ପୁରା ଦେଶରେ 2 ସପ୍ତାହ ପାଇଁ ବଢିଲା ଲକଡାଉନ, ଜାଣନ୍ତୁ ଏହାକୁ ନେଇ କଣ ନିର୍ଦେଶ ଜାରି କଲେ କେନ୍ଦ୍ର ସରକାର

ଦେଶରେ କରୋନା ପରିସ୍ଥିତିକୁ କଣ୍ଟ୍ରୋଲ କରିବା ପାଇଁ ସାରା ଦେଶରେ 3 ମେ ପର୍ଯ୍ୟନ୍ତ ଲକଡାଉନ ଜାରି ଥିଲା । ଲକଡାଉନ ର ଅବଧି ବିଷୟରେ ସମସ୍ତେ ଜାଣିବା ପାଇଁ ଉତ୍ସାହିତ ଥିବାବେଳେ କାଲି କେନ୍ଦ୍ର ସରକାର ଏହା ଉପରେ ଏକ ବଡ ନିଷ୍ପତ୍ତି ନେଇଥିଲେ । କାଲି କେନ୍ଦ୍ର ସରକାର କରୋନା ସଂକ୍ରମଣ ମାମଲାକୁ ନଜରରେ ରଖି ସମସ୍ତ ଦେଶକୁ ୩ ଟି ଜୋନରେ ବିଭକ୍ତ କରିଥିଲେ । ଯେଉଁଠି କରୋନା ସଂକ୍ରମଣ ମାମଲା ଅଧିକ ତାହାକୁ ରେଡ ଜୋନରେ ରଖା ଯାଇଥିଲା ଓ ଯେଉଁଠି ମାମଲା କମ ଅଛି ତାହାକୁ ଅରେଞ୍ଜ ଜୋନ ରେ ରଖାଯାଇଥିଲା ଓ ବାକିଙ୍କୁ ଗ୍ରୀନ ଜୋନ ରେ ।

ରାଜ୍ୟର ୩ ଟି ଜିଲ୍ଲା ବାଲେଶ୍ଵର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ରେଡ ଜୋନ ରେ ରଖାଯାଇଥିଲା ଓ ରାଜ୍ୟର ୬ ଟି ଜିଲ୍ଲାକୁ ଅରେଞ୍ଜ ଜୋନ ରେ ରଖାଯାଇଥିଲା । ଏଥି ସହିତ ଅରେଞ୍ଜ ଓ ଗ୍ରୀନ ଜୋନ ରେ କିଛି କଟକଣା ଉପରେ କୋହଳ ଦିଆଯାଇଛି । ଏଥି ସହିତ ବର୍ତ୍ତମାନ ପୁଣି ଏକ ବଡ ଖବର ଆସିଛି । କେନ୍ଦ୍ର ମନ୍ତ୍ରାଳୟ ସୁଚାନ ଦେଇଛି କି ଲକଡାଉନ ର ଅବଧିକୁ ପୁଣି ୨ ସପ୍ତାହ ପାଇଁ ବୃଦ୍ଧି କରା ଯାଇଛି । ଏହି ଲକଡାଉନ ଅବଧିକୁ ୧୭ ମେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଏହା ସହିତ କେନ୍ଦ୍ର ସରକାର କିଛି ଗାଇଡ ଲାଇନ ମଧ୍ୟ ଜାରି କରିଛନ୍ତି । ଲକଡାଉନ ଅବଧିରେ ରେଳ, ମେଟ୍ରୋ ସେବା ବନ୍ଦ ରହିବ । ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ପୂର୍ବ ନିୟମ ବଳବତ୍ତର ରହିବ । ଗ୍ରୀନ ଓ ଅରେଞ୍ଜ ଜୋନ ରେ ସକାଳ ୭ ଟା ରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ଏଥି ସହିତ ରେଡ ଓ ଅରେଞ୍ଜ ଜୋନରେ କିଛି କଟକଣା ଜାରି ରହିବ ।

ସଡକ ପଥରେ ଅନ୍ତଃରାଜ୍ୟ ଯାତାୟତ ବନ୍ଦ ରହିବ । ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଙ୍ଗ ସେଣ୍ଟର ବନ୍ଦ ରହିବ । ହୋଟେଲ, ରେଷ୍ଟୁରାଣ୍ଟ ସିନେମା ହଲ ବନ୍ଦ ରହିବ । ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଓ ବହୁତ ଲୋକ ଏକତ୍ରିତ ହେବା ଉପରେ କଟକଣା ଜାରି କରାଯାଇଛି । ସାମାଜିକ, ରାଜନୈତିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗୁ କରାଯାଇଛି । ଧାର୍ମିକ ଅନୁଷ୍ଠାନରେ ଲୋକଙ୍କ ଦ୍ଵାରା ପୂଜାର୍ଚ୍ଚନା ଉପରେ କଟକଣା ଜାରି କାରାଯାଇଛି ।

କଣ୍ଟେନମେଣ୍ଟ ଜୋନରେ ମେଡିକାଲ ଓପିଡ଼ି ଖୋଲିବ ନାହିଁ । ରେଡ ଜୋନରେ ଟ୍ୟାକ୍ସି ଅଟୋ ଚାଲିବ ନାହିଁ । ରେଡ ଜୋନରେ ବାଇକ ରେ କେବଳ ଜଣେ ହିଁ ଯାଇ ପାରିବ । ଗ୍ରୀନ ଓ ଅରେଞ୍ଜ ଜୋନରେ କିଛି କଟକଣାକୁ କୋହଳ କରାଯାଇଛି । ଗ୍ରୀନ ଜୋନରେ ବସ ଚାଲିବାକୁ ନେଇ ଅନୁମତି ମିଳିଛି କିନ୍ତୁ ବସ କେବଳ ୫୦% ଯାତ୍ରୀଙ୍କୁ ହିଁ ନେଇ ଚାଲି ପାରିବ । ସମସ୍ତଙ୍କୁ ଜଣାଇବା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।