କୁମ୍ଭ ରାଶି (Aquarius) ସେପ୍ଟେମ୍ବର 2022 ମାସିକ ରାଶିଫଳ, ମାସଟି ଆପଣଙ୍କୁ କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କ ଜୀବନ ଗ୍ରହ ମାନଙ୍କର ଚଳନ ଓ ସ୍ଥିତି ଉପରେ ନିର୍ଭରଶୀଳ । ଏହା ଆମ ଜୀବନରେ କେବେ ସୁଖ ନେଇ ଆସେ ତ ଆଉ କେବେ ଦୁଃଖ ନେଇ ଆସେ । ଏହା ଯୋଗୁଁ ମଣିଷ ଜୀବନରେ ନିରନ୍ତର ପରିବର୍ତ୍ତନ ଲାଗି ରହିଥାଏ । ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଆଧାର କରି ଆଜି ଆମେ ଜାଣିବା ୨୦୨୨ ସେପ୍ଟେମ୍ବର ମାସର କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ରାଶିଫଳ ଓ ଅଶୁଭ ଗ୍ରହଙ୍କ ଅଶୁଭ ପ୍ରଭାବ ଖଣ୍ଡନର ଯଥୋଚିତ ପ୍ରତିକାର ।

ଦେଖିବାକୁ ଗଲେ ୨୦୨୨ ମସିହା ସେପ୍ଟେମ୍ବର ମାସଟି କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ । ଆପଣ ନିଜ କାର୍ଯ୍ୟ କ୍ଷେତ୍ରରେ ସୁସଙ୍ଗତା ହାସଲ କରିବେ । ଜମି, ସମ୍ପତ୍ତି ଓ ଯାନ ସମ୍ବନ୍ଧୀୟ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହି ସମୟ ଅଧିକ ସର୍ବୋତ୍ତମ ଅଟେ । ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ ମଧ୍ୟ ଆପଣଙ୍କ ପାଇଁ ଅନୁକୂଳ ସୁଯୋଗ ସୃଷ୍ଟି ହୋଇପାରେ । ଶିକ୍ଷା କ୍ଷେତ୍ରରେ ମଧ୍ୟ ଛାତ୍ର ଛାତ୍ରୀମାନଙ୍କ ପାଇଁ ଜୀବନରେ ବହୁତ ଉନ୍ନତି ହେବାକୁ ଯାଉଛି ।

ବିଶେଷ କରି ଡାକ୍ତରୀ ଓ ଅନୁସନ୍ଧାନ ସହ ଜଡିତ ଛାତ୍ର ଛାତ୍ରୀମାନେ ବହୁତ ଭଲ ସଫଳତା ପାଇବେ । କଳା, କ୍ରୀଡା ଏବଂ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ବିଦ୍ୟାର୍ଥୀମାନେ ଭଲ ସୁଯୋଗ ପାଇବେ । ସେହିପରି କୁମ୍ଭ ରାଶିର ଲୋକଙ୍କ ପାଇଁ ଆର୍ଥିକ ସ୍ଥିତି ଦୃଷ୍ଟିରୁ ଟଙ୍କା ସମ୍ବନ୍ଧୀୟ ପ୍ରସଙ୍ଗରେ ଭଲ ଫଳାଫଳ ମିଳିବାକୁ ଯାଉଛି ।

ହଠାତ ଆପଣଙ୍କୁ କିଛି ବଡ ଲାଭ ପ୍ରାପ୍ତି ହୋଇପାରେ ଓ ପରିବାରରୁ ମଧ୍ୟ ଆପଣ ଧନ ସମ୍ବନ୍ଧୀୟ କିଛି ଲାଭ ପାଇବାର ଯୋଗ ରହିଛି । ଆପଣଙ୍କ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖି ଅର୍ଥକୁ ବଡ ପରିମାଣରେ ସଞ୍ଚୟ କରିବାରେ ଆପଣ ସକ୍ଷମ ହେବେ । ଏହି ସମୟରେ କିଛି ଆର୍ଥିକ ସମସ୍ଯା ମଧ୍ୟ ଆପଣଙ୍କ ପାଖକୁ ଆସିପାରେ । ପୂର୍ବରୁ ସଞ୍ଚିତ କରିଥିବା ଅର୍ଥ ଏଥିରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ସାହାଯ୍ୟ କରିବ । ପାରିବାରିକ ଜୀବନ ମଧ୍ୟ ଭଲ ରହିବ ଓ ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ସମାପନ ହେବ ।

ପରିବାରରେ କିଛି ବିବାଦ ମଧ୍ୟ ଉପୁଜିପାରେ । ଏଭଳି ପରିସ୍ଥିତିରେ ନିଜକୁ ଶାନ୍ତ ରଖି ପ୍ରେମର ସହ ସବୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ପ୍ରେମ ଜୀବନରେ ମଧ୍ୟ କିଛି ଦ୍ଵନ୍ଦ ଆସିପାରେ, କିନ୍ତୁ ଆପଣ ପରସ୍ପରକୁ ବୁଝିବାକୁ ଚେଷ୍ଟା କରନ୍ତୁ । ପ୍ରକୃତିରେ କ୍ତ୍ରୋଧ ବୃଦ୍ଧି ହୋଇପାରେ ସେଥିପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ।

ଦାମ୍ପତ୍ୟ ଜୀବନରେ ମଧ୍ୟ ଅସନ୍ତୋଷ ଦେଖା ଦେଇପାରେ । ଏଭଳି ସ୍ଥିତିରେ କ୍ରୋଧ ଉପରେ ନିୟନ୍ତ୍ରଣ ରଖି ଧୈର୍ଯ୍ୟର ସହ କାମ କରନ୍ତୁ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ମାସଟି ସାମାନ୍ଯ ଯନ୍ତ୍ରଣାଦାୟକ ରହିପାରେ, ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଏକ ତମ୍ବା ପାତ୍ରରେ ପ୍ରତ୍ଯେକ ରବିବାର ଦିନ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ ଓ ତାଙ୍କ ମନ୍ତ୍ର ଜପ କରନ୍ତୁ ।

ପ୍ରତ୍ଯେକ ଶନିବାର ଦିନ ଜଳରେ କଳା ରାଶିର ତେଲ ମିଶାଇ ସ୍ନାନ କରନ୍ତୁ । ଏହାସହ ଗୋମାତାଙ୍କ ସେବା କରି ନିୟମିତ ଭାବେ ତାଙ୍କୁ ସବୁଜ ଚାରା ଖାଇବାକୁ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।