ବିଲେଇ ନିଜ ରୋଗିଣା ଛୁଆକୁ ନେଇ ପହଞ୍ଚିଲା ହସ୍ପିଟାଲରେ, ପୁରା ଘଟଣା ଜାଣିଲେ ଆଖିରେ ଲୁହ ଆସିଯିବ

ଏହି ଦୁନିଆରେ ପ୍ରାୟତଃ ଲୋକମାନେ ନିଜର ଖୁସି ପାଇଁ କିଛି ଜୀବଜନ୍ତୁ ପାଳିଥାନ୍ତି । କିନ୍ତୁ କେତେକ ଲୋକମାନେ କେବଳ କୁକୁର ହିଁ ପାଳନ କରିଥାନ୍ତି । କାରଣ କୁକୁର ଘରର ଚୋର ଠାରୁ ରକ୍ଷା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଏହା ଛଡା ଅନ୍ୟ କେତେକ ଲୋକମାନେ ଅନ୍ୟ କିଛି ଜୀବଜନ୍ତୁଙ୍କୁ ପାଳନ କରିଥାନ୍ତି । କହିବାକୁ ଗଲେ ଯଦି ପାଳିତ ଜୀବଜନ୍ତୁ ମଧ୍ୟରେ ସାମିଲ ଥିବା ବିଲେଇ ବିଷୟରେ କଥାବାର୍ତ୍ତା କରିବା ତେବେ ବିଲେଇକୁ ବହୁତ କମ ଲୋକମାନେ ନିଜ ଘରେ ପାଳନ କରିଥାନ୍ତି ।

ଅର୍ଥାତ ବିଲେଇ ସମସ୍ତଙ୍କ ପସନ୍ଦିତା ପାଲତୁ ପଶୁ ହୋଇ ନ ଥାଏ । କାରଣ ଲୋକମାନଙ୍କୁ ଲାଗିଥାଏ କି ବିଲେଇ କୁକୁରଙ୍କ ଭଳି ଦେଖାଶୁଣା କରି ନ ଥାନ୍ତି । ଏମିତିରେ ସେମାନେ ବି କୌଣସି ବି କାର୍ଯ୍ୟର ନୁହନ୍ତି । କିନ୍ତୁ ଏମିତି ବି କେତେକ ଲୋକ ଅଛନ୍ତି ଯେଉଁମାନେ ବିଲେଇକୁ ନିଜ ଘରେ ରଖି ତାକୁ ନିଜ ଘରର ଏକ ସଦସ୍ୟ ଭଳି ବ୍ୟବହାର କରନ୍ତି । କହିବାକୁ ଗଲେ ଆଜି ଆମେ ଆପଣଙ୍କ ପାଇଁ ଏକ ବିଲେଇର ମମତାର କିଛି ଫଟୋ ନେଇ ଆସିଛୁ ।

କହିବାକୁ ଗଲେ ବର୍ତ୍ତମାନ ସମୟରେ Istanbulର ଏକ ହସ୍ପିଟାଲରେ ଥିବା ଏକ ବିଲେଇ ଓ ବିଲେଇ ଛୁଆର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଘଟଣାରେ ସବୁଠୁ ଆଶ୍ଚର୍ଯ୍ୟ କଥା ଏହା ଅଟେ କି ବିଲେଇ ନିଜେ ସେହ ବିଲେଇ ଛୁଆକୁ ହସ୍ପିଟାଲ ଭିତରକୁ ନେଇ ଆସିଛି । କୁହାଯାଉଛି କି ବିଲେଇ ନିଜର ପିଲାର ଚିକିତ୍ସା କରିବା ପାଇଁ ନିଜ ଛୁଆକୁ ହସ୍ପିଟାଲକୁ ନେଇ ଆସିଛି ।

କହିବାକୁ ଗଲେ ଏହି ଫଟୋକୁ Merve Özcan ନାମକ ଏକ ଟ୍ୱିଟର ୟୁଜର ଶେୟାର କରିଛି । ଆପଣ ଫଟୋରେ ଦେଖି ପାରିବେ କି ଗୋଟିଏ ବିଲେଇ ତାହାର ଛୁଆକୁ ହସ୍ପିଟାଲ ଭିତରକୁ ନେଇ ଆସୁଛି । ଏହା ପରେ ସଙ୍ଗେ ସଙ୍ଗେ ମେଡିକାଲ ସ୍ଟାଫ ସେହି ବିଲେଇ ଓ ତାହାର ଛୁଆ ଚାରିପଟେ ଘେରିଗଲେ ଓ ବିଲେଇ ଛୁଆକୁ ବଞ୍ଚାଇବା ପାଇଁ ତାହା ପାଖକୁ ଗଲେ । ଆପଣଙ୍କୁ କହିଦେଉଛୁ କି Istanbul Turkey ଦେଶର ଏକ ସହର ଅଟେ ଓ ଏହି ଦେଶରେ ଲୋକମାନେ ରାସ୍ତାରେ ବୁଲୁଥିବା ଜୀବଜନ୍ତୁଙ୍କ ପ୍ରତି ଦୟାଳୁ ଓ ପ୍ରେମ ଭାବନା ରଖିଥାନ୍ତି ।

କହିବାକୁ ଗଲେ Merve Özcan ନାମକ ଟ୍ୱିଟର ୟୁଜର ଏହାକୁ ଶେୟାର କରି ଲେଖିଲେ କି, ଆଜି ଆମେ ହସ୍ପିଟାଲରେ ଆପାତକାଳୀନ କକ୍ଷରେ ଥିଲୁ, ସେହି ସମୟରେ ଗୋଟିଏ ବିଲେଇ ନିଜ ଛୁଆକୁ ନେଇ ହସ୍ପିଟାଲକୁ ଦଉଡି ଆସିଲା ।‘ Turkeyର ମିଡିଆ ଅନୁସାରେ, ସଙ୍ଗେ ସଙ୍ଗେ ମେଡିକାଲ ସ୍ଟାଫ ସେହି ବିଲେଇ ଛୁଆର ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପାଇଁ ତାହାର ଯାଞ୍ଚ ଜରିଲେ ।

କିନ୍ତୁ ଏହି ସବୁ ମଧ୍ୟରେ ବିଲେଇ ଗୋଟିଏ ମୂହୁର୍ତ୍ତ ପାଇଁ ବି ନିଜ ଛୁଆକୁ ନିଜ ଦ୍ରୁଷ୍ଟିରୁ ଅଲଗା କରି ନ ଥିଲା । ଯେତେବେଳେ କି ବିଲେଇ ଛୁଆର ଦେଖାଶୁଣା କରାଯାଉଛି ଓ ତାକୁ ଆରାମ ସହିତ ଭୋଜନ କରିବା ପାଇଁ ମା ଦ୍ଵାରା କ୍ଷୀର ଦିଆ ଯାଉଛି । ଏହା ପରେ ହସ୍ପିଟାଲ ଦ୍ଵାରା କୁହାଗଲା କି ବିଲେଇ ଓ ବିଲେଇ ଛୁଆ ଦୁଇ ଜଣ ହିଁ ବର୍ତ୍ତମାନ ସୁସ୍ଥ ଅଛନ୍ତି ।

କିନ୍ତୁ ଏହା ସତ୍ତ୍ୱେ ବି ସେମାନଙ୍କୁ ପଶୁ ଚିକିତ୍ସକଙ୍କ ପାଖକୁ ନିଆ ଯାଇଛି ଯାହା ଦ୍ଵାରା ଏହା ସୁନିଶ୍ଚିତ ହୋଇଯିବ କି ସେମାନେ ସୁସ୍ଥ ଅଛନ୍ତି ନା ନାହିଁ । କହିବାକୁ ଗଲେ ବିଲେଇ ହେଉ କିମ୍ବା ମନୁଷ୍ୟ ଯଦି ନିଜର ସନ୍ତାନ ଉପରକୁ କଷ୍ଟ ଆସିଥାଏ, ତେବେ ସେମାନେ କିଛି ବି କରିବା ପାଇଁ ପ୍ରସ୍ତୁତ ଥାନ୍ତି ଓ ସେମାନେ ନିଜର ସନ୍ତାନକୁ ସୁସ୍ଥ କରିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।