ପୁରା ଦେଶରେ ଲାଗୁ ହୋଇ ଯାଇଛି ଏହି ୭ଟି ବଡ ନିୟମ, ଜାଣନ୍ତୁ କେମିତି ଆପଣଙ୍କର ପକେଟ ପ୍ରଭାବିତ ହେବାର ଅଛି !

ଯେବେଠୁ ମୋଦୀ ସରକାର ସତ୍ତାରେ ଆସିଛି ସେବେଠୁ ଗୋଟିଏ ପରେ ଗୋଟିଏ ନୂଆ ଆଇନ ପ୍ରସ୍ତୁତ ହୋଇଛି ଓ ଏହି ଆଇନ କାହାକୁ ପସନ୍ଦ ହେଉ କିମ୍ବା ନ ହେଉ କିନ୍ତୁ ସମସ୍ତେ ଏହାକୁ ଆପଣାଇବାକୁ ବାଧ୍ୟ । ବର୍ତ୍ତମାନ ଦେଶରେ ୧ ଅକ୍ଟୋବର ରେ କିଛି ନୂଆ ନିୟମ ଆସିଥିଲା ଓ ପୁରା ଦେଶରେ ଏହା ଲାଗୁବି ହୋଇ ଯାଇଛି ଏହି ୮ଟି ବଡ ନିୟମ, ଯାହା ଆପଣଙ୍କୁ ନିଶ୍ଚିତ ଜାଣିବା ଉଚିତ ।

ପୁରା ଦେଶରେ ଲାଗୁ ହୋଇ ଯାଇଛି ଏହି ୮ଟି ବଡ ନିୟମ

୧ ଅକ୍ଟୋବର ମାନେ ମଙ୍ଗଳବାର ଦିନ ଦେଶସାରା ବହୁତ ବଡ ବଡ ନିୟମ ବଦଳି ଯାଇଛି ଓ ଏହା ଦ୍ଵାରା ଦେଶର ଅର୍ଥବ୍ୟବସ୍ଥା ସହିତ ଆପଣଙ୍କର ପକେଟ ବି ପ୍ରଭାବିତ ହୋଇପାରେ ।

SBIରେ ଆସିଲା ଏହି ଚେଞ୍ଜେସ

ଏସବିଆଇ ୧ ଅକ୍ଟୋବରରେ ନିର୍ଧାରିତ ମାସିକିଆ ଆଭରେଜ ବ୍ୟାଲାନ୍ସକୁ ନ ରଖିବା ଉପରେ ଥିବା ଫାଇନରେ ୮୦% କମ କରି ଦେଇଛି । କିନ୍ତୁ ଯଦି ଆପଣ ମେଟ୍ରୋ ସିଟୀରେ ରହୁଛନ୍ତି ତେବେ ଆପଣ ତିନି ହଜାର ଟଙ୍କା ରଖିବାକୁ ବାଧ୍ୟ ଅଟନ୍ତି ।

ପେଟ୍ରୋଲ – ଡିଜେଲ ଉପରେ ମିଳିବ ନାହିଁ କ୍ୟାଶବ୍ୟାକ

ଦେଶର ସବୁଠୁ ବଡ ସରକାରୀ ବ୍ୟାଙ୍କ ସ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର କ୍ରେଡିଟ କାର୍ଡ ଦ୍ଵାରା ପେଟ୍ରୋଲ ଓ ଡିଜେଲ ର କ୍ରୟ ଉପରେ ବର୍ତ୍ତମାନ ଆପଣଙ୍କୁ କ୍ୟାଶବ୍ୟାକ ମିଳିବ ନାହିଁ । ୧ ଅକ୍ଟୋବର ରୁ ଏହା ବନ୍ଦ ହୋଇ ଯାଇଛି ଓ ଏହାର ସୂଚନା ଏସବିଆଇ ନିଜ ଗ୍ରାହକମାନଙ୍କୁ ମେସେଜ ଜରିଆରେ କରିଦେଇଛି ।

କର୍ମଚାରୀମାନଙ୍କ ପାଇଁ ବଡ ନିଷ୍ପତି

ନୂଆ ନିୟମ ଅନୁସାରେ କୌଣସି କର୍ମଚାରୀର ଚାକିରି ସାତ ବର୍ଷ ପୁରା ହେବା ପରେ ଯଦି ମୁର୍ତ୍ୟୁ ହୋଇଯିବ ତେବେ ତା’ ଉପରେ ଆଶ୍ରିତ ଥିବା ଲୋକମାନଙ୍କୁ ବଢିଥିବା ପେନସନର ଲାଭ ମିଳିବ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସ୍ଥିତିରେ ଶେଷ ଦରମାର ୫୦ % ହିସାବରେ ହିଁ ପେନସନ ମିଳୁଥିଲା । ସରକାରଙ୍କ ଦ୍ଵାରା ଏହି ନିଷ୍ପତି କର୍ମଚାରୀମାନଙ୍କର ହିତ ପାଇଁ ଏକ ବଡ ପଦକ୍ଷେପ ଅଟେ ।

କମ ହେବ GST ଦାମ

ନୂଆ ନିୟମ ଅନୁସାରେ ବର୍ତ୍ତମାନ ୧୦୦୦ ଟଙ୍କା ପର୍ଯ୍ୟନ୍ତ ରୁମଚାର୍ଜ  ରଖୁଥିବା ହୋଟେଲ ଉପରେ ଟ୍ୟାକ୍ସ ଲାଗିବ ନାହିଁ । ଏତିକି ନୁହେଁ ୭୫୦୦ ପର୍ଯ୍ୟନ୍ତ ରୁମ ଭଡାରେ ୧୨ % ଟାକ୍ସ ଦେବାକୁ ପଡିବ । ଛୋଟ ବାହନ ମାଲିକମାନଙ୍କୁ ମୁକ୍ତି ଦିଆ ଯାଇଛି ଓ ୧୦ ରୁ ୧୩ ଟି ସିଟ ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ବାଲା ବାହନ ଗୁଡିକୁରୁ ସେସ କମ କରି ଦିଆଯାଇଛି । ଏହା ସହିତ, ସ୍ଲାଇଡ ଫାସ୍ଟନର୍ସ (ଜିପ) ଉପରେ ଜୀଏସଟୀ ୧୨ % କରି ଦିଆଯାଇଛି ।

GST ରିଟର୍ନର ନୂଆ ନିୟମ

ଜିଏସଟି କାଉନ୍ସିଲର ନୂଆ ନିଷ୍ପତି ଅନୁସାରେ, ୫ କୋଟିରୁ ଅଧିକ ଟର୍ନଓବର କରୁଥିବା ବ୍ୟାପାରୀମାନଙ୍କୁ ଜୀଏଟୀ ଏଏନଏକ୍ସ – ୧ ଫର୍ମ ଭରିବାକୁ ପଡିବ ଯାହା ଜୀଏସଟୀଆର – ୧ର ଜାଗା ନେବ । ଛୋଟ ବ୍ୟାପାରୀମାନଙ୍କୁ ଏହି ଫର୍ମ ଜାଗାରେ ଜିଏସଟି ରିଟର୍ନର ଫାଇଲ କରିବାକୁ ପଡିବ । କିନ୍ତୁ ତାଙ୍କ ପାଇଁ ଏହିଭଳି କରିବା ୦୧ ଜାନୁୟାରୀ ୨୦୨୦ରୁ ଜରୁରୀ ହେବ । ଏହା ଛଡା ଯିଏ ଅଧିକ ଟ୍ୟାକ୍ସ ଦେଉଛି ସେ ଅକ୍ଟୋବର ଓ ନଭେମ୍ବରର ଜିଏସଟି ରିଟର୍ନ ଫାଇଲ ଜୀଏସଟୀଆର ୩ୟ ଫର୍ମ ଦ୍ଵାରା ଭରିବେ ।

କର୍ପୋରେଟ ଟ୍ୟାକ୍ସ

୨୦ ସେପ୍ଟେମ୍ବର ରୁ କେନ୍ଦ୍ରୀୟ ମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ ଟ୍ୟାକ୍ସକୁ କମ କରି ୩୦ % ରୁ ୨୦ % କରି ଦେଇଛନ୍ତି । ଏହା ଛଡା ୧ ଅକ୍ଟୋବର ୨୦୧୯ ପରେ ମ୍ୟାନୁଫ୍ୟାକ୍ଚରିଙ୍ଗ କମ୍ପାନୀକୁ ୧୫ % ଟ୍ୟାକ୍ସ ଭରିବାକୁ ପଡିବ । ଏହା ପରେ କମ୍ପାନୀ ଉପରେ ସରଚାର୍ଜ ଓ ଟ୍ୟାକ୍ସ ସହିତ ସମୁଦାୟ ଚାର୍ଜ ୧୭.୦୧ % ଲାଗିବ । ଏହା ପୂର୍ବରୁ ଭାରତୀୟ କମ୍ପାନୀମାନେ ୩୦ % ଟ୍ୟାକ୍ସ ଦେଉଥିଲେ ।

Driving Licence ଓ RCରେ ଆସିବ ଚେଞ୍ଜେସ

ନୂଆ ନିୟମ ଅନୁସାରେ ବର୍ତ୍ତମାନ Driving Licence ଓ RCର ପଞ୍ଜୀକରଣର ପ୍ରମାଣପତ୍ର ଗୋଟିଏ ହିଁ ରଙ୍ଗର ହୋଇଯିବ । ଏତିକି ନୁହେଁ ବର୍ତ୍ତମାନ Driving Licence ଓ RCରେ ମାଇକ୍ରୋଚିପ ଛଡା କ୍ୟୁଆର କୋଡ ବି ଜେନେରେଟ ହେବ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।