ସବୁଠୁ ଯୁବ IPS ହେଲେ ସଫିନ ହସନ, ଭଙ୍ଗା ଆଣ୍ଠୁ ସହିତ ଦେଲେ ମେନ୍ସ ପରୀକ୍ଷା, ପ୍ରଥମ ଚେଷ୍ଟାରେ ସଫଳ

ଗୁଜୁରାଟ ର କଣୋଦରା ଗ୍ରାମରେ ରହୁଥିବା ୨୨ ବର୍ଷର ସଫିନ ହସନ ଦେଶର ସବୁଠୁ ଯୁବ ଆଇପିଏସ ଅଫିସର ହୋଇ ଯାଇଛନ୍ତି । ଟ୍ରେନିଙ୍ଗ ପରେ ସଫିନଙ୍କୁ ନିଜର ଜିଲ୍ଲା ଜାମନଗରରେ ହିଁ ପ୍ରଥମ ପୋସ୍ଟିଙ୍ଗ ମିଳିଛି । ସେ ୨୩ ଡିସେମ୍ବରରୁ ସହାୟକ ପୋଲିସ ଅଧ୍ୟକ୍ଷକ ପଦଭାର ସମ୍ଭାଳିବେ । ଗ୍ରାମର ସ୍କୁଲରୁ UPSC ପରୀକ୍ଷା ପର୍ଯ୍ୟନ୍ତ ଯାତ୍ରାରେ ସଫିନଙ୍କ ଜୀବନରେ ଏମିତି କଷ୍ଟ ଆସିଛି ଯାହା ସାମ୍ନାରେ ପ୍ରାୟତଃ ଲୋକମାନେ ହାର ମାନି ଯାଆନ୍ତି । କିନ୍ତୁ ସଫିନ ହାର ମାନି ନାହାଁନ୍ତି ଓ ସେ ସବୁ ସମସ୍ୟାର ସାମ୍ନା କରି ଏହି ସ୍ଥାନରେ ପହଞ୍ଚିଛନ୍ତି ।

ଲୋକମାନଙ୍କ ଘରେ ବାସନ ସଫା କରି ମା’ ପଢାଇଛନ୍ତି

ହସନଙ୍କର ମା’ ୧୪ ବର୍ଷ ପର୍ଯ୍ୟନ୍ତ ଲୋକମାନଙ୍କ ଘରେ ବାସନ ସଫା କରି ତାଙ୍କୁ ୧୦ ମ ପର୍ଯ୍ୟନ୍ତ ପଢାଇଛନ୍ତି । ପିତା ମୁସ୍ତଫା ଭାଈ ଇଲେକ୍ଟ୍ରୀଶିୟନ ର କାମ କରୁଥିଲେ । ୧୦ମ ପର୍ଯ୍ୟନ୍ତ ସଫିନ ଗ୍ରାମରେ ହିଁ ଏକ ସ୍କୁଲରେ ପଢିଛନ୍ତି । ତାଙ୍କ ଘରର ଆର୍ଥିକ ଅବସ୍ଥା ଖରାପ ଥିବାରୁ ଓ ସଫିନଙ୍କର ଶିକ୍ଷା ପ୍ରତି ଆଗ୍ରହ ଦେଖି ସ୍କୁଲ ତାଙ୍କର ୧୧ ଓ ୧୨ କ୍ଲାସ ଫିସ ନେଇ ନ ଥିଲେ । ଏହା ପରେ ସଫିନଙ୍କର ଇଞ୍ଜିନିୟରିଂରେ ଦାଖିଲ ତ ହୋଇଗଲା କିନ୍ତୁ ଫିସ ଦେବା ପାଇଁ ଟଙ୍କା ନ ଥିଲା ।

ତେବେ ସମ୍ପର୍କୀୟମାନେ ଫିସ ଦେଇ ସଫିନଙ୍କୁ ସାହାର୍ଯ୍ୟ କରିଥିଲେ । UPSC ର ପ୍ରସ୍ତୁତି ପାଇଁ ଦିଲ୍ଲୀ ଯିବା ପାଇଁ ଅଧିକ ଟଙ୍କା ଦରକାର ଥିଲା, ସେତେବେଳେ ଗ୍ରାମର ହୁସୈନଭାଈ ଓ ଜରୀନା ବେନ ସାହାର୍ଯ୍ୟ କରିଥିଲେ ।

ପେନ କିଲର ଖାଇ, ଭଙ୍ଗା ଆଣ୍ଠୁ ସହ ଦେଲେ ପରୀକ୍ଷା

UPSC ର ମେନ୍ସ ର ଚତୁର୍ଥ ପେପର ଦିନ ସଫିନଙ୍କର ଆକ୍ସୀଡେଣ୍ଟ ହୋଇଗଲା । ସକାଳ ୯.୦୦ ସମୟରେ ପରୀକ୍ଷା ଥିଲା ଓ ୮.୩୦ରେ ବାଇକ ଖସି ଯିବା ଦ୍ଵାରା ସଫିନଙ୍କର ଆଣ୍ଠୁ, କହୁଣି ଓ ମୁଣ୍ଡରେ ଆଘାତ ଲାଗି ଗଲା । ଏହା ସତ୍ତ୍ୱେ ବି ସେ ପେନ କିଲର ଖାଇ ନିଜେ ବାଇକ ଚଳାଇ ପରୀକ୍ଷା ସେଣ୍ଟରre ଫହଞ୍ଚିଲେ ଓ ପରୀକ୍ଷା ଦେଲେ । ପରୀକ୍ଷା ପରେ ଡାକ୍ତରଙ୍କ ଯାଞ୍ଚରେ ଜଣା ପଡିଲା କି ଆଣ୍ଠୁ ର ଲିଗାମେଣ୍ଟ ଭାଙ୍ଗି ଯାଇଛି । ଡାକ୍ତର କହିଲେ କି ଗୋଡର ଅପରେସନ କରିବାକୁ ପଡିବ, ଯାହାକୁ ସେମାନେ ଇଣ୍ଟରଭିୟୁ ପରେ ହିଁ କରିଲେ ।

ଜ୍ଵରରେ ହିଁ ଦେବାକୁ ପହଞ୍ଚିଲେ ଇଣ୍ଟରଭିୟୁ

ମାର୍ଚ୍ଚ ୨୦୧୮ରେ UPSC ଇଣ୍ଟରଭିୟୁ ଥିଲା କିନ୍ତୁ ୨୦ ଫେବୃୟାରୀ ପର୍ଯ୍ୟନ୍ତ ହସନଙ୍କର ସ୍ୱାସ୍ଥ୍ୟ ବହୁତ ଖରାପ ଥିଲା । ଲଗାତାର ଇଂଜେକ୍ସନ ନେବା ସତ୍ତ୍ୱେ ବି ଜର ଛାଡିଲା ନାହିଁ । ଏହା ଛଡା ଡବ୍ଲୟୁବୀସୀ କାଉଣ୍ଟ ବି ୩୦ ହଜାର ପର୍ଯ୍ୟନ୍ତ କମ ହୋଇ ଯାଇଥିଲା । ପୁଣି ସଫିନ ୧୫ ମାର୍ଚ୍ଚରେ ହସ୍ପିଟାଲରୁ ଛୁଟି ନେଇ ଦିଲ୍ଲୀ ଆସିଲେ । ସେଠାରେ ଏକ ସପ୍ତାହ ପ୍ରସ୍ତୁତି କରିବା ପରେ ଇଣ୍ଟରଭିୟୁ ଦେଲେ । ଯେତେବେଳେ ରେଜଲ୍ଟ ଆସିଲା ତ ସାରା ଦେଶରେ ସେକଣ୍ଡ ହାଇଏସ୍ଟ ମାର୍କ ମିଳିଲା ।

ପ୍ରଥମ ଚେଷ୍ଟାରେ ହିଁ ପାସ କରିଲେ ପରୀକ୍ଷା

ସଫିନ UPSC ଓ GPSCର ପରୀକ୍ଷା ଦେଇଛନ୍ତି । UPSC ର ଲିଖିତ ପରୀକ୍ଷାରେ ୫୭୦ ପୋଜିସନ ସହିତ ପାସ କରିଲେ । ତେବେ ଅନ୍ୟ ପଟେ ଗୁଜୁରାଟ ପିଏସସି ରେ ବି ୩୪ ତମ ପୋଜିସନ ସହିତ ପାସ କରିଲେ । ତାଙ୍କୁ ଜିଲ୍ଲା ରଜିସ୍ଟ୍ରାର ର ଚାକିରି ବି ମିଳିଲା, କିନ୍ତୁ ସେ ଚେଷ୍ଟା ଜାରି ରଖିଲେ ଓ IPS ହୋଇ ଦେଖାଇଲେ ।