁ ଆପଣଙ୍କୁ ଅଟାରେ ୧୧ ଟି ଦୀପ କରିବାକୁ ହେବ । ଏହି ଦୀପକୁ ଆପଣ ୭ ଦିନ ପର୍ଯ୍ୟନ୍ତ ସନ୍ଧ୍ୟା ଓ ସକାଳ ସମୟରେ ମା ଲକ୍ଷ୍ମୀଙ୍କ ଫଟୋ ପାଖରେ ଜଳାନ୍ତୁ । ଏହା ସହିତ ୭ ଟି ଛୋଟ ଛୋଟ କନ୍ୟାଙ୍କୁ ଭୋଜନ ଦିଅନ୍ତୁ । ଏହା ପରେ ଆପଣ ସେହି କନ୍ୟାମାନଙ୍କୁ ଉପହାର ରୂପରେ ରୁମାଲ, ମୁଦ୍ରା ଓ ମେହେନ୍ଦି ଆଦି ଦିଅନ୍ତୁ । ଆପଣଙ୍କ ଇଛା ବହୁତ ଶୀଘ୍ର ପୂରଣ ହେବ ।

google

୩. ଧନଲାଭ ପାଇଁ ଆପଣ ସୂର୍ଯ୍ୟ ଉଦୟ ପୂର୍ବରୁ କୌଣସି ଏକ ବର ଗଛ ପାଖକୁ ଯାଆନ୍ତୁ ଓ ବର ଗଛର ଜଟାରେ ହଳଦୀ ଗଣ୍ଠିଲି କୁ ବାନ୍ଧି ଦିଅନ୍ତୁ । ଏହି ଉପାୟ କରିବାର କିଛି ଦିନ ପରେ ଆପଣଙ୍କୁ ଏହାର ପ୍ରଭାବ ବିଷୟରେ ଜଣା ପଡିଯିବ । ଯେତେବେଳେ ଆପଣଙ୍କ ମନୋକାମନା ପୂର୍ଣ୍ଣ ହୋଇଯିବ ସେତେବେଳେ ଆପଣ ସେହି ହଳଦୀ ଗଣ୍ଠିଲି କୁ ଖୋଲି ନିଜ ଘରର ତିଜୋରିରେ ରଖିଦିଅନ୍ତୁ ।

google

୪. ଧନ ସମ୍ବନ୍ଧିତ ସମସ୍ୟାକୁ ଦୂର କରିବା ପାଇଁ ଆପଣ ୭ ଦିନ ପର୍ଯ୍ୟନ୍ତ ମହାଲକ୍ଷ୍ମୀଙ୍କ ମନ୍ତ୍ରର ଜପ ମାଳା ମାଧ୍ୟମରେ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଯିବ ।