ଭାରତକୁ ଜିତାଇ ଥିଲେ ବିଶ୍ଵକପ, ବର୍ତ୍ତମାନ ଖାକି ପୋଷାକ ପିନ୍ଧି ରାସ୍ତା ଉପରେ ଓଲ୍ହାଇ କରୋନା ଭାଇରସ ସହ ଲଢୁଛନ୍ତି ଯୁଧ୍ୟ

୨୦୦୭ ୱାର୍ଲ୍ଡ କପ ଟି – ୨୦ର ଫାଇନାଲ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିଲା ଓ ଶେଷ ଓଭରରେ ପାକିସ୍ତାନକୁ ଜିତିବା ପାଇଁ ୧୩ ରନ ଦରକାର ଥିଲା । ଏହିଭଳି ପରିସ୍ଥିତିରେ ଯୁବ କ୍ୟାପଟେନ ଧୋନୀ ବଲ ଏକ ଏମିତି ମିଡିୟମ ପେସରକୁ ଦେଲେ, ଯିଏ ନା ଏତେ ବଡ ମଞ୍ଚରେ କେବେ ବୋଲିଙ୍ଗ କରିଥିଲେ ଓ ନା ହିଁ ଏହିଭଳି ପ୍ରେସରକୁ କେବେ ସମ୍ଭାଳି ଥିଲେ । ପ୍ରଥମ ଦୁଇଟି ବଲରେ ୭ ରନ ଦେବା ପରେ ବର୍ତ୍ତମାନ ଶେଷ ୪ଟି ବଲରେ ୬ ରନ ଦରକାର ଥିଲା, ଷ୍ଟ୍ରାଇକରେ ନିଜେ ପାକିସ୍ତାନ କ୍ୟାପଟେନ ମିସବାହ-ଉଲ-ହକ ଥିଲେ ।

ଲକ୍ଷ ସହଜ ଲାଗୁଥିଲା, କିନ୍ତୁ ଭାଗ୍ୟକୁ କିଛି ଅଲଗା ହିଁ ମଞ୍ଜୁର ଥିଲା । ତୃତୀୟ ବଲରେ ମିସବାହ-ଉଲ-ହକ ଏକ ଶଟ ଖେଳି ନିଜର କ୍ୟାଚକୁ ଶ୍ରୀସଂତକୁ ଦେଇ ଦେଲେ । ଏହା ପରେ ପାକିସ୍ତାନ ମ୍ୟାଚକୁ ହାତ ଛଡା କରିଦେଲା ଓ ଭାରତ ପ୍ରଥମ ଟି – ୨୦ ବିଶ୍ଵକପକୁ ଜିତି ନେଲା ଓ ଏହା ପରେ ଜୋଗିନ୍ଦର ଶର୍ମାଙ୍କୁ ମ୍ୟାଚର ହିରୋ କରାଗଲା । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ରାତା ରାତି ଷ୍ଟାର ହେବା ପରେ ଏହି ଖେଳାଳି ଜଣକ ଏହି ମ୍ୟାଚ ପରେ କୌଣସି ବି ଇଣ୍ଟର ନ୍ୟାସନାଲ ମ୍ୟାଚ ଖେଳିଲେ ନାହିଁ । କିଛି ଦିନ ମଧ୍ୟରେ ତାଙ୍କୁ ହରିୟାଣା ପୋଲିସରେ ଚାକିରି ମିଳିଗଲା ଓ ଆଜି ସେ ଡ଼ିଏସପି ପଦରେ କାର୍ଯ୍ୟରତ ଅଛନ୍ତି ।

ଟି – ୨୦ ଫାଇନାଲ ପରେ ଜୋଗିନ୍ଦରଙ୍କ କ୍ୟାରିୟର ସମାପ୍ତ ହୋଇଗଲା । କିନ୍ତୁ ସ୍ପୋର୍ଟ କୋଟା ଦ୍ଵାରା ପୋଲିସ ଅଧିକାରୀ ହୋଇ ସେ ଦେଶର ସମାଜର ସେବା କରୁଛନ୍ତି । ସାରା ଦୁନିଆରେ କରୋନାର ଆତଙ୍କକୁ ଦେଖି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲରେ ୨୧ ଦିନ ପର୍ଯ୍ୟନ୍ତ ଲକଡାଉନକୁ ସଫଳ କରିବା ପାଇଁ ଜୋଗିନ୍ଦର ରାସ୍ତା ଉପରେ ଲୋକମାନଙ୍କୁ ସାହାର୍ଯ୍ୟ କରୁଛନ୍ତି ।

ଜୋଗିନ୍ଦର ଶର୍ମା ହରିୟାଣାର ରାସ୍ତାକୁ ଯାଇ ଲୋକମାନଙ୍କୁ ଘରେ ରହିବା ପାଇଁ କହୁଛନ୍ତି । ଜୋଗିନ୍ଦର ଶର୍ମା ଟ୍ୱୀଟ କରି ଲୋକମାନଙ୍କୁ ଅପିଲ ବି କରି ଲେଖିଛନ୍ତି, ‘ଘରେ ରହିବା କରୋନା ଭାଇରସର ଏକମାତ୍ର ଚିକିତ୍ସା ଅଟେ, ଚାଲନ୍ତୁ ଏକତ୍ର ମିଶି ଏହି ମହାମାରୀ ସହ ଲଢିବା । ଦୟାକରି ଆମକୁ ସହଯୋଗ କରନ୍ତୁ । ଜୟ ହିନ୍ଦ’ । ଯେଉଁଠି ଗୋଟିଏ ପଟେ କରୋନା ଭାଇରସ କାରଣରୁ କ୍ରିକେଟର ସମସ୍ତ ମ୍ୟାଚକୁ କ୍ୟାନ୍ସେଲ କରାଯାଉଛି ଅନ୍ୟ ପଟେ ଜୋଗିନ୍ଦର ଶର୍ମା ଭଳି ସାହସୀ ଲୋକମାନେ ନିଜର ଦାୟିତ୍ଵକୁ ନିର୍ବାହ କରୁଛନ୍ତି ।

ଜୋଗିନ୍ଦର ଶର୍ମାଙ୍କ କ୍ୟାରିୟର

ଭାରତ ପାଇଁ ମାତ୍ର ୪ଟି ୱାଣ୍ଡେ ଓ ୪ ଟି – ୨୦ ମ୍ୟାଚ ଖେଳିବା ପରେ ଜୋଗିନ୍ଦର ଶର୍ମା ଇଣ୍ଟର ନ୍ୟାସନାଲ କ୍ରିକେଟରେ ମାତ୍ର ୫ଟି ୱିକେଟ ନିଜ ନାମରେ କରିଛନ୍ତି । ୨୦୦୭ରେ ଟି – ୨୦ ୱାର୍ଲ୍ଡ କପରେ ବି ତାଙ୍କୁ ଅଧିକ ଖେଳିବାକୁ ମିଳିଲା ନାହିଁ । ଅଷ୍ଟ୍ରେଲିୟା ବିରୁଦ୍ଧରେ ସେମିଫାଇନାଲରେ ସେ ଶେଷ ଓଭରରେ ଦୁଇଟି ୱିକେଟ ନେଇ ଭାରତକୁ ଫାଇନାଲରେ ପହଞ୍ଚାଇ ଥିଲେ ଓ ଫାଇନାଲରେ ଭଜ୍ଜୀଙ୍କ ମନା କରିବା ପରେ ଶେଷ ଓଭରରେ ସେ ଟିମ ଇଣ୍ଡିଆକୁ ଚ୍ୟାମ୍ପିୟନ କରି ଦେଲେ ।