ଓଡିଶାରେ ହେବ ଦେଶର ପ୍ରଥମ COVID-19 ହସ୍ପିଟାଲ, ଯାହା ହେବ ୧୦୦୦ ବେଡ ବିଶିଷ୍ଟ

କରୋନାର ଆତଙ୍କକୁ ଦୃଷ୍ଟିରେ ରଖି ଓଡିଶା ସରକାର ଦେଶର ସର୍ବବୃହତ COVID-19 ହସ୍ପିଟାଲ ନିର୍ମାଣ କରିବାକୁ ଯାଉଛନ୍ତି । ହସ୍ପିଟାଲରେ ସମୁଦାୟ 1000 ଟି ବେଡ ରହିବ ଓ ଆସନ୍ତା 15 ଦିନ ମଧ୍ୟରେ ଏହା କାମ କରିବା ଆରମ୍ଭ କରିଦେବ | 1000ଟି ବେଡ ବିଶିଷ୍ଟ ଏକ୍ସକ୍ଲୁସିଭ୍ COVID19 ହସ୍ପିଟାଲ ତିଆରି ପାଇଁ ଓଡିଶା ସରକାର, କର୍ପୋରେଟ୍ ଓ ମେଡିକାଲ୍ କଲେଜ ମଧ୍ୟରେ ଏକ ତ୍ରିପକ୍ଷୀୟ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି |

ଏହି ଡାକ୍ତରଖାନା ନିର୍ମାଣ ପାଇଁ ଓଡିଶା ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ ଯାହାକି COVID-19 ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଭାବେ ଏତେ ବଡ ଡାକ୍ତରଖାନା ନିର୍ମାଣ କରିବାକୁ ଯାଉଛି । ଏପର୍ଯ୍ୟନ୍ତ ଓଡିଶାରେ ଦୁଇଟି କରୋନା ପଶିତିବେ ମାମଲା ଆସିଛି । ତେବେ ଓଡିଶାରେ ଏହି ଡାକ୍ତରଖାନା କେଉଁଠାରେ ନିର୍ମାଣ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ସମୟରେ, ଆସାମ ସରକାର ମଧ୍ୟ ଗୁଆହାଟିର ଇନ୍ଦିରା ଗାନ୍ଧୀ ଆଥଲେଟିକ୍ସ ଷ୍ଟାଡିୟମରେ କରୋନା ସମସ୍ୟାର ମୁକାବିଲା କରିବା ପାଇଁ ଆଇସୋଲେସନ ସେଣ୍ଟର ର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଦେଇଚ୍ଚାନ୍ତି । ଆପଣଙ୍କୁ କହିଦେଉଛୁ କି ଆସାମରେ ଏ ପର୍ଯ୍ୟନ୍ତ କୌଣସି କରୋନା ର ମାମଲା ସାମ୍ନାକୁ ଆସି ନାହିଁ ।

ବର୍ତ୍ତମାନ ଭାରତରେ  କରୋନା ମାମଲା ବୃଦ୍ଧି ପାଇ 694 କୁ ବୃଦ୍ଧି ପାଇଛି ଓ 14 ଜଣଙ୍କର ମୃତ୍ୟୁ ହୋଇ ସାରିଛି । କରୋନା ସମସ୍ୟାର ମୁକାବିଲା କରିବା ପାଇଁ ଦେଶରେ 21 ଦିନିଆ ଲକ ଡାଉନର ଘୋଷଣା କରା ଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ଦିନ ରାତିରେ ଲକ ଡାଉନ ଘୋଷଣା କରି ଲୋକଙ୍କୁ ଘରୁ ବାହାରକୁ ନ ଯିବାକୁ କହିଥିଲେ । ଏହି ଲକଡାଉନ୍ କର୍ଫ୍ୟୁ ସହିତ ସମାନ ବୋଲି ସେ କହିଛନ୍ତି । କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ରହିବ |