ଆଜିର ରାଶିଫଳ, 11 ମାର୍ଚ୍ଚ 2020, ବୁଧବାର, ଏହି ୪ଟି ରାଶି ଉପରେ ସାଇ ବାବାଙ୍କ କୃପା ରହିବ

୧-ମେଷ

ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ ଓ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ । ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବ ଅତୁଟ ରହିବ । ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ । ରାଜନୈତିକ କ୍ଷେତ୍ରରେ ଜନସେବା ଦ୍ଵାରା ସୁନାମପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । ଶତୃମାନେ ମଥାନତ କରିବେ । ପୁରାତନ ରୋଗର ଉପସମ ଓ ବନ୍ଧୁ ସମାଗମ ହେବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପ୍ରତିଯୋଗୀତା ପରୀକ୍ଷାରେ ଆଶା ମୁତାବକ ଫଳ ପାଇବେ । କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ । ସ୍ଥଗିତଥିବା କର୍ମଟି ପୂରଣ ହୋଇପାରେ ।

୨-ବୃଷ

ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ । ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ଓ ସାମାଜିକ ଭାବମୂର୍ତ୍ତି-ସୁରକ୍ଷା ହେବ । ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ସଫଳ ହେବେ । ବନ୍ଧୁମିଳନ ତୀର୍ଥ ଭ୍ରମଣ ଓ ସଂସ୍କୃତିକ ତଥା ସାମାଜିକ କାର୍ଯ୍ୟରେ ଭାଗନେବେ । ଗୁରୁଜନଙ୍କ ସହାନୁଭୁତି ଉପଲବ୍ଧ ହେବ । ସ୍ଥଗିତଥିବା କର୍ମଟି ପୂରଣ ହେବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ପରିବାରର ଆବଶ୍ୟକତା ପୂରଣ ଦିଗରେ ଗୁରୁତ୍ଵ ଦେବେ । ରାଜନୀତି କ୍ଷେତ୍ରରେ ସାମାଜିକ ସ୍ତରରେ ସମସ୍ତଙ୍କ ମେଳରେ ରହି ପ୍ରଶଂସିତ ହେବେ ।

୩-ମିଥୁନ

ଆଶା କରିଥିବା କାର୍ଯ୍ୟଟି ପୂରଣ ହେବ । ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ । ରାଜନୀତିରେ ଉଚ୍ଚପ୍ରଶଂସିତ ଓ ପ୍ରତିଦ୍ଵନ୍ଦିତାରେ ସଫଳ ହେବେ । ବ୍ୟବସାୟରେ ଆର୍ଥିକ ଦିଗରୁ ଉନ୍ନତି ହେବା ସହ ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ପ୍ରଶଂସା ପାଇବେ । ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ । ଦୂରଯାତ୍ରାର ସୁଯୋଗ ପାଇବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦ-ବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ ।

୪-କର୍କଟ

କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତିର ସଙ୍କେତ ପାଇବେ ଓ ସୁଖ-ଶାନ୍ତି ବୃଦ୍ଧି ହେବ । ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ । ନୂତନକର୍ମପ୍ରାପ୍ତିର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ । ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମାରେ ବିଜୟୀ ହେବେ । ସ୍ଥଗିତଥିବା କର୍ମଟି ପୂରଣ ହେବାପାଇଁ ଆର୍ଥିକ ସଙ୍କଟ ଦୂରେଇ ଯାଇ ପାରେ । ପାରିବାରିକ କ୍ଷେତ୍ରରେ ସ୍ୱାର୍ଥ ପ୍ରବୃତ୍ତିର ଶୀକାର ହୋଇ ସମ୍ପର୍କର ମଧୁର ସ୍ୱାଦ ଅନୁଭବ କରିବେ । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭ ପାଇବେ । ଜାଗା, ଜମି, ଗୃହପୋକରଣ କ୍ରୟ କରିବେ । ଦୂରଯାତ୍ରାର ସୁଯୋଗ ପାଇବେ ।

୫-ସିଂହ

ପାରିବାରିକ କ୍ଷେତ୍ରରେ ଅଧୁରା କାର୍ଯ୍ୟ ପୂରଣ ହେବ । ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଓ ଅବସର ମିଳିପାରେ । ନୂଆ ଚାକିରୀ ମଧ୍ୟ ମିଳିପାରେ । ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ ଓ ନୂତନ ଜ୍ଞାନର ବୃଦ୍ଧି ହେବ । ପ୍ରେମୀ ପ୍ରେମିକାଙ୍କ ଉନ୍ନତି ପାଇଁ ପ୍ରୟାସରତ ହେବେ । ସନ୍ତାନର ଖୁସି ଓ ସୁରକ୍ଷିତ ଅନୁଭବ କରିବେ । ପାରିବାରିକ ସମସ୍ୟା ନିଜର ବୁଦ୍ଧି, ବିବେକ ଖଟାଇ ସମାଧାନ କରିପାରିବେ । ରାଜନୀତି ମାମଲାରେ ଶୁଭ ସମାଚାର ମିଳିପାରେ, ଦୀର୍ଘଯାତ୍ରା ଓ ଛୋଟ ବଡ ମିଟିଙ୍ଗୀରେ ଯୋଗ ଦେଇ ପାରନ୍ତି । ବ୍ୟବସାୟ ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ ।

୬-କନ୍ୟା

ଶୁଭ ଖବର ପାଇ ଖୁସି ହେବେ । ଆର୍ଥିକ ସନ୍ତୁଳନ ସୁରକ୍ଷିତ ହେବା କାରଣରୁ ଅର୍ଥନୀତିର ବିପଦରୁ ମୁକ୍ତ ହେବେ । ରାଜନୈତିକ କ୍ଷେତ୍ରରେ ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର । ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ଜାଗା, ଜମି, ଗୃହପୋକରଣ କ୍ରୟ କରିବା ପାଇଁ ଯୋଗାଯୋଗ କଲେ ସଫଳ ହେବେ । ବ୍ୟବସାୟରେ ଆଶାତୀତ ଲାଭ ମିଳିବ । ପରିବାରରେ ସୁସ୍ଥ ବାତାବରଣ ଜାରିରହିବା ଫଳରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ ।

୭-ତୁଳା

ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । ଶତୃମାନେ ମଥାନତ କରିବେ । ପୁରାତନ ରୋଗର ଉପସମ ଓ ବନ୍ଧୁ ସମାଗମ ହେବ । ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ । ରାଜନୀତି କ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତି ଓ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ନିବିଡ ହେବ । ବ୍ୟବସାୟ ପାଇଁ ପରସ୍ପରକୁ ସାହାଯ୍ୟ କରି ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ଭାବି ଚିନ୍ତି କାର୍ଯ୍ୟ ନ କଲେ ଠକାମିରେ ପଡିପାରନ୍ତି । ଭୋଗ ବିଳାସଦ୍ରବ୍ୟ କ୍ରୟକରି ଆର୍ଥିକ ଶଙ୍କଟ ଭୋଗିବେ । ଅର୍ଥ ପାଇବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରି ପାରନ୍ତି ।

୮-ବିଚ୍ଛା

ବ୍ୟବସାୟରେ ସଫଳତା ଏବଂ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ରୋଜଗାର ସମସ୍ୟା ସୁଧୁରି ଯାଇ ଧନ ଲାଭ ହେବାରୁ ମନ ଖୁସି ରହିବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଅଚାନକ ଧନପ୍ରାପ୍ତି ହେବ । ରାଜନୀତିରେ ଉନ୍ନତିମୂଳକ ପଦକ୍ଷେପ ନେଇ ପ୍ରଶଂସିତ ହେବେ । ଜାଗା, ଜମି, ଗୃହ, ବାହନ ସମ୍ବନ୍ଧିୟ ସମସ୍ୟା ସମାଧାନ ହୋଇ କ୍ରୟ ବିକ୍ରୟ କରି ପାରନ୍ତି ।

୯-ଧନୁ

କାମକାର୍ଯ୍ୟର ସ୍ଥିତି ବହୁତ ସନ୍ତୋଷ ଜନକ ହେବ । ଜୀବନ ସାଥିଙ୍କ ସହ ଯୋଗରେ ଆଗକୁ ବଢି ପାରିବେ । ଧର୍ମ କର୍ମରେ ରୁଚି ବୃଦ୍ଧି ହେବ । ନୂଆଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରିତ କରିବେ । ନୂତନ ବନ୍ଧୁ ମିତ୍ରଙ୍କ ମିଳନ ହେବ । ପ୍ରେମ ପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ । ରାଜନୀତି କ୍ଷେତ୍ରରେ ନିଜର ଚତୁରତା ଓ ବିବେକ ହେତୁ ସମସ୍ତ ବିପରୀତ ପରିସ୍ଥିତିର ସାମ୍ନା କରିପାରିବେ । ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ । ଘରୋଇ କର୍ମଚାରୀ ଓ ଶ୍ରମିକମାନଙ୍କର କେତେକ କ୍ଷେତ୍ରରେ ସଫଳତା ମିଳିବ । ବିଦ୍ୟାକ୍ଷେତ୍ରରେ ନୀତିସମ୍ପନ୍ନ ପଢାପଢିରେ ମନଯୋଗ ଦେଇ ସଫଳହେବେ ।

୧୦-ମକର

ଧାର୍ମିକ ଅନୁଷ୍ଠାନ କାମରେ ପ୍ରଶଂସା ମିଳିବ । ଗୁରୁଜନଙ୍କ ସହାନୁଭୁତି ଉପଲବ୍ଧ ହେବ ଓ ନୀରବତା ରକ୍ଷାକରି ପରିସ୍ଥିତିକୁ ସମର୍ପଣ କରିଦେବା ଉତ୍ତମ ହେବ । ରାଜନୈତିକ କ୍ଷେତ୍ରରେ ସ୍ଥିରତା ଦେଖାଦେବ । ଭୋଗବିଳାସ ଓ ଆନନ୍ଦରେ ସମୟ କାଟିବେ । ବିଦ୍ୟାର୍ଥୀମାନେ ଆପ୍ରାଣ ଚେଷ୍ଟା କରି ପ୍ରତିଦ୍ୱନ୍ଦିତାରେ ସଫଳ ହେବେ । ପରୀକ୍ଷା ଓ ପ୍ରତିଯୋଗୀତାରେ ଆଶା ମୁତାବକ ଫଳ ପାଇବେ । ବ୍ୟବସାୟ କ୍ଷେତ୍ରରେ କାରବାର ବଢିବ ଓ ଭୁଲ୍ ବୁଝାମଣା ଦୂର ହେବା ଯୋଗେ ହିତୈଷିମାନେ ଅଧିକ ନିବିଡ ହେବା ସାଙ୍ଗକୁ ମର୍ଯ୍ୟଦାଜନକ ପରିସ୍ଥିତି ସୃଷ୍ଟି କରିବେ ।

୧୧-କୁମ୍ଭ

ମାନସିକ ଦୁଶ୍ଚିନ୍ତାଦୂରହେବ । ଋଣମୁକ୍ତିପାଇଁ ରାସ୍ତା ଦେଖାଦେବ । ଶତୃବଧା ଦୂରେଇ ଯିବ । ଆୟବୃଦ୍ଧି, କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ । ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ । ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ । ମାନ, ସମ୍ମାନ, ଯଶ, ପ୍ରତିଷ୍ଠା, ପ୍ରତିପତ୍ତି ଓ ସୁଖ ସମ୍ପଦ ପ୍ରାପ୍ତିହେବ । ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ପାରିବାରିକ କ୍ଷେତ୍ରରେ ଆଲୁଅ ଅନ୍ଧାରର ଲୁଚକାଳି ଖେଳର ଅବସାନ ହେବ । ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ଉତ୍ତୀର୍ଣ୍ଣ ହେବେ । ନୂତନ ସମ୍ପତି କ୍ରୟ କରି ପାରନ୍ତି ।

୧୨-ମୀନ

ସରକାରୀ କ୍ଷେତ୍ରରେ ଶତ୍ରୁମାନେ ମିତ୍ରବତ କାର୍ଯ୍ୟ କରିବେ । ବ୍ୟବସାୟୀ ମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଦୂରଯାତ୍ରାରେ ସଫଳ ହେବେ । ଆର୍ଥିକ ଗତିବିଧିରେ ବ୍ୟସ୍ତ ରହିବେ । ବିଦେଶୀ ବନ୍ଧୁଙ୍କ ଦ୍ଵାରା ଅଧିକ ଉପକୃତ ହେବେ । ଶିକ୍ଷାର୍ଥୀମାନେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରୀ ହୋଇ ପାରିବେ । ଫୋନ ବା ଇଣ୍ଟରନେଟ୍ ରେ ପୁରୁଣା ମିତ୍ରଙ୍କ ଠାରୁ ସୁସମ୍ବାଦ ପ୍ରାପ୍ତି ହେବ । ନୂତନ ବନ୍ଧୁ ଭେଟ ହେବେ । ବିତିଯାଇଥିବା ମାମଲାରେ ମଧ୍ୟ ସଫଳତା ମିଳିବ । କାର୍ଯ୍ୟ କ୍ଷେତ୍ରରେ ଲାଭ ଉଠେଇବେ । ରାଜନୈତିକ କ୍ଷେତ୍ରରେ ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ ।