ଭାରତର ଏହି ହୋଟେଲରେ ମିଳିଥାଏ ସବୁଠୁ ଦାମି ଗୁପଚୁପ, ଗୋଟିଏ ପୀସର ଦାମ ଜାଣି ଉଡିଯିବ ହୋସ

ଗୁପଚୁପ ସମସ୍ତଙ୍କର ପସନ୍ଦ ହୋଇଥାଏ । ଭାରତରେ ଗୁପଚୁପ କୁ ସବୁବେଳେ ସବୁଠାରୁ ପ୍ରିୟ ସ୍ନାକ୍ସ ଭାବରେ ଜଣାଯାଇ ଥାଏ । ମାତ୍ର ୨୦ଟଙ୍କା ବା ୧୦ ଟଙ୍କା ରେ ପାଟିରେ ପାଣି ଦେଉଥିବା ସ୍ନାକ୍ସ ହୋଇଥିବାରୁ ଏହାକୁ ମୁଖ୍ୟ ରାସ୍ତାର ଖାଦ୍ୟ ଭାବରେ ଗ୍ରହଣ କରିବାରେ କୌଣସି ସନ୍ଦେହ ନାହିଁ । ରାସ୍ତା କଡରେ ଠେଲା ଗାଡିରେ ଧରି ଲୋକ ମାନେ ଗୁପଚୁପ ବେପାର କରିଥାନ୍ତି । ଗୁପଚୁପ ଦେଖିବା ମାତ୍ରେ ହିଁ ପାଟିରେ ପାଣି ଆସିଯାଇ ଥାଏ । ଗୁପଚୁପ ଏକ ଏମିତି ଜିନିଷ ଯାହାକୁ ଖାଇବା ପାଇଁ ଠେଲା ଗାଡି ପାଖରେ ବହୁତ ଭିଡ ହୋଇଥାଏ ।

ଅଧିକାଂଶ ଲୋକ ଗୁପଚୁପ ଖାଇବା ପାଇଁ ବହୁତ ଭଲ ପାଇଥାନ୍ତି । ସନ୍ଧ୍ୟା ସମୟରେ ଗୁପଚୁପ ବାଲା ପାଖରେ ଅଧିକ ଭିଡଲାଗି ଥାଏ । ଆପଣ ମାନେ ଦେଖିଥିବେ କି ସ୍କୁଲ ଏବଂ କଲେଜ ପାଖରେ ଯଦି ଗୁପଚୁପ ବାଲା ଥିବ ତାହେଲେ ତା ଚାରିପାଖରେ ବହୁତ ପିଲା ଘେରି ରହିଥିବେ । କିନ୍ତୁ ଦିଲ୍ଲୀର ଏକ ହୋଟେଲ ରେ ଗୁପଚୁପ ର ଦାମ ଶୁଣିଲେ ଆପଣ ପୁରା ଆଶ୍ଚର୍ଯ୍ୟ ହୋଇଯିବେ ।

ଦିଲ୍ଲୀରେ ଏକ ଏମିତି ହୋଟେଲ ଅଛି ଯେଉଁଠି ଗୋଟିଏ ଗୁପଚୁପ ଖାଇବା ପାଇଁ ଆପଣଙ୍କୁ ୧୮୮ ଟଙ୍କା ଦେବା ପାଇଁ ପଡିବ । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ ନା ହଁ ସେଠାରେ ଚାରଟି ଗୁପଚୁପ ଥିବା ପ୍ଳେଟ ଅଡର କଲେ ଆପଣଙ୍କୁ ୭୫୦ ଟଙ୍କା ଦେବାକୁ ପଡିବ । ଏହି ଗୁପଚୁପ ଦିଲ୍ଲୀରେ ଥିବା ହୋଟେଲ ପୁଲମେନ ରେ ମିଳିଥାଏ ।

ଏହା ଏକ ଏମିତି ହୋଟେଲ ଯେଉଁଠି ଗୁପଚୁପ ଖାଇବା ପାଇଁ ମନ ହେଲେ ପ୍ରଥମେ ଦେଖିବାକୁ ହେବ କି ଆପଣଙ୍କ ପାଖରେ ସେତିକି ପଇସା ଅଛି ନା ନାହିଁ ଯେତିକି ଆପଣ ଗୁପଚୁପ ଖାଇବେ । ଏହୁ ଗୁପଚୁପ ର ସ୍ଵାଦ ଅନ୍ୟ ଦୋକାନ ଅପେକ୍ଷା ସାମାନ୍ୟ ଅଟେ । କେବଳ ବିଳାସପୂର୍ଣ୍ଣ ହୋଟେଲ ରେ ବସି ଏହା ଉପରେ ଟଙ୍କା ଖର୍ଚ କରାଯାଉଛି । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।