Home Remedy for Cough: ଦିନକୁ କେବଳ 2 ଥର ଏହାକୁ ପିଅନ୍ତୁ, ଛାତି ଓ ଗଳାରେ ଜମିଥିବା କଫ ଘିଅ ଭଳି ତରଳି ବାହାରିଯିବ

ଥଣ୍ଡା, ଆଲର୍ଜି ଓ ଋତୁ ପରିବର୍ତ୍ତନ କାରଣରୁ ଆମ ଛାତିରେ କଫ ଜମିଥାଏ । ଛାତିରେ କଫ ଜମି ରହିବା ଦ୍ଵାରା ଆମେ ବାରମ୍ବାର ରୋଗରେ ପଡିଥାଉ । ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଛାତିରୁ କଫ ସଂପୂର୍ଣ୍ଣ ଭାବେ ବାହାରି ଯାଉ ଓ କେବେବି କଫ ନ ଜମୁ ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଚମତ୍କାରୀ ଘରୋଇ ଉପାୟ ନେଇ ଆସିଛୁ। ଯାହା କେବଳ ତିନିଦିନ ପ୍ରୟୋଗ କରିବା ଦ୍ଵାରା ଆପଣଙ୍କ ଛାତିରେ ଜମିଥିବା କଫ ଏକାଥରେ ସଫା ହୋଇଯିବ ।

ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଏକ ପାତ୍ରରେ ମାତ୍ର ଦୁଇ କପ୍ ପାଣି ନିଅନ୍ତୁ ଓ ଏହାକୁ ଗରମ କରନ୍ତୁ । ଏହାପରେ ଆପଣ ଅଧାରୁ ଏକ ଇଞ୍ଚ ଲମ୍ବର ଏକ ଅଦାକୁ ଭଲଭାବେ ଛୋଟ ଛୋଟ ଖଣ୍ଡ କରି କାଟି କିମ୍ବା ଛେଚି କରି ଏଥିରେ ପକାନ୍ତୁ । ଏହାପରେ ଆପଣ ଏଥିରେ ୪-୫ଟି ତୁଳସୀ ପତ୍ରକୁ ଭଳଭାବେ ଧୋଇ ସେଥିରେ ପକାନ୍ତୁ ।

ଏହାସସହ ଗୋଟିଏ ତେଜପତ୍ରକୁ ମଧ୍ୟ ସେଥିରେ ଖଣ୍ଡ ଖଣ୍ଡ କରି ପକାନ୍ତୁ । ଏହାପରେ ଗୋଟିଏ ଲବଙ୍ଗ ମଧ୍ୟ ସେଥିରେ ପକାନ୍ତୁ । ଧ୍ୟାନ ଦେବେ ଯେପରି ଲବଙ୍ଗର ଫୁଲ ଥିବ । ଏହାପରେ ସେହି ମିଶ୍ରଣରେ ଆପଣ ମାତ୍ର ଦୁଇଟି ଗୋଲମରିଚ ପକାନ୍ତୁ । ଯଦି ଆପଣଙ୍କୁ ଥଣ୍ଡା କାଶ ହୋଇଛି ତେବେ ମଧ୍ୟ ଆପଣ ଏହାକୁ ବ୍ୟବହାର କରିପାରିବେ ।

ଯେଉଁ ସାମଗ୍ରୀ ଯେତିକି ମାତ୍ରାରେ ଆମେ କହିଲୁ ସେତିକି ପରିମାଣର ହିଁ ଆପଣ ଏଥିରେ ବ୍ୟବହାର କରନ୍ତୁ । ବର୍ଷାଦିନେ ଏହି ଡ୍ରିଙ୍କ ଆପଣଙ୍କ ଇମ୍ୟୁନିଟି ବୃଦ୍ଧି କରିବା ସହ ଆହୁରି ଅନେକ ପ୍ରକାରରେ ମଧ୍ୟ ଲାଭଦାୟକ ହୋଇଥାଏ । ସମସ୍ତ ସାମଗ୍ରୀ ପକାଇ ସାରିବା ପରେ ଆପଣ ଲୋ ଫେମ୍ ରେ ଏହାକୁ ଫୁଟିବାକୁ ଛାଡି ଦିଅନ୍ତୁ ।

ଦୁଇ କପ୍ ପାଣି ଫୁଟି ଫୁଟି ଏକ କପ୍ ହେବା ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ । ଏହାପରେ ଆପଣ ତୁରନ୍ତ ଏହି ପାନୀୟକୁ ଗୋଟିଏ କପ୍ କୁ ଛାଣି ନିଅନ୍ତୁ । ଅଳ୍ପ ଉଷୁମ ଥିବା ବେଳେ ଆପଣ ଏହି ରିମେଡିକୁ ସେବନ କରିବେ । ତେବେ ସେବନ କରିବା ପୂର୍ବରୁ ଆପଣ ଏହାକୁ ଅଳ୍ପ ମିଠା କରିବା ପାଇଁ ଏକ ଚାମୁଚ ମହୁ ମିଶାନ୍ତୁ । ଆପଣ ଚାହିଁଲେ ଗୁଡ ମଧ୍ୟ ପ୍ରୟୋଗ କରିବେ ।

ଆପଣ ସକାଳେ ଚାହା ବଦଳରେ ଏହି ପାନୀୟକୁ ସେବନ କରନ୍ତୁ । ପ୍ରଥମ ଥର ସେବନରେ ହିଁ ବହୁତ ଫାଇଦା ଆପଣଙ୍କୁ ମିଳିବ । ସେହିପରି ସନ୍ଧ୍ୟା ସମୟରେ ମଧ୍ୟ ଏହାକୁ ସେବନ କରନ୍ତୁ । ତିନିଦିନ ପର୍ଯ୍ୟନ୍ତ ଦିନକୁ ଦୁଇଥର ଏହା ସେବନ କରନ୍ତୁ ଦେଖିବେ ଆପଣଙ୍କ କଫ ଘିଅ ଭଳି ତରଳି ବାହାରିଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।