ଇଏ ହେଉଛନ୍ତି ଦେଶର ସବୁଠୁ ଯୁବ IAS ଅଧିକାରୀ, ପିତା ଚଲାନ୍ତି ଅଟୋ ରିକ୍ସା, ଜାଣନ୍ତୁ ତାଙ୍କ ସଙ୍ଘର୍ଷର କାହାଣୀ

ପରିଶ୍ରମର କରିବାର କୌଣସି ସମୟ ସୀମା ନ ଥାଏ । ଯେଉଁମାନେ ପରିଶ୍ରମ କରିଥାନ୍ତି ସେମାନେ କୌଣସି ବି ବୟସରେ ସଫଳତା ହାସଲ କରି ପାରିବେ । ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ପରିଶ୍ରମୀ ଛାତ୍ର ବିଷୟରେ କହିବାକୁ ଯାଉଛୁ । ଆଜି ଆମେ ଏକ ଏମିତି IAS ଅଫିସର ବିଷୟରେ ଜାଣିବାକୁ ଚେଷ୍ଟା କରିବୁ ଯିଏ ନିଜର ପରିଶ୍ରମ ବଳରେ କେବଳ ୨୧ ବର୍ଷ ବୟସରେ ହିଁ IAS ପରୀକ୍ଷାକୁ ପାସ କରି ନେଲା । ତେବେ ଚାଲନ୍ତୁ ଜାଣିବା ସେହି ଯୁବ IAS ଅଫିସ ବିଷୟରେ ବିସ୍ତାର ରୂପରେ ।

ଆପଣଙ୍କୁ କହିଦେଉଛୁ କି ଅଂସାର ଅହମଦ ଶେଖ ଆମ ଦେଶର ସବୁଠୁ ଯୁବ IAS ଅଧିକାରୀ ଅଟନ୍ତି । ସେ ବର୍ଷ ୨୦୧୫ରେ UPSC ପରୀକ୍ଷା ପାସ କରିଥିଲେ । ଏହା ପରେ ମାତ୍ର ୨୧ ବର୍ଷ ବୟସରେ ହିଁ ସେ ଜଣେ IAS ଅଫିସର ହୋଇଗଲେ । ଏହା ସହିତ ଦେଶର ପ୍ରଥମ ଯୁବ IAS ଅଫିସର ଓ ୨୧ ବର୍ଷରେ ଜଣେ IAS ଅଫିସର ହୋଇଥିବା ଜଣେ ମାତ୍ର ବ୍ୟକ୍ତିତ୍ବ ହୋଇଗଲେ ।

ଆପଣମାନେ ଜାଣିଲେ ଦୁଖିତ ହେବେ କି ଅଂସାର ଅହମଦ ଶେଖଙ୍କ ପିତା ଜଣେ ଅଟୋ ଚାଳକ ଅଟନ୍ତି । ତାଙ୍କ ପିତା ଜଣେ ଅଟୋ ରିକ୍ସା ଡ୍ରାଇଭର ଅଟନ୍ତି । ସେମାନଙ୍କ ଜୀବନ ଦାରିଦ୍ର ସୀମା ରେଖା ତଳେ ହିଁ ବ୍ୟତୀତ ହୋଇଛି । କିନ୍ତୁ ତାଙ୍କର ପିତା ଦରିଦ୍ରତାକୁ କେବେ ବି ନିଜ ଜୀବନ ଉପରେ ହାବି ହେବାକୁ ଦେଇ ନାହାନ୍ତି ଓ ବହୁତ କଷ୍ଟର ସମ୍ମୁଖୀନ କରି ନିଜ ପୁଅକୁ IAS ଅଫିସର କରିଛନ୍ତି ।

ଅଂସାର ଅହମଦ ଶେଖ ଥରେ ଏକ ସଭାକୁ ସମ୍ବୋଧିତ କରି କହିଥିଲେ କି ତାଙ୍କର ପିତା ଏକ ଅଟୋ ରିକ୍ସା ଚାଳକ ଥିଲେ, ଯିଏ ପ୍ରତିଦିନ ମାତ୍ର ୧୦୦ – ୧୫୦ ଟଙ୍କା ଆୟ କରୁଥିଲେ । ଯାହା ଏକ ପରିବାର ପାଇଁ ବହୁତ କଷ୍ଟର କଥା ଅଟେ । ସେ ଆଗକୁ କହିଲେ କି ଦିନେ ଦିନେ ତାଙ୍କର ପରିବାର ରାତିର ଖାଦ୍ୟ କିମ୍ବା ସକାଳର ଖାଦ୍ୟ ବି ଯୋଗାଡ କରି ପାରୁ ନ ଥିଲେ ।

କହିବାକୁ ଗଲେ ଅଂସାର ଅହମଦ ଶେଖଙ୍କ ଭଳି ଯୁବକ ବର୍ତ୍ତମାନ ଲକ୍ଷ ଲକ୍ଷ ଯୁବକ ଓ ଯୁବତୀମାନଙ୍କ ପାଇଁ ଏକ ପ୍ରେରଣାର ସ୍ରୋତ ଅଟନ୍ତି । ଯୁବପିଢି ଏମାନଙ୍କ ଜୀବନ ଠାରୁ ଶିଖି ପାରିବେ କି ଦରିଦ୍ରତା ଓ ଧନୀ କୌଣସି ବି ଅର୍ଥ ରଖେ ନାହିଁ । ଜୀବନରେ କିଛି ବଡ କରିବା ପାଇଁ ପରିଶ୍ରମ ମହତ୍ଵ ରଖିଥାଏ ଅର୍ଥାତ ଆପଣ ନିଜ ଜୀବନରେ କେତେ ଦୂର ପର୍ଯ୍ୟନ୍ତ ପରିଶ୍ରମ କରୁଛନ୍ତି । କଠିନ ପରିଶ୍ରମ ଦ୍ଵାରା ମନୁଷ୍ୟ ନିଜ ଜୀବନରେ କିଛି ବି ହାସଲ କରି ପାରିବ । ଆଶାକରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।