ପ୍ରଥମ ଥର ପାଇଁ ଦେଖନ୍ତୁ ଭାରତର ଲୋକପ୍ରିୟ ରାଜନେତା ମାନଙ୍କ ସ୍ତ୍ରୀଙ୍କୁ…ଆଗରୁ କେବେ ବି ଦେଖିନଥିବେ

ଆଜି ଆମେ ଆମ ଦେଶର କିଛି ବରିଷ୍ଠ ନେତାଙ୍କ ବ୍ୟକ୍ତିଗତ ଏବଂ ପାରିବାରିକ ଜୀବନ ବିଷୟରେ ଜାଣିବା । ସେମାନଙ୍କର ସ୍ତ୍ରୀ କିଏ ଏବଂ କାହାର କେତୋଟି ପିଲାଛୁଆ ଅଛନ୍ତି ସେହି ବିଷୟରେ ବିସ୍ତୃତ ଭାବେ ଜାଣିବା । ଦେଖିବାକୁ ଗଲେ ରାଜନେତା ମାନେ ନିଜ ପରିବାର ସଦସ୍ୟଙ୍କୁ ଗୁପ୍ତରେ ରଖିଥାନ୍ତି । କାରଣ ଯଦି ତାଙ୍କ ଉପରେ ଅବା ତାଙ୍କ ପରିବାର ଉପରେ କେହି ଯଦି ଟାର୍ଗେଟ ରଖି କିଛି କରେ ତେବେ ପୁରା ଦେଶ ଉପରେ ଏହାର ପ୍ରଭାବ ପଡିପାରେ ଓ ସଙ୍କଟ ଆସିପାରେ ।

ଆପଣ ଜାଣିଛନ୍ତି କି, ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ମାତ୍ର ୧୮ ବର୍ଷର ହୋଇଥିଲେ ତାଙ୍କର ବିବାହ କରି ଦିଆ ଯାଇଥିଲା । ଯଶୋଦା ବେନ୍ ନାମକ ଜଣେ ଯୁବତୀଙ୍କ ସହ ତାଙ୍କର ବିବାହ ହୋଇଥିଲା । ସେହି ସମୟରେ ଯଶୋଦା ବେନ୍ ଙ୍କ ବୟସ ୧୩ ବର୍ଷ ହୋଇଥିବା ବେଳେ ନରେନ୍ଦ୍ର ମୋଦିଙ୍କୁ ମାତ୍ର ୧୮ ବର୍ଷ ବୟସ ହୋଇଥିଲା । ମୋଦି ୨୫ ବର୍ଷ ଯାଏଁ ନିଜ ସ୍ତ୍ରୀଙ୍କ ସହ ରହିଥିଲେ । କିନ୍ତୁ ଏହାପରେ ସେ ସନ୍ନ୍ୟାସୀ ରୂପ ନେଇ ହିମାଳୟକୁ ପଳାଇଥିଲେ । ଏହାପରେ ରାଜନୀତିରେ ପ୍ରବେଶ କରିଥିଲେ ।

ହେଲେ ସେ କେବେବି ତାଙ୍କ ସ୍ତ୍ରୀଙ୍କ ପାଖକୁ ଫେରି ଯାଇ ନାହାନ୍ତି । ସେ କେବେବି ନିଜ ସ୍ତ୍ରୀଙ୍କ ନାମ ପବ୍ଲିକରେ ନେଇ ନାହାନ୍ତି କି ସ୍ତ୍ରୀ ଅଛନ୍ତି ବୋଲି କାହାକୁ କେବେ କହିନାହାନ୍ତି । ସେହିପରି ଆମ ଦେଶର ଅମିତ ଶାହାଙ୍କ ସ୍ତ୍ରୀଙ୍କ ନାମ ହେଉଛି ସୋନଲ ଶାହା । କିଛି ଅବସରରେ ସୋନାଲ ଶାହାଙ୍କୁ ଅମିତ ଶାହାଙ୍କ ସହ ଦେଖିବାକୁ ମିଳିଛି । ଅମିତ ଶାହାଙ୍କର ଜଣେ ପୁତ୍ର ମଧ୍ୟ ଅଛନ୍ତି । ଯାହାଙ୍କ ନାମ ହେଉଛି ଜୟ ଶାହା ଏବଂ ସେ ଜଣେ ବିଜନେସମ୍ୟାନ । ଅମିତ ଶାହାଙ୍କ ବାହାଘର ସମୟର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳେ ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ନେତା ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀଙ୍କ ନାମ ହେଉଛି ସୁନିତା କେଜ୍ରିୱାଲ । ଅରବିନ୍ଦ କେଜ୍ରିୱାଲ ରାଜନୀତିରେ ଆସିବା ଆଗରୁ ଜଣେ IRS ଅଧିକାରୀ ଥିଲେ । ସେହି ସମୟରେ ସୁନିତା କେଜ୍ରିୱାଲଙ୍କୁ ସେ ପ୍ରେମ ବିବାହ କରିଥିଲେ । ଅରବିନ୍ଦ କେଜ୍ରିୱାଲଅଙ୍କ ପୁଅର ନାମ ହେଉଛି ପୁଲକିତ କେଜ୍ରିୱାଲ ଓ ଝିଅର ନାମ ହେଉଛି ହର୍ଷିତା କେଜ୍ରିୱାଲ ।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ପତ୍ନୀଙ୍କ ନାମ ହେଉଛି ରାବଡୀ ଦେବୀ । ତାଙ୍କର ୯ଟି ସନ୍ତାନ ଅଛନ୍ତି । ସେମାନଙ୍କ ମଧ୍ୟରୁ ଏବେ ୪ଟି ଝିଅ ଓ ତିନୋଟି ପୁଅ ଅଛନ୍ତି । ତେବେ ଏକ ଦୁର୍ନୀତି ମାମଲାରେ ଲାଲୁପ୍ରସାଦ ଯାଦବ ଏବେ ଜେଲ୍ ରେ ଅଛନ୍ତି । ଆମ ଦେଶ ଭାରତର ପୂର୍ବତନ ତଥା ୧୪ତମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀଙ୍କ ନାମ ହେଉଛି ସବିତା କୋବିନ୍ଦ । ତାଙ୍କ ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି, ଯିଏକି ଜଣେ ଏୟାର ହୋଷ୍ଟେସ ।

ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଦିଲ୍ଲୀର ଜଣେ ବିଜନେସମ୍ୟାନ ରୋବର୍ଟ ଭଦ୍ରାଙ୍କୁ ବିବାହ କରିଛନ୍ତି ଓ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ରାହୁଲ ଗାନ୍ଧୀ କିନ୍ତୁ ଏପର୍ଯ୍ୟନ୍ତ ଅବିବାହିତ ଅଟନ୍ତି । ରାହୁଲ ଓ ପ୍ରିୟଙ୍କା ଦୁହେଁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସନ୍ତାନ ।

ଆମ ରାଜ୍ୟ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପର୍ଯ୍ୟନ୍ତ ନିଜ ପରିବାରର କୌଣସି ସଦସ୍ୟଙ୍କୁ ମଧ୍ୟ ପବ୍ଲିକରେ ଆଣି ନାହାନ୍ତି । ସେ ଯେହେତୁ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଜଣେ ପାୱାରଫୁଲ୍ ବ୍ୟକ୍ତି । ସେଥିପାଉନ ସୁରକ୍ଷା ଦୃଷ୍ଟିରୁ ହୁଏତ ସେ କେବେ ହେଲେ ପରିବାର ସଦସ୍ୟଙ୍କୁ ଲୋକଲୋଚନକୁ ଆଣି ନାହାନ୍ତି । ତେବେ ନବୀନ ପଟ୍ଟନାୟକଙ୍କ ଭାଇ ଓ ତାଙ୍କ ପରିବାର ଦିଲ୍ଲୀରେ ରହୁଥିବା ନେଇ ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।